ETV Bharat / sitara

୨ ବର୍ଷ ପରେ ଥିଏଟରରେ କୁଇନ, ପପକର୍ଣ୍ଣ ଖାଇ ନେଲେ ଫିଲ୍ମର ମଜା

author img

By

Published : Jul 17, 2021, 2:01 PM IST

Updated : Jul 17, 2021, 2:30 PM IST

ଥିଏଟରରେ ବିବାଦୀୟ କୁଇନ କଙ୍ଗନା ରଣାଓ୍ବତ । ଦେଖିଲେ ବ୍ଲାକ୍ ୱିଡୋ ମୁଭି । ଅଧିକ ପଢନ୍ତୁ...

WATCH: Kangana Ranaut's movie date with Black Widow in Budapest
ବ୍ଲାକ୍ ୱିଡୋ ମୁଭି ଦେଖିଲେ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାଓ୍ବତ

ମୁମ୍ବାଇ: ଥିଏଟରରେ କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରଣାଓ୍ବତ । ଆଗାମୀ ଫିଲ୍ମ ଧାକଡର ସୁଟିଂରେ ଏବେ ବ୍ୟସ୍ତ ବଲିଉଡର ବିବାଦୀୟ କୁଇନ । କିନ୍ତୁ ନିଜର ବ୍ୟସ୍ତ ସିଡ୍ୟୁଲରୁ ଟିକେ ବ୍ରେକ ନେଇ ଫିଲ୍ମ ବ୍ଲାକ ୱିଡୋ ଦେଖିବା ପାଇଁ ସେ ଏକ ଥିଏଟରକୁ ଯାଇଥିଲେ। ଆଉ ହାତରେ ୨ ଟବ ପପକର୍ଣ୍ଣ ଧରି ଯିବା ପାଇଁ ଭୁଲି ନାହାନ୍ତି କଙ୍ଗନା । ଏଭଳି ଏକ ମଜାଳିଆ ଭିଡିଓ ନିଜ ଇନଷ୍ଟାଗ୍ରାମରେ ସେୟାର କରି କଙ୍ଗନା ଲେଖିଛନ୍ତି ‘ପପକର୍ଣ୍ଣ ଡେଜ୍ ଆର ବ୍ୟାକ’ ।

୨ ବର୍ଷ ପରେ ଥିଏଟରରେ କୁଇନ, ପପକର୍ଣ୍ଣ ଖାଇ ନେଲେ ଫିଲ୍ମର ମଜା

ସେହି ଭିଡିଓରେ କଙ୍ଗନା ଏକ ଧଳା ରଙ୍ଗର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି । ତାଙ୍କ ସହ ତାଙ୍କ ଆଗାମୀ ଫିଲ୍ମର ସାଥି କଳାକାର ମଧ୍ୟ ଭିଡିଓରେ ରହିଛନ୍ତି । ୨ ବର୍ଷ ପରେ ଥିଏଟରକୁ ମୁଭି ଦେଖିବାକୁ ଆସିଥିବାରୁ ଏନେଇ ସେ ଧାକଡ ଫିଲ୍ମରେ ନିର୍ଦ୍ଦେଶକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।

ସେପଟେ କଙ୍ଗନା ରଣାୱତ ଚଳିତ ବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ । ମଣିକର୍ଣ୍ଣିକା ରିଟର୍ଣ୍ଣର୍ସ: ଦି ଲିଜେଣ୍ତ ଅଫ ଡିଣ୍ତା, ‘ଥଲାଇଭି’, ‘ଧାକଡ’ ଓ ‘ତେଜସ’ । ସେହିପରି ‘ଥଲାଇଭି’ରେ ସେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ବ୍ୟତୀତ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ ‘ଏମର୍ଜେନ୍ସି’ରେ ମଧ୍ୟ ଦେଖାଯିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jul 17, 2021, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.