ETV Bharat / sports

BCCIର ନୂଆ କଣ୍ଟ୍ରାକ୍ଟ ପ୍ରସ୍ତୁତ, କଟିବ ରାହାଣେ-ପୂଜାରାଙ୍କ ଦରମା !

author img

By

Published : Jan 26, 2022, 6:50 PM IST

ବିସିସିଆଇର ନୂଆ କଣ୍ଟ୍ରାକ୍ଟ ପ୍ରସ୍ତୁତ, କଟିପାରେ ରାହାଣେ ପୂଜାରାଙ୍କ ଦରମା !
ବିସିସିଆଇର ନୂଆ କଣ୍ଟ୍ରାକ୍ଟ ପ୍ରସ୍ତୁତ, କଟିପାରେ ରାହାଣେ ପୂଜାରାଙ୍କ ଦରମା !

ବିସିସିଆଇର ବାର୍ଷିକ କଣ୍ଟ୍ରାକ୍ଟରେ ସିନିୟର ବ୍ୟାଟର ଚେତେଶ୍ବର ପୂଜାରା ଓ ପୂର୍ବତନ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଡିମୋସନ (demotion) ହୋଇପାରେ । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ବିସିସିଆଇର ବାର୍ଷିକ କଣ୍ଟ୍ରାକ୍ଟରେ ସିନିୟର ବ୍ୟାଟର ଚେତେଶ୍ବର ପୂଜାରା ଓ ପୂର୍ବତନ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଡିମୋସନ(demotion) ହୋଇପାରେ । ସୂତ୍ର ମୁତାବକ ବିସିସିଆଇ ଅକ୍ଟୋବର ୨୦୨୧ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବାର୍ଷିକ କଣ୍ଟ୍ରାକ୍ଟ ପ୍ରସ୍ତୁତ କରି ସାରିଛି । ତେବେ ଏହି କଣ୍ଟ୍ରାକ୍ଟ ଉପରେ ଶେଷ ମୋହର ଏଯାଏଁ ବାଜିବାକୁ ବାକି ଅଛି ।

ଏହି ନୂଆ କଣ୍ଟ୍ରାକ୍ଟ ମୁତାବକ ପୂଜାରା ଓ ରାହାଣେଙ୍କୁ B ଶ୍ରେଣୀରେ ସ୍ଥାନିତ କରାଯାଇଛି । ତା ସହିତ ଖରାପ ଫର୍ମ ଦେଇ ଗତି କରୁଥିବା ଫାଷ୍ଟ ବୋଲର ଇଶାନ୍ତ ଶର୍ମାଙ୍କୁ ମଧ୍ୟ B ଶ୍ରେଣୀରେ ସ୍ଥାନିତ କରାଯାଇଛି । ପୂର୍ବରୁ ଏହି ସବୁ କ୍ରିକେଟର A କାଟାଗୋରୀରେ ରହିଥିଲେ ।

ଭାରତୀୟ କ୍ରିକେଟରଙ୍କୁ ବିସିସିଆଇ ୪ଟି କାଟାଗୋରୀରେ ବିଭକ୍ତ କରି କୋଟିକୋଟି ଟଙ୍କା ଦରମା ଦେଇଥାଏ । A+, A, B, C ଏହି ୪ଟି ଶ୍ରେଣୀର କ୍ରିକେଟରଙ୍କୁ ଅଲଗା ଅଲଗା ଦରମା ମଧ୍ୟ ଦିଆଯାଏ । A+ ଶ୍ରେଣୀର କ୍ରିକେଟରଙ୍କୁ ବାର୍ଷିକ ୭ କୋଟି ଟଙ୍କା ଦରମା ଦିଆଯାଏ । ସେହିଭଳି A ଶ୍ରେଣୀର କ୍ରିକେଟରଙ୍କୁ ବାର୍ଷିକ ୫ କୋଟି ଟଙ୍କା, B ଶ୍ରେଣୀର କ୍ରିକେଟରଙ୍କୁ ୩ କୋଟି ଟଙ୍କା, C ଶ୍ରେଣୀର କ୍ରିକେଟରଙ୍କୁ ୧ କୋଟି ଟଙ୍କା ଦରମା ଦେବାକୁ ନିୟମ ରହିଛି ।

ତେବେ ନୂତନ କଣ୍ଟ୍ରାକ୍ଟ ଅନୁଯାୟୀ ଫାଷ୍ଟ ବୋଲର ମହମ୍ମଦ ସିରାଜଙ୍କୁ A କାଟାଗୋରୀରେ ସ୍ଥାନ ମିଳିପାରେ । ଗତ ସିଜିନରେ ସେ ଦମ୍‌ଦାର ପ୍ରଦର୍ଶନ କରିଥିଲେ । ଅକ୍ଷର ପଟେଲଙ୍କୁ B ଶ୍ରେଣୀରେ ସ୍ଥାନ ମିଳିପାରେ । ପୂର୍ବରୁ B କାଟାଗୋରୀରେ ରହିଥିବା ଉମେଶ ଯାଦବଙ୍କୁ C କାଟାଗୋରୀରେ ସ୍ଥାନ ମିଳିପାରେ । ଏହି କ୍ରମରେ ଶାର୍ଦ୍ଦୁଳ ଠାକୁରଙ୍କୁ ପ୍ରମୋସନ ମିଳିବାର ସମ୍ଭାବନା ରହିଛି ।

ବିରାଟ କୋହଲି, ରୋହିତ ଶର୍ମା, ଜଶପ୍ରୀତ ବୁମରାଙ୍କୁ A+ କାଟାଗୋରୀରେ ସ୍ଥାନ ଦିଆଯାଇଛି । ରବିନ୍ଦ୍ର ଜାଡେଜା, କେଏଲ୍‌ ରାହୁଲ, ରବିଚନ୍ଦ୍ରନ ଅଶ୍ବିନ, ଋଷଭ ପନ୍ତ ଓ ମହମ୍ମଦ ସାମୀଙ୍କୁ କାଟାଗୋରୀ Aରେ ସ୍ଥାନ ଦିଆଯାଇଛି । ଏହାକୁ ନେଇ ବିସିସିଆଇର ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି । ତେବେ ଏହି କଣ୍ଟ୍ରାକ୍ଟ ଉପରେ ଶେଷ ଅନୁମୋଦନ ହେବା ବାକି ରହିଛନ୍ତି । ତା ସହିତ କିଛି ନୂଆ କ୍ରିକେଟରଙ୍କୁ ମଧ୍ୟ ବିସିସିଆଇର କଣ୍ଟ୍ରାକ୍ଟରେ ସ୍ଥାନ ମିଳିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.