ETV Bharat / sports

Asia Cup 2022: High Altitude Mask ପିନ୍ଧି ଗ୍ରାଉଣ୍ଡରେ ଦୌଡିଲେ ବିରାଟ

author img

By

Published : Sep 3, 2022, 10:25 PM IST

ଆସନ୍ତାକାଲି (ରବିବାର) ଭାରତ ବନାମ ପାକିସ୍ତାନ ହାଇଭୋଲଟେଜ ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ( Virat Kohli ) । ବିରାଟ UAEରେ ସାଥୀ ଖେଳାଳିଙ୍କ ସହିତ ମ୍ୟାଚ ପ୍ରାକ୍ଟିସ ସମୟରେ ଏକ ଚଉଡା ମାସ୍କ ( high altitude mask ) ପିନ୍ଧି ଝାଳ ବୁହାଇଥିବା ନଜର ଆସିଥିଲେ । ଅଧିକ ପଢନ୍ତୁ

Asia Cup 2022: ମାସ୍କ ପିନ୍ଧି ଗ୍ରାଉଣ୍ଡରେ ଦୌଡିଲେ ବିରାଟ
Asia Cup 2022: ମାସ୍କ ପିନ୍ଧି ଗ୍ରାଉଣ୍ଡରେ ଦୌଡିଲେ ବିରାଟ

ହାଇଦ୍ରାବାଦ: ଏସିଆ କପର ( Asia Cup 2022 ) ସୁପର ଫର ରାଉଣ୍ଡରେ ହେବ ଭାରତ ବନାମ ପାକିସ୍ତାନ ହାଇଭୋଲଟେଜ ମୁକାବିଲା । ମ୍ୟାଚ ପାଇଁ ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି । ବିରାଟ UAEରେ ସାଥୀ ଖେଳାଳିଙ୍କ ସହିତ ମ୍ୟାଚ ପ୍ରାକ୍ଟିସ ସମୟରେ ଏକ ଚଉଡା ମାସ୍କ ( high altitude mask ) ପିନ୍ଧି ଝାଳ ବୁହାଇଥିବା ନଜର ଆସିଥିଲେ । ବିରାଟ ଗ୍ରାଉଣ୍ଡରେ ମାସ୍କ ପିନ୍ଧି ଦୌଡିବାର ନଜର ଆସିଥିଲେ ।

ପ୍ରାୟ ଏକ ମାସ ପରେ ବିରାଟ ଦଳକୁ ଫେରିବା ପରେ ଏସିଆ କପରେ ତାଙ୍କର ଆଖି ଦୃଶିଆ ରହିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ଭଲ ପାଳି ଆରମ୍ଭ କରି ୩୫ ରନର ଇନିଂସ ଖେଳି ବିରାର ଆଉଟ ହୋଇଥିଲେ । ସେହିପରି ହଂକଂ ବିପକ୍ଷ ମ୍ୟାଚରେ ବିରାଟ କ୍ରିଜରେ ତିଷ୍ଠି ଅର୍ଦ୍ଧଶତକ ହାସଲ କରିଥିଲେ । ୪୪ ବଲରୁ ୫୯ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ତେବେ ତାଙ୍କର ଏହି ଭଲ ପାଳି ପ୍ରଦର୍ଶନ ଭାରତ ପାଇଁ ଶୁଭ ସଙ୍କେତ ।

ତେବେ ଆସନ୍ତାକାଲି (ରବିବାର) ହାଇଭୋଲଟେଜ ମ୍ୟାଚ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ବନାମ ପାକିସ୍ତାନ ମଧ୍ୟରେ ଖେଳାଯିବ । ସୁପର ଫର ରାଉଣ୍ଡରେ ଉଭୟ ଦଳ ମ୍ୟାଚ ଜିତିବା ପାଇଁ ଚେଷ୍ଟା ଜାରି ରଖିବେ । ତେବେ ଭାରତର ପ୍ରଥମ ବ୍ୟାଟିଂ ଅର୍ଡର ଉପରେ ଅଧିକ ଗୁରୁତ୍ବ ଦେବ । ଓପନିଂ ଯୋଡି ପରେ ବିରାଟ କୋହଲି ତୃତୀୟ ବ୍ୟାଟିଂ ଅର୍ଡରେ ଆସୁଛନ୍ତି । ତେବେ ତାଙ୍କ ପାଇଁ ବଡ ଇନିଂସ ଖେଳିବା ଜରୁରୀ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.