ETV Bharat / sports

Asia Cup 2023: ଫାଇନାଲରେ ଭାରତ-ଶ୍ରୀଲଙ୍କା ଫାଇଟ, କର ବା ମର ମ୍ୟାଚ ହାରିଲା ପାକିସ୍ତାନ

author img

By ETV Bharat Odisha Team

Published : Sep 15, 2023, 1:25 AM IST

ଏସିଆ କପ୍‌ର ସୁପର 4 ପର୍ଯ୍ୟାୟର କର ବା ମର ମୁକାବିଲାରେ ଆଜି ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ଶ୍ରୀଲଙ୍କା । ଏହି ରୋମାଞ୍ଚପୂର୍ଣ୍ଣ ମ୍ୟାଚରେ ପାକିସ୍ତାନକୁ ଦୁଇ ୱିକେଟରେ ମାତ ଦେଇଛି ଶ୍ରୀଲଙ୍କା। ଫାଇନାଲରେ ଭାରତକୁ ଭେଟିବ ଶ୍ରୀଲଙ୍କା । ଅଧିକ ପଢନ୍ତୁ

ପାକିସ୍ତାନ ବନାମ ଶ୍ରୀଲଙ୍କା
ପାକିସ୍ତାନ ବନାମ ଶ୍ରୀଲଙ୍କା

କଲମ୍ବୋ: ଏସିଆ କପ୍‌ର ସୁପର 4 ପର୍ଯ୍ୟାୟର କର ବା ମର ମୁକାବିଲାରେ ଆଜି ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ଶ୍ରୀଲଙ୍କା । ପୂର୍ବ କିଛିଟା ମ୍ୟାଚ୍‌ ଭଳି ଆଜିର ମ୍ୟାଚ୍‌ ମଧ୍ୟ ବର୍ଷା ଧୋଇ ନେବା ଆଶଙ୍କା କରାଯାଉଥିଲା । ବର୍ଷା ଯୋଗୁଁ ଟସ୍‌ ମଧ୍ୟ ବିଳମ୍ବ ହୋଇଥିଲା । ସମୟ ଅତିକ୍ରମ କରିଯିବାରୁ ଏହି ମ୍ୟାଚ୍‌କୁ ୫୦ ଓଭରରୁ ୪୫ ଓଭରକୁ କମାଇ ଦିଆଯାଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମ ଟସ୍‌ ଜିତି ବ୍ୟାଟିଂ ନଷ୍ପତ୍ତି ନେଇଥିଲା ପାକିସ୍ତାନ । ଏହି ରୋମାଞ୍ଚପୂର୍ଣ୍ଣ ମ୍ୟାଚରେ ପାକିସ୍ତାନକୁ ଦୁଇ ୱିକେଟରେ ମାତ ଦେଇଛି ଶ୍ରୀଲଙ୍କା। ଫାଇନାଲରେ ଭାରତକୁ ଭେଟିବ ଶ୍ରୀଲଙ୍କା ।

ତେବେ ଇନିଂସ ଆରମ୍ଭରୁ ପାକିସ୍ତାନର ୱିକେଟ ପତନ ଆରମ୍ଭ ହୋଇଥିଲା । ଓପନର ଯୋଡ଼ି ମାତ୍ର ୯ ରନ୍‌ ହିଁ ଖାତାରେ ଯୋଡ଼ି ପାରିଥିଲେ । ଏହାପରେ ଅଧିନାୟକ ବାବର ଆଜମ ଓ ସାଫିକ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ କରି ପାଳିର କମାନ ସମ୍ଭାଳିଥିଲେ । ଏହାପରେ ବାବର ମାତ୍ର ୨୯ ରନ୍‌ କି ପାଭେଲିୟନ ଫେରିଥିଲେ । ଅନ୍ୟପଟେ ଓପନର ସାଫିକ୍‌ ଲଢ଼ୁଆ ବ୍ୟାଟିଂ କରି ଅର୍ଦ୍ଧ ଶତକ ହାସଲ କରି ୱିକେଟ ହରାଇଥିଲେ । ସେ ୫୨ ରନ୍‌ କି ପଥିରାଣାଙ୍କ ଶିକାର ପାଲଟିଥିଲେ । ଏହାପରେ ରିଜୱାନ ପଡ଼ିଆକୁ ଓହ୍ଲାଇ ପାଳି ସମ୍ଭାଳିଥିଲେ । କିନ୍ତୁ ରିଜୱାନ୍‌ଙ୍କ ସହ କୌଣସି ବ୍ୟାଟର ଭାଗୀଦାରୀ କରି ପାରିନଥିଲେ । ସେପଟେ ପୁନଃ ବର୍ଷ ଆରମ୍ଭ ହେବାରୁ ଖେଳ ବାଧାପ୍ରାପ୍ତ ହୋଇଥିଲା । ତେଣୁ ମ୍ୟାଚ୍‌କୁ ପୁଣି ୪୨କୁ କମାଇ ଦିଆଯାଇଥିଲା । ଏହାପରେ ରିଜୱାନ୍‌ ଓ ଇଫ୍‌ତିକାର ଅହମ୍ମଦ ଆକ୍ରାମକ ବ୍ୟାଟିଂ କରି ଶ୍ରୀଲଙ୍କା ବୋଲରଙ୍କୁ ଧରାଶାୟୀ କରିଥିଲେ । ଉଭୟଙ୍କ ମଧଅୟରେ ଏକ ଶତକୀୟ ଭାଗୀଦାରୀ ହୋଇଥିଲା । ଏହାପରେ ୪୭ ରନ୍‌ ସ୍କୋର୍‌ରେ ଆଉଟ ହୋଇଥିଲେ ଇଫ୍‌ତିକାର ଅହମ୍ମଦ । ଏହାସତ୍ତ୍ବେ ରିଜ୍‌ୱାନଙ୍କ ପ୍ରହାର ଜାରି ରହିଥିଲା । ସେ ୮୬ ରନ୍‌ କରି ଅପରାଜିତ ରହିଥିଲେ । ନିର୍ଦ୍ଧାରିତ ୪୨ ଓଭରରେ ପାକିସ୍ତାନ ୭ ୱିକେଟ ହରାଇ ୨୫୨ ରନ୍‌ କରିଥିଲା ।

ଶ୍ରୀଲଙ୍କା ପକ୍ଷରୁ ମଥିଶା ପଥିରାଣା ସର୍ବାଧିକ ୩ ୱିକେଟ ନେଇ ୬୫ ରନ୍‌ ଖର୍ଚ୍ଚ କରିଥିବା ବେଳେ ପ୍ରମୋଦ ମଦୁଶାନ ୨ ୱିକେଟ ନେଇ ୫୮ ରନ୍‌ ଖର୍ଚ୍ଚ କରିଥିଲେ । ଥିକଶାନା ଓ ଦୁନିଥ ୱେଲାଲେଗେ ଗୋଟିଏ ଲେଖାଏଁ ୱିକଟେ ନେଇଥିଲେ । ମଥିଶା ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ।

୨୫୩ ରନ ବିଜୟ ଲକ୍ଷ୍ୟ ପିଛା କରି ଶ୍ରୀଲଙ୍କା ଓପନର ଆରମ୍ଭରୁ ଆକ୍ରାମକ ଇନିଂସ ଆରମ୍ଭ କରିଥିଲେ । କିନ୍ତୁ ୨୦ ରନ୍‌ ଦଳୀୟ ସ୍କୋର୍‌ ବେଳେ ଭୁଲ ବୁଝାମଣାରୁ କୁଶାଲ ପେରାରା ନିଜ ୱିକେଟ ହରାଇଥିଲେ । ଏହାପରେ ପଥୁମ ନିଶଙ୍କ କିଛିଟା ବଡ଼ ସଟ୍‌ ଖେଳିଥିଲେ । କିନ୍ତୁ ଅଧିକ ସମୟ ପିଚ୍‌ରେ ବିତାଇ ପାରିନଥିଲେ । 29 ରନ କରି ସେ ସଦାବଙ୍କ ଶିକାର ପାଲଟିଥିଲେ। ଏହାପରେ ସମରୱିକ୍ରମ ଓ କୁଶାଲ ମେଣ୍ଡିସଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ଦଳୀୟ ଖାତାରେ 100 ରନ ଯୋଡ଼ିଥିଲେ। କିନ୍ତୁ ଅର୍ଦ୍ଧ ଶତକ ହାସଲ କରିବା ପୂର୍ବରୁ ସମରୱିକ୍ରମଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ ପାର୍ଟ ଟାଇମ ବୋଲର ଇଫତିକାର ଅହମ୍ମଦ । ସେ 48 ରନ୍ କରଥିଲେ। ଏହାପରେ କୁଶାଲ ମେଣ୍ଡିସ ମଧ୍ୟ ସଂଘର୍ଷପୂର୍ଣ୍ଣ 91 କରି ଶତକରୁ ବଞ୍ଚିତ ହୋଇଥିଲେ। ଦଳୀୟ 5 ୱିକେଟ ହରାଇ ସଂଘର୍ଷ କରୁଥିବା ବେଳେ ଚରିଥ ଆଶାଲଙ୍କା ବହୁମୂଲ୍ୟ ପାଳି ଖେଳିଥିଲେ। କିନ୍ତୁ ଏହି ସମୟ ଡି ସିଲଭା ଓ ୱେଲାଲେଗେ ଆଉଟ ହୋଇ ଦଳକୁ ସଙ୍କଟରେ ପକାଇ ଦେଇଥିଲେ। ଏହା ସତ୍ତ୍ୱେ ଆଶାଲଙ୍କା 49 ରନର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳି ଦଳକୁ ବିଜୟ ଦେଇଛନ୍ତି ।


ଏହା ମଧ୍ୟ ପଢନ୍ତୁ.....Asia Cup 2023 Super 4: ଆଜି ଫାଇନାଲ ଟିକେଟ ପାଇଁ ଲଢିବେ ପାକିସ୍ତାନ-ଶ୍ରୀଲଙ୍କା


ପାକିସ୍ତାନ ପକ୍ଷରୁ ଇଫତିକାର ଅହମ୍ମଦ ସର୍ବାଧିକ 3 ୱିକେଟ ନେଇଥିବା ବେଳେ ଶାହିନ ଆଫ୍ରିଦି 2 ୱିକେଟ ନେଇଥିଲେ। ସଦାବ ଖାନ ଗୋଟିଏ ୱିକେଟ ନେଇଥିଲେ। ଶାହିନ ଆଫ୍ରିଦି 51 ରନ ଖର୍ଚ୍ଚ କରି ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.