", "inLanguage": "or", "publisher": { "@type": "Organization", "name": "ETV Bharat", "url": "https://www.etvbharat.com", "logo": { "@type": "ImageObject", "contentUrl": "https://etvbharatimages.akamaized.net/etvbharat/prod-images/768-512-13575918-thumbnail-3x2-laxman.jpg" } } }
", "articleSection": "sports", "articleBody": "କଟକର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଅଭିମନ୍ୟୁ ଦାସଙ୍କୁ ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶଂସା । ଅଧିକ ପଢନ୍ତୁ...ହାଇଦ୍ରାବାଦ: ମାନବିକତାର ମହାନ ସୁଗନ୍ଧ ସର୍ବତ୍ର ବ୍ୟାପିଥାଏ । ଏଇ ଯେମିତି ଶହ ଶହ କିଲୋମିଟର ଦୂରରେ ଥିବା ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ ଟ୍ବିଟ୍‌ରେ ସ୍ଥାନ ପାଇଛନ୍ତି କଟକର ଜଣେ ୫୦ ବର୍ଷୀୟ ବ୍ୟକ୍ତି । ଏହି ବ୍ୟକ୍ତିଙ୍କ ନିସ୍ବାର୍ଥପର ସେବା ଲକ୍ଷ୍ମଣଙ୍କ ମନକୁ ଆନ୍ଦୋଳିତ କରିଛି । କଟକ ଜିଲ୍ଲାର ୫୦ ବର୍ଷୀୟ ଏହି ବ୍ୟକ୍ତି ହେଉଛନ୍ତି ଅଭିମନ୍ୟୁ ଦାସ । ସ୍ବାର୍ଥବାଦୀ ସମାଜରେ ଅଭିମନ୍ୟୁ ପାଲଟିଛନ୍ତି ମାନବିକତାର ଅନନ୍ୟ ନିଦର୍ଶନ ଯାହା ଲକ୍ଷ୍ମଣଙ୍କୁ ପ୍ରଂଶସା କରିବାକୁ ବାଧ୍ୟ କରିଛି । ମୃତ ମଣିଷର ସାଥୀ ଅଭିମନ୍ୟୁଙ୍କୁ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶଂସାଟ୍ବିଟ୍‌ରେ କିମ୍ବଦନ୍ତୀ କ୍ରିକେଟର ଲକ୍ଷ୍ମଣ ଲେଖିଛନ୍ତି, "ଅଭିମନ୍ୟୁ ଦାସ, କଟକର ଜଣେ ୫୦ ବର୍ଷୀୟ ବୁକ୍‌ ବାଇଣ୍ଡ୍‌ର, ମୃତ ଦେହକୁ ସମ୍ମାନ ଜଣାନ୍ତି, ଅନାବଶ୍ୟକ ଏବଂ ଅବହେଳିତ ମୃତ ଶରୀରକୁ ନିଜେ ଶେଷକୃତ୍ୟ କରନ୍ତି । ସେ ମଧ୍ୟ ହଜାର ହଜାର କ୍ୟାନସର ରୋଗୀଙ୍କ ସେବା କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ ଓ ପରିତ୍ୟକ୍ତ । ତାଙ୍କର ଏହି ନିସ୍ବାର୍ଥପର ସେବା ପାଇଁ ସଲାମ୍‌ ।"ସୂଚନା ଅନୁଯାୟୀ, ମୃତଦେହକୁ ସମ୍ମାନ ଜଣାଉଥିବା ଅଭିମନ୍ୟୁ ଦାସ୍‌ ପୁସ୍ତକ ବନ୍ଧେଇ କାମ କରନ୍ତି । ଟିକିଏ ଫୁରସତ୍‌ ମିଳିଲେ ଦୁନିଆ ଆଖିରେ ଅଦରକାରୀ, ଅଲୋଡା ପାଲଟିଥିବା ମୃତ୍ୟୁ ପରେ ବି ସମ୍ମାନ ଅପେକ୍ଷାରେ ଥିବା ମରଶରୀରକୁ ସେ ଆଦର ସହକାରେ ଶେଷକୃତ୍ୟ କରନ୍ତି ।ବଞ୍ଚିଥିବାବେଳେ ଜଣେ ମଣିଷକୁ ପରିବାର ପ୍ରିୟଜନଙ୍କ ସାଥ୍‌ ଓ ସମ୍ମାନ ମିଳେ, ମୃତ୍ୟୁବେଳେ ଆତ୍ମୀୟ ଆଦର ସହକାରେ ଶେଷକୃତ୍ୟ କରନ୍ତି । ତେବେ ସମସ୍ତଙ୍କ ଭାଗ୍ୟରେ ଏହା ନଥାଏ । ସମାଜରେ ଅନେକଜଣ ଅଛନ୍ତି ଯେଉଁମାନଙ୍କ ଏଥିରୁ ବଞ୍ଚିତ ହୋଇଥାନ୍ତି । ସେମାନଙ୍କୁ ଶେଷକାର୍ଯ୍ୟରେ ସାହା ହୁଅନ୍ତି ଅଭିମନ୍ୟୁ । କେବଳ ସେତିକି ନୁହେଁ ହଜାର ହଜାର କ୍ୟାନସର୍‌ ପୀଡିତ ରୋଗୀଙ୍କୁ ମଧ୍ୟ ସେବା କରନ୍ତି ।ତେବେ ଅଭିମନ୍ୟୁଙ୍କ ଏହି ନିସ୍ବାର୍ଥପର ସେବା ପଛରେ ଏକ ଦୁଃଖଦ ସତ ରହିଛି । କୁହାଯାଏ, ନିଜର ମାଆଙ୍କ ସମେତ ପରିବାରର ୪ ଜଣ ସଦସ୍ୟଙ୍କୁ ସେ ହରାଇଛନ୍ତି, କ୍ୟାନସର୍‌ ତାଙ୍କର ସାରା ପରିବାର ଉଜାଡି ଦେଇଛି । ସେ ନିୟମିତ କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନସର ସେଣ୍ଟରକୁ ଯାଆନ୍ତି ଓ ଏଯାବତ ପ୍ରାୟ ୭,୦୦୦ କ୍ୟାନସର ରୋଗୀଙ୍କୁ ସେବା ଯୋଗାଇଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ", "url": "https://www.etvbharat.com/oriya/odisha/sports/cricket/abhimanyu-das-book-binder-from-cuttack/or20211108184942635", "inLanguage": "or", "datePublished": "2021-11-08T18:49:44+05:30", "dateModified": "2021-11-08T22:42:19+05:30", "dateCreated": "2021-11-08T18:49:44+05:30", "thumbnailUrl": "https://etvbharatimages.akamaized.net/etvbharat/prod-images/768-512-13575918-thumbnail-3x2-laxman.jpg", "mainEntityOfPage": { "@type": "WebPage", "@id": "https://www.etvbharat.com/oriya/odisha/sports/cricket/abhimanyu-das-book-binder-from-cuttack/or20211108184942635", "name": "ମୃତ ମଣିଷର ସାଥୀ ଅଭିମନ୍ୟୁଙ୍କୁ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶଂସା", "image": "https://etvbharatimages.akamaized.net/etvbharat/prod-images/768-512-13575918-thumbnail-3x2-laxman.jpg" }, "image": { "@type": "ImageObject", "url": "https://etvbharatimages.akamaized.net/etvbharat/prod-images/768-512-13575918-thumbnail-3x2-laxman.jpg", "width": 1200, "height": 900 }, "author": { "@type": "Organization", "name": "ETV Bharat", "url": "https://www.etvbharat.com/author/undefined" }, "publisher": { "@type": "Organization", "name": "ETV Bharat Odisha", "url": "https://www.etvbharat.com", "logo": { "@type": "ImageObject", "url": "https://etvbharatimages.akamaized.net/etvbharat/static/assets/images/etvlogo/oriya.png", "width": 82, "height": 60 } } } " }

ETV Bharat / sports

ମୃତ ମଣିଷର ସାଥୀ ଅଭିମନ୍ୟୁଙ୍କୁ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶଂସା

author img

By

Published : Nov 8, 2021, 6:49 PM IST

Updated : Nov 8, 2021, 10:42 PM IST

Abhimanyu Das book-binder from Cuttack
ମୃତମଣିଷର ସାଥୀ ଅଭିମନ୍ୟୁଙ୍କୁ ଭିଭିଏସ୍‌ ଲକ୍ଷ୍ମଣଙ୍କ ପ୍ରଶଂସା

କଟକର ଜଣେ ୫୦ ବର୍ଷୀୟ ବ୍ୟକ୍ତି ଅଭିମନ୍ୟୁ ଦାସଙ୍କୁ ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶଂସା । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ମାନବିକତାର ମହାନ ସୁଗନ୍ଧ ସର୍ବତ୍ର ବ୍ୟାପିଥାଏ । ଏଇ ଯେମିତି ଶହ ଶହ କିଲୋମିଟର ଦୂରରେ ଥିବା ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କ ଟ୍ବିଟ୍‌ରେ ସ୍ଥାନ ପାଇଛନ୍ତି କଟକର ଜଣେ ୫୦ ବର୍ଷୀୟ ବ୍ୟକ୍ତି । ଏହି ବ୍ୟକ୍ତିଙ୍କ ନିସ୍ବାର୍ଥପର ସେବା ଲକ୍ଷ୍ମଣଙ୍କ ମନକୁ ଆନ୍ଦୋଳିତ କରିଛି । କଟକ ଜିଲ୍ଲାର ୫୦ ବର୍ଷୀୟ ଏହି ବ୍ୟକ୍ତି ହେଉଛନ୍ତି ଅଭିମନ୍ୟୁ ଦାସ । ସ୍ବାର୍ଥବାଦୀ ସମାଜରେ ଅଭିମନ୍ୟୁ ପାଲଟିଛନ୍ତି ମାନବିକତାର ଅନନ୍ୟ ନିଦର୍ଶନ ଯାହା ଲକ୍ଷ୍ମଣଙ୍କୁ ପ୍ରଂଶସା କରିବାକୁ ବାଧ୍ୟ କରିଛି ।

ମୃତ ମଣିଷର ସାଥୀ ଅଭିମନ୍ୟୁଙ୍କୁ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶଂସା
ମୃତ ମଣିଷର ସାଥୀ ଅଭିମନ୍ୟୁଙ୍କୁ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶଂସା

ଟ୍ବିଟ୍‌ରେ କିମ୍ବଦନ୍ତୀ କ୍ରିକେଟର ଲକ୍ଷ୍ମଣ ଲେଖିଛନ୍ତି, "ଅଭିମନ୍ୟୁ ଦାସ, କଟକର ଜଣେ ୫୦ ବର୍ଷୀୟ ବୁକ୍‌ ବାଇଣ୍ଡ୍‌ର, ମୃତ ଦେହକୁ ସମ୍ମାନ ଜଣାନ୍ତି, ଅନାବଶ୍ୟକ ଏବଂ ଅବହେଳିତ ମୃତ ଶରୀରକୁ ନିଜେ ଶେଷକୃତ୍ୟ କରନ୍ତି । ସେ ମଧ୍ୟ ହଜାର ହଜାର କ୍ୟାନସର ରୋଗୀଙ୍କ ସେବା କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ ଓ ପରିତ୍ୟକ୍ତ । ତାଙ୍କର ଏହି ନିସ୍ବାର୍ଥପର ସେବା ପାଇଁ ସଲାମ୍‌ ।"

ସୂଚନା ଅନୁଯାୟୀ, ମୃତଦେହକୁ ସମ୍ମାନ ଜଣାଉଥିବା ଅଭିମନ୍ୟୁ ଦାସ୍‌ ପୁସ୍ତକ ବନ୍ଧେଇ କାମ କରନ୍ତି । ଟିକିଏ ଫୁରସତ୍‌ ମିଳିଲେ ଦୁନିଆ ଆଖିରେ ଅଦରକାରୀ, ଅଲୋଡା ପାଲଟିଥିବା ମୃତ୍ୟୁ ପରେ ବି ସମ୍ମାନ ଅପେକ୍ଷାରେ ଥିବା ମରଶରୀରକୁ ସେ ଆଦର ସହକାରେ ଶେଷକୃତ୍ୟ କରନ୍ତି ।

ବଞ୍ଚିଥିବାବେଳେ ଜଣେ ମଣିଷକୁ ପରିବାର ପ୍ରିୟଜନଙ୍କ ସାଥ୍‌ ଓ ସମ୍ମାନ ମିଳେ, ମୃତ୍ୟୁବେଳେ ଆତ୍ମୀୟ ଆଦର ସହକାରେ ଶେଷକୃତ୍ୟ କରନ୍ତି । ତେବେ ସମସ୍ତଙ୍କ ଭାଗ୍ୟରେ ଏହା ନଥାଏ । ସମାଜରେ ଅନେକଜଣ ଅଛନ୍ତି ଯେଉଁମାନଙ୍କ ଏଥିରୁ ବଞ୍ଚିତ ହୋଇଥାନ୍ତି । ସେମାନଙ୍କୁ ଶେଷକାର୍ଯ୍ୟରେ ସାହା ହୁଅନ୍ତି ଅଭିମନ୍ୟୁ । କେବଳ ସେତିକି ନୁହେଁ ହଜାର ହଜାର କ୍ୟାନସର୍‌ ପୀଡିତ ରୋଗୀଙ୍କୁ ମଧ୍ୟ ସେବା କରନ୍ତି ।

ତେବେ ଅଭିମନ୍ୟୁଙ୍କ ଏହି ନିସ୍ବାର୍ଥପର ସେବା ପଛରେ ଏକ ଦୁଃଖଦ ସତ ରହିଛି । କୁହାଯାଏ, ନିଜର ମାଆଙ୍କ ସମେତ ପରିବାରର ୪ ଜଣ ସଦସ୍ୟଙ୍କୁ ସେ ହରାଇଛନ୍ତି, କ୍ୟାନସର୍‌ ତାଙ୍କର ସାରା ପରିବାର ଉଜାଡି ଦେଇଛି । ସେ ନିୟମିତ କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନସର ସେଣ୍ଟରକୁ ଯାଆନ୍ତି ଓ ଏଯାବତ ପ୍ରାୟ ୭,୦୦୦ କ୍ୟାନସର ରୋଗୀଙ୍କୁ ସେବା ଯୋଗାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 8, 2021, 10:42 PM IST

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.