ETV Bharat / sports

ଦ୍ବିତୀୟ ଦିନିକିଆ: ସିରିଜ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ‌

author img

By

Published : Mar 26, 2021, 12:23 PM IST

2nd ODI: India aim to complete clean sweep of series wins against England
ଦ୍ବିତୀୟ ଦିନିକିଆ: ସିରିଜ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମୁକାବିଲା । ଟେଷ୍ଟ, ଟି20 ପରେ ଦିନିକିଆ ସିରିଜ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ । ଅଧିକ ପଢନ୍ତୁ...

ପୁନେ: ଭାରତ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ବିଜୟ ଲକ୍ଷ୍ୟରେ ରହିବ । ଶୁକ୍ରବାର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମୁକାବିଲା ରହିଛି । ତେବେ ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ ଇଆନ ମୋର୍ଗାନଙ୍କ ବିନା ଖେଳିବ । ପ୍ରଥମ ଦିନିକିଆରେ ଆହତ ହେବାପରେ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚରୁ ବାଦ ପଡିଛନ୍ତି ମୋର୍ଗାନ । ଫଳରେ ମୋର୍ଗାନଙ୍କ ଅନୁପସ୍ଥିତିରେ ଜସ ବଟଲର ଦଳର କ୍ୟାପଟେନ ଦାୟିତ୍ବ ସମ୍ଭାଳିବେ ।

ପ୍ରଥମ ଦିନିକିଆକୁ ବିରାଟ ବାହିନୀ 66 ରନରେ ଜିତିନେବା ସହ ସିରିଜର 1-0ରେ ଆଗୁଆ ରହିଛି । ଅଲରାଉଣ୍ଡର କ୍ରୁଣାଳ ପାଣ୍ଡ୍ୟା ଓ ପ୍ରସିଦ୍ଧ କ୍ରୀଷ୍ଣା ଡେବ୍ୟୁ ମ୍ୟାଚରେ ଦମଦାର ପ୍ରଦର୍ଶନ ସହ ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ । ତେବେ ଭାରତକୁ ମଧ୍ୟ ଆହତ ଜନିତ ଝଟକା ଲାଗିଛି । ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଫିଲ୍ଡିଂରେ କାନ୍ଧରେ ଆଘାତପ୍ରାପ୍ତ ହୋଇଥିଲେ । ପରେ ସିରିଜରୁ ବାଦ ପଡିଛନ୍ତି । ଆୟରଙ୍କ ସ୍ଥାନରେ ଚୁଡାନ୍ତ ଏକାଦଶରେ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି ।

ଭାରତ ପୂର୍ବରୁ ଟେଷ୍ଟ ସିରିଜକୁ 3-1 ଓ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜକୁ 3-2ରେ ଜିତିସାରିଛି । ଫଳରେ ଆଜିର ମ୍ୟାଚରେ ଭାରତ ବିଜୟୀ ହେଲେ, ଇଂଲଣ୍ଡ ବିପକ୍ଷରେ ଚଳିତ ଗସ୍ତର ସମସ୍ତ 3ଟି ଫର୍ମାଟରେ ହାଟ୍ରିକ ବିଜୟ ସହ ସିରିଜ କ୍ଲିନ ସୁଇପ କରିବ ।

ଭାରତ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା(ଭାଇସ-କ୍ୟାପଟେନ), ଶିଖର ଧାୱନ, ଶୁଭମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ(ୱିକେଟ କିପର), କେଏଲ ରାହୁଲ(ୱିକେଟ କିପର), ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, କ୍ରୁଣାଳ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ଟି.ନଟରାଜନ, ଭୁବନେଶ୍ବର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରୀଷ୍ଣା, ଶାର୍ଦ୍ଦୁଳ ଠାକୁର ।

ଇଂଲଣ୍ଡ: ଜସ୍‌ ବଟଲର(କ୍ୟାପଟେନ), ମୋଇନ ଅଲୀ, ଜୋନାଥନ ବେୟାରଷ୍ଟୋ, ସାମ ବିଲିଙ୍ଗସ, ସାମ କରନ, ଟମ କରନ, ଲିଆମ ଲିଭଂଷ୍ଟୋନ, ମାଟ ପାର୍କିନସନ, ଆଦିଲ ରସିଦ, ଜେସନ ରୟ, ବେନ ଷ୍ଟୋକ୍ସ, ରିସ ଟପଲେ, ମାର୍କ ଉଡ, ଡେୱିଡ ମଲାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.