ETV Bharat / sitara

BIOPIC: କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ ଫିଲ୍ମ କାର୍ଯ୍ୟ ସ୍ଥଗିତ !

author img

By

Published : Jul 5, 2021, 8:13 PM IST

କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ Bopic ଫିଲ୍ମ କାର୍ଯ୍ୟ ସ୍ଥଗିତ !
କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ Bopic ଫିଲ୍ମ କାର୍ଯ୍ୟ ସ୍ଥଗିତ !

ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ ବାୟୋପିକ ଫିଲ୍ମ କାର୍ଯ୍ୟ ସ୍ଥଗିତ ଥିବା ସୂଚନା ମିଳୁଛି । ତେବେ ଏହା ସତ କି ନାହିଁ ସେ ସମ୍ପର୍କରେ ଜାଣିବା ପାଇଁ ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଭାରତୀୟ ପେସଓମ୍ୟାନ ଝୁଲଣ ଗୋସ୍ବାମୀଙ୍କ ବାୟୋପିକ୍ ବହୁ ପ୍ରତିକ୍ଷିତ ଫିଲ୍ମ ମଧ୍ୟରେ ରହିଛି । ଯାହାକି 2018 ପରେ ଅନୁଷ୍କାଙ୍କ କମବ୍ୟାକ ଫିଲ୍ମ ହେବାକୁ ଯାଉଛି । ଏହି ଫିଲ୍ମକୁ ସ୍ଥଗିତ ରଖାଯାଇଛି ବୋଲି ଶୁଣାଯାଉଥିବା ଖବର ଗୁଜବ ।

ଫିଲ୍ମର ନିର୍ମାତାମାନେ ପ୍ରଡକ୍ସନ କାର୍ଯ୍ୟକୁ ପ୍ରଥମ ପର୍ଯ୍ୟାୟରେ ରଖିଛନ୍ତି । ରିପୋର୍ଟ ଅନୁସାରେ ଝୁଲଣ ବାୟୋପିକର ସ୍କ୍ରିପ୍ଟିଙ୍ଗ କାର୍ଯ୍ୟ ଚାଲୁ ରହିଛି । ତେବେ ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ ମିଳୁନଥିବାରୁ ଫିଲ୍ମର ସୁଟିଂ କାର୍ଯ୍ୟ ଆଗେଇ ପାରୁନାହିଁ । ଫିଲ୍ମର ନିର୍ଦ୍ଦେଶନା ପାଇଁ ନିର୍ଦ୍ଦେଶକ ମିଳିବା ପରେ ଅନୁଷ୍କା ସୁଟିଂ କାର୍ଯ୍ୟ ଆରମ୍ଭ କରିବେ । ଏହି ଫିଲ୍ମ ମାଧ୍ୟମରେ ଏକ ଲଙ୍ଗ ଛୁଟି ପରେ ଅନୁଷ୍କା ବଲିଉଡକୁ ଫେରୁଛନ୍ତି । ଏହି ଫିଲ୍ମଟି 2022 ମସିହାରେ ରିଲିଜ ହେବ ବୋଲି ସୂଚନା ମିଳିଛି ।

ଭାରତୀୟ ମହିଳା କ୍ରିକେଟରଙ୍କ ମଧ୍ୟରେ ବୋଲର ଝୁଲଣ ଗୋସ୍ବାମୀ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ସେ ଭାରତୀୟ ଦଳ ପକ୍ଷରୁ 68ଟି T20 ଖେଳିଥିବା ବେଳେ ଏଥିରେ 56ଟି ୱିକେଟ ନେଇଛନ୍ତି । 2012 ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ 5ଟି ୱିକେଟ ନେଇ ରେକର୍ଡ ସୃଷ୍ଟି କରିଥିଲେ । ସେ 2006 ମସିହା ଅଗଷ୍ଟ ମାସରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ T20 ଡେବ୍ୟୁ କରିଥିଲେ ।

ବିରାଟ ବହୁତ ଦିନ ଧରି ବଲିଉଡରୁ ବିରତି ନେଇଥିଲେ । ଚଳିତ ବର୍ଷ ଜାନୁଆରୀରେ ସେ ଏକ କନ୍ୟା ସନ୍ତାନର ମାଆ ମଧ୍ୟ ହୋଇଛନ୍ତି । ଏହାପରେ ସେ ଖୁବଶୀଘ୍ର ଅଭିନୟ ଜଗତକୁ ଫେରିବା ସହିତ ନିଜ ପ୍ରଯୋଜନାରେ ମଧ୍ୟ ବ୍ୟସ୍ତ ଅଛନ୍ତି । ତେବେ ସେ ଇରଫାନ ଖାନଙ୍କ ପୁଅ ବବିଲ ଖାନଙ୍କୁ ଲଞ୍ଚ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.