ETV Bharat / sports

ଆଶଙ୍କାରେ ବାରବାଟୀ ମ୍ୟାଚ୍‌, ବଦଳିପାରେ ଭାରତ-ୱେଷ୍ଟଇଣ୍ଡିଜ ସିରିଜର ଭେନ୍ୟୁ !

author img

By

Published : Jan 9, 2022, 8:44 PM IST

ଦେଶରେ ଦ୍ରୁତ ଗତିରେ ବଢୁଥିବା ଦୈନିକ COVID-19 ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ ବୋର୍ଡ(BCCI) ୱେଷ୍ଟଇଣ୍ଡିଜ ବିପକ୍ଷ ଆଗାମୀ ସୀମିତ ଓଭର ସିରିଜର ଆୟୋଜନ ଭେନ୍ୟୁ ସଂଖ୍ୟା କମ କରିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

BCCI MAY CONSIDER REDUCING VENUE OF INDIA WEST INDIES SERIES DUE TO COVID 19 CASES
ଆଶଙ୍କାରେ ବାରବାଟୀ ମ୍ୟାଚ୍‌, ବଦଳିପାରେ ଭାରତ-ୱେଷ୍ଟଇଣ୍ଡିଜ ସିରିଜର ଭେନ୍ୟୁ !

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି କାୟା ବିସ୍ତାର କଲାଣି ମହାମାରୀ କୋରୋନା । ଦେଶରେ ଦ୍ରୁତ ଗତିରେ ବଢୁଥିବା ଦୈନିକ COVID-19 ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ ବୋର୍ଡ(BCCI) ୱେଷ୍ଟଇଣ୍ଡିଜ ବିପକ୍ଷ ଆଗାମୀ ସୀମିତ ଓଭର ସିରିଜର ଆୟୋଜନ ଭେନ୍ୟୁ ସଂଖ୍ୟା କମ କରିବାର ସମ୍ଭାବନା ରହିଛି । ତେବେ ବୋର୍ଡ ଏନେଇ କୌଣସି ଔପଚାରିକ ନିଷ୍ପତ୍ତି ଏଯାବତ କରିନାହିଁ ।

ଫେବୃଆରୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଅନ୍ତର୍ଜାତୀୟ ଟି-୨୦ ଓ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍‌ର ସିରିଜ ଖେଳାଯିବା ନେଇ ସୂଚୀ ରହିଛି । ଏହି ସୀମିତ ଓଭର ସିରିଜ ୬ ଫେବୃଆରୀରୁ ଅହମ୍ମଦାବାଦରେ ୫୦ ଓଭର ମ୍ୟାଚ୍‌ରୁ ଆରମ୍ଭ ହେବ । BCCIର ଜଣେ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, "ବର୍ତ୍ତମାନ ସୁଦ୍ଧା କିଛି ସ୍ଥିର ହୋଇନାହିଁ । ଏହା ଲଗାତାର ବଦଳିବାର ସ୍ଥିତି ଓ ଆମେ ସ୍ଥିତି ଉପରେ ନଜର ରଖିଛୁ, ଉଚିତ ସମୟରେ ନିଷ୍ପତ୍ତି ହେବ ।"

ଏହାମଧ୍ୟ ପଢନ୍ତୁ: IND vs SA, 3rd Test: କେପ୍‌ ଟାଉନରେ ବିରାଟ ବାହିନୀର ବିଜୟ ପ୍ରସ୍ତୁତି

ଅହମ୍ମଦାବାଦ ବ୍ୟତୀତ, ଜୟପୁର(୯ ଫେବୃଆରୀ), କୋଲକାତା(୧୨ ଫେବୃଆରୀ), କଟକ(୧୫ ଫେବୃଆରୀ), ବିଶାଖାପାଟ୍ଟନମ(୧୮ ଫେବୃଆରୀ) ଓ ଥୀରୁଅନନ୍ତପୁରମ(୨୦ ଫେବୃଆରୀ)ରେ ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି ।

ବାରବାଟୀ ଷ୍ଟାଡିୟମ କଟକରେ ଫେବୃଆରୀ ୧୫ରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବାନେଇ ସୂଚୀ ରହିଛି । ଦୀର୍ଘ ଦିନ ପରେ ଓଡିଶାକୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଫେରୁଥିବାରୁ ଓଡିଶା କ୍ରିକେଟ ଆସୋସିଏସନ(OCA) ମ୍ୟାଚ୍‌ ଆୟୋଜନ ପ୍ରସ୍ତୁତି ଜୋରଦାର୍‌ ଚଳାଇଛି । ନିକଟରେ BCCIର ବ୍ରଡକାଷ୍ଟିଂ ଟିମ ମଧ୍ୟ ପଡିଆ ପରିଦର୍ଶନ କରିଛନ୍ତି ।

ଦେଶରେ ବର୍ତ୍ତମାନର COVID ସ୍ଥିତିକୁ ଦୃଷ୍ଟିରେ ରଖି, ବୋର୍ଡ ୩ଟି ସ୍ଥାନରେ ସମସ୍ତ ୬ଟି ମ୍ୟାଚ୍‌ ଆୟୋଜନ କରିବାର ସମ୍ଭାବନା ରହିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ୱେଷ୍ଟଇଣ୍ଡିଜ ଟିମ ଫେବୃଆରୀ ୧ରେ ଅହମ୍ମଦାବାଦରେ ପହଞ୍ଚିବା ପରେ ତିନିଦିନ କ୍ବାରେଣ୍ଟିନରେ ରହିବ ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.