ETV Bharat / sports

Asia Cup 2023 Super 4: ଆଜି ଭାରତ-ବାଂଲାଦେଶ ମୁକାବିଲା

author img

By ETV Bharat Odisha Team

Published : Sep 15, 2023, 12:48 PM IST

ଆଜି ଭାରତ-ବାଂଲାଦେଶ ମୁକାବିଲା
Asia Cup 2023 Super 4

ଚଳିତ ଏସିଆ କପ ସୁପର 4 ରାଉଣ୍ଡରେ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଖେଳାଯିବ । ପୂର୍ବ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରି ସାରିଛି । ଅଧିକ ପଢନ୍ତୁ

କଲମ୍ବୋ: ହାଇପ୍ରୋଫାଇଲ ଏସିଆ କପ କ୍ରିକେଟ ସୁପର 4 ରାଉଣ୍ଡର ଆଜି ଶେଷ ମ୍ୟାଚ ଖେଳାଯିବ । ପ୍ରଥମରୁ ଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ଫାଇନାଲରେ ପ୍ରବେଶ କରିଥିବା ଭାରତ ଟାଇଟଲ ଦୌଡରୁ ବାଦ ପଡିଥିବା ବାଂଲାଦେଶକୁ ପରାସ୍ତ କରି ଏକ ମଜବୁଦ ଦଳ ଭାବେ ନିଜକୁ ପ୍ରତିପାଦିତ କରିବାକୁ ଲକ୍ଷ୍ୟ ରଖିଛି । ବାଂଲାଦେଶ ପାଇଁ ଏହି ମ୍ୟାଚ ଅଧିକ ଗୁରୁତ୍ବ ନଥିଲେ ବି ଦଳ ତାର ଶେଷ ମ୍ୟାଚ ଜିତିବାକୁ ପ୍ରୟାସ କରିବ । ଆସନ୍ତା ମାସରେ ବିଶ୍ବକପ ଥିବାରୁ ଦୁଇଦଳ ପାଇଁ ମ୍ୟାଚଟି ଉପଯୁକ୍ତ ଅଭ୍ୟାସଯୁକ୍ତ ହେବ । ସ୍ଥାନୀୟ ପ୍ରେମଦାସା ଷ୍ଟାଡିମୟରେ ଅପରାହ୍ନ 3ଟାରୁ ଆରମ୍ଭ ହେବ ମୁକାବିଲା ।

ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ଓ ଡିଫେଣ୍ଡି ଚମ୍ପିଆନଠୁ ଭାରତ ଲଗାତାର ଦୁଇଟି ବିଜୟ ହାସଲ କରି ଦୃଢ ମନୋବଳ ରହିଛି । ଦଳର ବ୍ୟାଟିଂ ବିଭାଗ ଫର୍ମ ଫେରିଛନ୍ତି । ରୋହିତ ଶର୍ମା, ଶୁଭମନ ଗିଲ, କେଏଲ ରାହୁଲ, ବିରାଟ କୋହଲି ଭଲ ଫର୍ମରେ ରହିଛି । ପାକିସ୍ତାନ ବିପକ୍ଷରେ କୋହଲି ଓ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂର ଉତ୍ସାହ ଏବେ ବି ଫ୍ୟାନ୍ସଙ୍କ ମନରୁ ଯାଇନାହିଁ । ଆଜି ମଧ୍ୟ ଏହି ଦୁଇ ବ୍ୟାଟରଙ୍କଠୁ ସମାନ ପ୍ରଦର୍ଶନ ଆଶା କରାଯାଉଛି । ବୋଲିଂରେ କୁଳଦୀପ ଯାଦବଙ୍କ ଦୁଇଟି ମ୍ୟାଚରେ କମାଲ ଦେଖିବାକୁ ମିଳିଛି । ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ସେ 5ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଆଜି ଭାରତୀୟ ଦଳ ତାର ଏକାଦଶରେ ପରିବର୍ତ୍ତନ କରିପାରେ । ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଓ ତିଲକ ବର୍ମା ପ୍ରାକ୍ଟିସ କରୁଥିବା ଦେଖିବାକୁ ମିଳିଛି । ତେଣୁ ଏ ତିନି ଜଣଙ୍କ ମଧ୍ୟରୁ ଜଣକୁ ଏକାଦଶରେ ସାମିଲ କରାଯାଇପାରେ । ଯଶପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ସାମି ଖେଳିବା ଏକ ପ୍ରକାର ନିଶ୍ଚିନ୍ତ ।

ବାଂଲାଦେଶ 2ଟି ଯାକ ମ୍ୟାଚ ଖେଳି ଏସିଆ କପ ଦୌଡରୁ ବାଦ ପଡିଛି । ଏପରି ସ୍ଥିତିରେ ଏହି ମ୍ୟାଚର ଫଳାଫଳ କିଛି ଗୁରୁତ୍ବବହନ କରୁନାହିଁ । ବାଂଲାଦେଶ ତାର 4ଟି ମ୍ୟାଚ ଖେଳି ଆଫଗାନିସ୍ତାନ ବିପକ୍ଷରେ ଜିତିଛି । ଆଉ ବାକି 3ଟି ମ୍ୟାଚରେ ପରାସ୍ତ ହୋଇଛି । ଆଗକୁ ବିଶ୍ବକପ ଥିବାରୁ ବାଂଲାଦେଶ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ବାଂଲାଦେଶର ବ୍ୟାଟିଂ ବିଭାଗ ଦୁର୍ବଳ ରହିଛି । ଦଳ ତାର ଏକଦଶରେ ପରିବର୍ତ୍ତନ କରିପାରେ । ମସଫିକରଙ୍କ ସ୍ଥାନରେ ଅଫିଫ ହୋସେନଙ୍କୁ ଓ ମହମ୍ମଦ ନଇମଙ୍କ ସ୍ଥାନରେ ତନଜିତ ହାସାନଙ୍କୁ ଖେଳାଇପାରେ ।

ଏହା ବି ପଢନ୍ତୁ...Asia Cup 2023: ଫାଇନାଲରେ ଭାରତ-ଶ୍ରୀଲଙ୍କା ଫାଇଟ, କର ବା ମର ମ୍ୟାଚ ହାରିଲା ପାକିସ୍ତାନ

ଏହା ବି ପଢନ୍ତୁ...Asia Cup 2023 Ind vs SL: ୧୭୨ରେ ଅଟକିଲା ଶ୍ରୀଲଙ୍କା, ଫାଇନାଲରେ ଭାରତ

ଭାରତୀୟ ସମ୍ଭାବ୍ୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର/ସୂର୍ଯ୍ୟକୁମାର ଯାଦବ/ତିଲକ ବର୍ମା, କେଏଲ ରାହୁଲ/ଈଶାନ କିସନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ସାର୍ଦୁଳ ଠାକୁର/ଅକ୍ଷର ପଟେଲ, କୁଳଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ।

ବାଂଲାଦେଶ ସମ୍ଭାବ୍ୟ ଦଳ: ମେହଦି ହାସାନ ମିରାଜ , ତନଜିଦ ହାସାନ/ଆନାମୁଲ ହକ, ସାକିବ ଅଲ ହାସନ (ଅଧିନାୟକ), ତୋୱିଦ ହ୍ରିଦୟ, ଲିଟନ ଦାସ, ମୁସଫିକର ରହିମ (ୱିକେଟକିପର), ଅଫିଫ ହୋସେନ, ନସୁମ ଅହମ୍ମଦ, ଟସ୍କିନ ଅହମ୍ମଦ, ହାସାନ ମେହମୁଦ, ଶରିଫଲ ଇସଲାମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.