ETV Bharat / sports

ବିଜୟ ସହ T20 ସିରିଜ ବରାବର କଲା ଇଂଲଣ୍ଡ

author img

By

Published : Jul 19, 2021, 7:36 AM IST

Buttler, Mahmood shine as England defeat Pak in  T20secondI
ବିଜୟ ସହ ଟି୨୦ ସିରିଜ ବରାବର କଲା ଇଂଲଣ୍ଡ

ଜସ୍‌ ବଟଲରଙ୍କ ଅପରାଜିତ ୫୯ ରନ୍‌ର ଇଂନିସ ଓ ସାକିବ ମହମ୍ମୁଦଙ୍କ ୩ଟି ୱିକେଟ ସହାୟତାରେ ଦ୍ବିତୀୟ ଟି୨୦ରେ ପାକିସ୍ତାନକୁ ୪୫ରନରେ ହରାଇଲା ଇଂଲଣ୍ଡ । ଅଧିକ ପଢନ୍ତୁ...

ହେଡିଂଲେ(ୟୁକେ): ଜସ୍‌ ବଟଲରଙ୍କ ଅପରାଜିତ ୫୯ ରନ୍‌ର ଇଂନିସ ଓ ସାକିବ ମହମ୍ମୁଦଙ୍କ ୩ଟି ୱିକେଟ ସହାୟତାରେ ଦ୍ବିତୀୟ ଟି୨୦ରେ ପାକିସ୍ତାନକୁ ୪୫ରନରେ ହରାଇଲା ଇଂଲଣ୍ଡ । ରବିବାର ହେଡିଂଲେରେ ଖେଳାଯାଇଥିବା ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ଦ୍ବିତୀୟ ମ୍ୟାଚରେ ବିଜୟୀ ହେବା ସହ ଇଂଲଣ୍ଡ ୧-୧ରେ ସିରିଜ ବରାବର କରିଛି ।

୨୦୧ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପାକିସ୍ତାନ ଭଲ ଆରମ୍ଭ କରିଥିଲା । ଦୁଇ ଓପନର ବାବାର ଆଜମ ଓ ମହମ୍ମଦ ରିଜୱାନ ଶୀଘ୍ର ୫୦ ରନ ଯୋଡିଥିଲେ । ତେବେ ଇଂଲଣ୍ଡ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁଁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ବଡ ସଟ୍‌ ଖେଳିବାରେ ବିଫଳ ହୋଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୫ ରନ କରିବାକୁ ସମର୍ଥ ହୋଇଥିଲା ପାକିସ୍ତାନ ।

ପୂର୍ବରୁ ଜସ୍‌ ବଟଲରଙ୍କ ୫୯, ମୋଇନ ଅଲୀଙ୍କ ୩୬ ଓ ଲିଭିଂଷ୍ଟୋନଙ୍କ ୩୮ ରନ୍‌ ବଳରେ ଇଂଲଣ୍ଡ ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ ୨୦୦ ରନ ସଂଗ୍ରହ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.