ETV Bharat / sports

ଟିମ୍‌ ଇଣ୍ଡିଆକୁ ଫେରିବା ଲକ୍ଷ୍ୟରେ ଆଜିଙ୍କ୍ୟ ରାହାଣେ, WTC ଫାଇନାଲ ଖେଳିବା ଆଶା

author img

By

Published : Apr 10, 2023, 3:38 PM IST

ajinkya rahane
ହିରୋ ବନିବା ଲକ୍ଷ୍ୟରେ ଅଜିଙ୍କ୍ୟ ରାହାଣେ

ଭାରତୀୟ ଦଳରେ ଖେଳିବା ଆଶା ଛାଡି ନାହାନ୍ତି ଆଜିଙ୍କ୍ୟ ରାହାଣେ । WTC ଫାଇନାଲରେ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ରାହାଣେ । ଅଧିକ ପଢନ୍ତୁ

ମୁମ୍ବାଇ: କ୍ରିକେଟରେ କେତେବେଳେ ଜଣେ ଖେଳାଳି ହିରୋରୁ ଜିରୋ ଓ ଜିରୋରୁ ହିରୋ ହୋଇଯିବେ ତାହା ପରିକଳ୍ପନା କରିବା ମୁସ୍କିଲ । ଏହାସତ୍ତ୍ବେ ଅବିରତ ପ୍ରୟାସ ଓ ପ୍ରଚେଷ୍ଟା ବଳରେ ହିଁ ବାରମ୍ବାର ଜଣେ କ୍ରିକେଟର ନିଜକୁ ପ୍ରମାଣିତ କରିଥିବା ନଜୀର ରହିଛି । କେତେବେଳେ କିଛି ବି ହୋଇପାରେ ତେଣୁ ପ୍ରୟାସ କେବେ ଛାଡିବା କଥା ନୁହେଁ । ଏମିତି କିଛି କହିଛନ୍ତି ଭାରତୀୟ କ୍ରିକେଟର ଆଜିଙ୍କ୍ୟ ରାହାଣେ । ବର୍ତ୍ତମାନ ହିରୋ ବନିବା ଲକ୍ଷ୍ୟରେ ରହିଛନ୍ତି ରାହାଣେ । ଚଳିତ ଆଇପିଏଲରେ ମୁମ୍ବାଇ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଛନ୍ତି ଚେନ୍ନାଇ ସୁପରକିଙ୍ଗ୍‌ସ୍‌ର ଆଜିଙ୍କ୍ୟ ରାହାଣେ । ଭାରତୀୟ ଟେଷ୍ଟ ଦଳକୁ ଫେରିବାକୁ ଆଶା ରଖିଛନ୍ତି ରାହାଣେ । WTC ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ।

15 ମାସ ତଳେ ସେଞ୍ଚୁରିଆନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ରାହାଣେ । ଏହା ପରଠୁ ଟେଷ୍ଟ ଦଳରେ ରାହାଣେ ସ୍ଥାନ ପାଇନାହାନ୍ତି । ତାଙ୍କ ସ୍ଥାନରେ ଶ୍ରେୟାସ ଆୟର ଖେଳୁଛନ୍ତି । ମୁମ୍ବାଇ ବିପକ୍ଷ ମ୍ୟାଚରେ ରାହାଣେଙ୍କ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଥିଲା । 27 ବଲରେ 61 ରନ ସଂଗ୍ରହ କରିଥିଲେ । ତାଙ୍କର ଏହି ପ୍ରଦର୍ଶନ ବଳରେ ସିଏସକେ 7 ୱିକେଟରେ ବିଜୟ ହାସଲ କରିଥିଲା । ରାହାଣେଙ୍କ ନୂଆ ବ୍ୟାଟିଂ ଷ୍ଟାଇଲ ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି ।

ଚେନ୍ନାଇ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ରାହାଣେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳକୁ ଫେରିବା ନେଇ କହିଥିଲେ, "କିଛି ବି ହୋଇପାରେ । ପୂର୍ବରୁ ବି କହିଛି ଭାରତ ପାଇଁ ଖେଳିବା ଆଶା ହରାଇ ନାହିଁ । କ୍ରିକେଟକୁ ସର୍ବଦା ଉପଭୋଗ କରିଥାଏ । ଦଳର ଆବଶ୍ୟକତା ଅନୁସାରେ ସମସ୍ତ ଫର୍ମାଟରେ ଖେଳିବାକୁ ସୁଯୋଗ ମିଳିଲେ ଖେଳିବି । ସବୁବେଳେ ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଗୁରୁତ୍ବ ଦିଏ । ମୁଁ କେବେ ହାରିବି ନାହିଁ । ଏବେ ବି WTC ଫାଇନାଲ ଖେଳିବାକୁ ଲମ୍ବା ରାସ୍ତା ପ୍ରସ୍ତୁତ କରିବାର ଅଛି । ମୁମ୍ବାଇ ବିପକ୍ଷ ଏକାଦଶରେ ଅଛି କି ନାହିଁ ମୁଁ ଜାଣି ନଥିଲି ମାତ୍ର ଟସ୍‌ ପଡ଼ିବା ପରେ ଜାଣିଲି ଯେ ଆଜି ମ୍ୟାଚ ଖେଳିବି ।"

ଏହା ବି ପଢନ୍ତୁ...IPL 2023: ଦୀପକ ଚହର ଆହତ, ଚିନ୍ତାରେ ଚେନ୍ନାଇ

ପ୍ରକାଶଥାଉ କି, ଲଗାତାର ଦ୍ବିତୀୟ ଥର ପାଇଁ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଜୁନ 7 ତାରିଖରୁ 11 ଜୁନ ଯାଏଁ ବିଶ୍ବ ଚେଷ୍ଟ ଚମ୍ପିଆନସିପ ଆରମ୍ଭ ହେବ । ଅଷ୍ଟ୍ରେଲିଆ ବପକ୍ଷରେ ଖେଳିବ ଭାରତ । ଇଂଲଣ୍ଡର ଓଭାଲରେ WTC ଫାଇନାଲ ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.