ETV Bharat / sports

ପୁଣି ବାପା ହେଲେ ରାହାଣେ, ଉଭଣୀର ଜନ୍ମଦିନରେ ଜନ୍ମ ନେଲା ଭାଇ

author img

By

Published : Oct 5, 2022, 7:40 PM IST

ଦ୍ବିତୀୟ ସନ୍ତାନର ବାପା ହେଲେ ଆଜିଙ୍କ୍ୟ ରାହାଣେ
ଦ୍ବିତୀୟ ସନ୍ତାନର ବାପା ହେଲେ ଆଜିଙ୍କ୍ୟ ରାହାଣେ

ଆଜି ବିଜୟା ଦଶମୀରେ (ବୁଧବାର)ରାହାଣେଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପୁଣି ଥରେ ବାପା ହେଲେ ଭାରତୀୟ କ୍ରିକେଟର ଆଜିଙ୍କ୍ୟ ରାହାଣେ (Ajinkya Rahane ) । ଆଜି ବିଜୟା ଦଶମୀରେ ( ବୁଧବାର )ରାହାଣେଙ୍କ ପତ୍ନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସବୁଠୁ କୌତହଳର କଥା ହେଉଛି ଆଜିର ଦିନରେ ଆଜିଙ୍କ୍ୟ ରାହାଣେଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଆଜି ତାଙ୍କ ଝିଅ ଆର୍ଯ୍ୟାର ଜନ୍ମଦିନ ।

୨୦୧୯ ମସିହା ଅକ୍ଟୋବର ୫ ତାରିଖରେ ରାହାଣେଙ୍କ ପତ୍ନୀ ରାଧିକା ଧୋପାବକର ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଆଜିକୁ ଠିକ ତିନି ବର୍ଷ ପରେ ଅକ୍ଟୋବର ୫ ତାରିଖରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଏନେଇ ଆଜିଙ୍କ୍ୟ ରାହାଣେ ଟ୍ବିଟ ଜରିଆରେ ତାଙ୍କ ପ୍ରଶଂସକ ମାନଙ୍କୁ ଏହି ଖବର ସେୟାର କରିଛନ୍ତି । ସେ କହିଛନ୍ତି, "ଆଜି ସକାଳେ ରାଧିକା ଓ ମୁଁ ମିଶି ନବଜାତ ଶିଶୁକୁ ଦୁନିଆକୁ ସ୍ବାଗତ କରିଥିଲୁ । ରାଧିକା ଓ ନବଜାତ ଶିଶୁ ଉଭୟ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି । ଆପଣମାନଙ୍କ ଆଶୀର୍ବାଦ ଏବଂ ଭଲପାଇବା ପାଇଁ ଆମେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ ।"

୨୦୧୪ ମସିହା ଡିସେମ୍ବର ୨୬ ତାରିଖରେ ଉଭୟ ଆଜିଙ୍କ୍ୟ ରାହାଣେ ଏବଂ ରାଧିକା ଧୋପାବକର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ମରାଠୀ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଥିଲେ । ଆଜିଙ୍କ୍ୟ ରାହାଣେ ଏବଂ ରାଧିକା ଧୋପାବକର ବାଲ୍ୟ ବନ୍ଧୁ ଅଟନ୍ତି । ବିବାହର ପାଞ୍ଚ ବର୍ଷ ପରେ ତଥା ୨୦୧୯ ମସିହାରେ ଉଭୟଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଯାହାର ନାମ ସେମାନେ ଆର୍ଯ୍ୟା ରଖିଥିଲେ । ଝିଅ ଆର୍ଯ୍ୟାର ଜନ୍ମ ଅକ୍ଟୋବର ୫ ତାରିଖରେ ହୋଇଥିଲା । ସେହିପରି ଅକ୍ଟୋବର ୫ ତାରିଖ ମଧ୍ୟ ତାଙ୍କର ଆଉ ଏକ ଶିଶୁ ପୁତ୍ର ଜନ୍ମ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.