ETV Bharat / sports

ଖୁବଶୀଘ୍ର ଏହି କ୍ରିକେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ BCCI

author img

By

Published : Dec 12, 2022, 9:58 PM IST

ଖୁବ ଶୀଘ୍ର ଏହି କ୍ରିକେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ BCCI
ଖୁବ ଶୀଘ୍ର ଏହି କ୍ରିକେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ BCCI

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର (BCCI) ଉଚ୍ଚ ପରିଷଦ ବୈଠକ ଆସନ୍ତା ୨୧ ତାରିଖରେ ବସିବ । ଏହି ବୈଠକରେ କିଛି କ୍ରିକେଟରଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜିଙ୍କ୍ୟ ରାହାଣେ (Ajinkya Rahane) ଓ ଇଶାନ୍ତ ଶର୍ମାଙ୍କର (Ishant Sharma) ବନ୍ଦ ହୋଇପାରେ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିନାମା (Annual Central Contracts) । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର (BCCI) ଉଚ୍ଚ ପରିଷଦ ବୈଠକ ଆସନ୍ତା ୨୧ ତାରିଖରେ ବସିବ । ଏହି ବୈଠକରେ ୨୦୨୨-୨୩ ସିଜିନ ବାବଦରେ ଆଲୋଚନା କରାଯିବା ସହିତ ଆଜିଙ୍କ୍ୟ ରାହାଣେ ଓ ଇଶାନ୍ତ ଶର୍ମାଙ୍କ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିନାମାକୁ ବନ୍ଦ କରାଯାଇପାରେ । ସେହିପରି ଶୁଭମନ ଗିଲ (Shubman Gill) ଓ ସୂର୍ଯ୍ୟକୁମାର ଯାଦବଙ୍କ (Suryakumar Yadav) ଚୁକ୍ତିନାମାର ପଦନ୍ନତି ହୋଇପାରେ ।

ଭବିଷ୍ୟତରେ ଟି୨୦ ଅଧିନାୟକ ହେବା ନେଇ ଚର୍ଚ୍ଚାରେ ରହୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗ୍ରୁପ ସି'ରୁ ଗ୍ରୁପ ବି'କୁ ପଦନ୍ନତି ହେବାର ସମ୍ଭାବନା ମଧ୍ୟ ରହିଛି । ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବିସିସିଆଇ ବୈଠକରେ ୧୨ ଟି ମୁଦ୍ଦାର ଆଲୋଚନା ହେବା ନେଇ ଏଜେଣ୍ଡା ପ୍ରସ୍ତୁତ କରାଯାଇଛି । ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜନ କରାଯିବ ।

ଟିମ ଇଣ୍ଡିଆର ଟି୨୦ ବିଶ୍ବକପ ଏବଂ ବାଂଲାଦେଶର ବିଶ୍ବକପ ପ୍ରଦର୍ଶନ ଉପରେ ସମୀକ୍ଷା ନେଇ ଏଜେଣ୍ଡାରେ ଉଲ୍ଲେଖ ନାହିଁ । ଯଦି ଅଧ୍ୟକ୍ଷଙ୍କୁ ଏହା ଜରୁରୀ ମନେ ହୁଏ ତାହାଲେ ଏବିଷୟରେ ଆଲୋଚନା ହୋଇପାରେ । ଏହି ବୈଠକର ମୁଖ୍ୟ ମୁଦ୍ଦା ରହିଛି କି ସିନିୟର ପୁରଷ ଓ ମହିଳା ଟିମ ପାଇଁ "ରିଟେନସିପ୍ ଅନୁବନ୍ଧ" ଉପରେ ଚର୍ଚ୍ଚା କରାଯିବ । ଭାରତୀୟ କ୍ରିକେଟ ଦଳରୁ ଦୀର୍ଘ ଦିନ ହେବା ବାଦ ପଡିଥିବା ଦୁଇ ଖେଳାଳି ତଥା ଆଜିଙ୍କ୍ୟ ରାହାଣେ ଓ ଫାଷ୍ଟ ବୋଲର ଇଶାନ କିଶାନଙ୍କ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିନାମା ଉପରେ ରୋକ ଲଗାଯାଇପାରେ । ସେହିପରି ୱିକେଟ କିପର ବ୍ୟାଟର ରିଦ୍ଧିମାନ ଶାହାଙ୍କୁ ମଧ୍ୟ ଏହି ତାଲିକାରୁ ବାହାର କରାଯାଇପାରେ । ଭାରତୀୟ ଦଳରେ ତାଙ୍କୁ କେବେ ଚୟନ କରାନଯିବା ନେଇ ବର୍ଷ ଆରମ୍ଭରୁ ବୋର୍ଡ ତରଫରୁ କୁହାଯାଇଥିଲା ।

ବିସିସିଆଇ ଚାରୋଟି ବର୍ଗରେ କ୍ରିକେଟରଙ୍କ ବାର୍ଷିକ କେନ୍ଦ୍ରୀୟ ଚୁକ୍ତିନାମା କରିଥାଏ । ଯାହା A+ ( ୭ କୋଟି ) । ଗ୍ରୁପ ଏ ( ୫ କୋଟି ) ଗ୍ରୁପ ବି (ତିନି କୋଟି ) ଏବଂ ଗ୍ରୁପ ସି ( ଏକ କୋଟି ) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.