ETV Bharat / sitara

ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ, ସାହାଯ୍ୟ ମାଗିଲେ ପରିବାର

author img

By

Published : Jun 17, 2021, 12:37 PM IST

Updated : Jun 17, 2021, 8:00 PM IST

ollywood-popular-singer-tapu-mishra-critical-condition-after-covid-19-positive
ତପୁ ମିଶ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ, ସାହାଯ୍ୟ ମାଗିଲେ ପରିବାର

କୋରୋନା ସଂକ୍ରମିତ ହୋଇ ଏବେ ଆଇସିୟୁରେ ଅଛନ୍ତି ଗାୟିକା ତପୁ । ଗତ ମାସ 20 ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଧିକ ପଢନ୍ତୁ...

ଭୁବନେଶ୍ବର: କୋରୋନା ଆକ୍ରାନ୍ତ ହୋଇ ଗୁରୁତର ଓଡିଶାର ଫେମସ କଣ୍ଠଶିଳ୍ପୀ ତପୁ ମିଶ୍ର । ତପୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନେଇ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ପରିବାର ସହ ଫ୍ୟାନ୍ସ ଓ ଶୁଭଚିନ୍ତକ ।

କୋରୋନାରେ ଆକ୍ରାନ୍ତ ହୋଇ ସେ ଗତ କିଛି ଦିନ ହେବ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଅକ୍ସିଜେନ ସ୍ତର ଦିନକୁ ଦିନ କମିବାରେ ଲାଗିଛି ।

ଏନେଇ ତପୁଙ୍କ ଘର ଲୋକେ ସୋସିଆଲ ମିଡିଆରେ ଆର୍ଥିକ ସାହାଯ୍ୟ ଓ ପ୍ରାଥନା କରିବା ପାଇଁ ଫ୍ୟାନ୍ସଙ୍କୁ ନିବେଦନ କରିଛନ୍ତି । ଟଙ୍କା ଯୋଗାଡ଼ ହୋଇଗଲେ ସଙ୍ଗେ ସଙ୍ଗେ ତପୁ ମିଶ୍ରଙ୍କୁ ଚିକତ୍ସା ପାଇଁ କଲିକତା ବା ଚେନ୍ନାଇ ପଠାଯିବ ।

ତେବେ କୌଣସି ସହୃଦୟ ବ୍ୟକ୍ତି ଏହି ଆକଉଣ୍ଟରେ ସହାୟତା କରିପାରିବେ-

Google pay-9937719118

Account no-92101002030249

1IIFC-UTIB0000024

MICR-751211002

ACCOUNT NAME-DHRUTIDIPA MISHRA

BANK NAME-AXIS BANK

UPI ID-8249489004@axisbankBody

ପ୍ରକାଶ ଥାଉ କି, ତପୁ ଓଡିଆ କଣ୍ଠଶିଳ୍ପୀ । ସେ ଓଡିଆ କଥାଚିତ୍ର ଏବଂ ଆଲବମ୍‌ ଜଗତରେ ଅନେକ ଗୀତ ଗାଇଛନ୍ତି । ଏହାଛଡା ତପୁ ଦୂରଦର୍ଶନର ଗୋଟିଏ କାର୍ଯ୍ୟକ୍ରମରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated :Jun 17, 2021, 8:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.