ETV Bharat / sitara

RRR Postponed: ଜାନୁଆରୀ ୭ରେ ରିଲିଜ୍ ହେବନି ମେଗା ବଜେଟ୍ ଫିଲ୍ମ

author img

By

Published : Jan 1, 2022, 5:57 PM IST

ଜାନୁଆରୀ ୭ରେ ରିଲିଜ୍ ହେବନି ଆର୍‌ଆର୍‌ଆର୍‌
ଜାନୁଆରୀ ୭ରେ ରିଲିଜ୍ ହେବନି ଆର୍‌ଆର୍‌ଆର୍‌

ସ୍ଥଗିତ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ । ବାହୁବଳୀ ଫେମ୍‌ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର 'ଆରଆରଆର'ର ରିଲିଜକୁ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ

ମୁମ୍ବାଇ: ସ୍ଥଗିତ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ । ବାହୁବଳୀ ଫେମ୍‌ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର 'ଆରଆରଆର'ର ରିଲିଜକୁ ସ୍ଥଗିତ ରଖାଯାଇଛି । ଏହି ଚଳଚ୍ଚିତ୍ରଟି ଜାନୁଆରୀ 7ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ କୋରୋନା ମାମଲାକୁ ଦୃଷ୍ଟିରେ ରଖି ଫିଲ୍ମର ରିଲିଜକୁ ସ୍ଥଗିତ ରଖାଯାଇଛି । ତେବେ ନୂଆ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଏହାପୂର୍ବରୁ ଫିଲ୍ମର ରିଲିଜ୍ ତାରିଖକୁ ଅନେକ ଥର ସ୍ଥଗିତ ରଖାଯାଇଛି । ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ ବ୍ୟତୀତ ଏହି ଫିଲ୍ମ ହିନ୍ଦୀରେ ମୁକ୍ତିଲାଭ କରିବ ।

ଜାନୁଆରୀ ୭ରେ ରିଲିଜ୍ ହେବନି ଆର୍‌ଆର୍‌ଆର୍‌
ଜାନୁଆରୀ ୭ରେ ରିଲିଜ୍ ହେବନି ଆର୍‌ଆର୍‌ଆର୍‌
ଜାନୁଆରୀ ୭ରେ ରିଲିଜ୍ ହେବନି ଆର୍‌ଆର୍‌ଆର୍‌
ଜାନୁଆରୀ ୭ରେ ରିଲିଜ୍ ହେବନି ଆର୍‌ଆର୍‌ଆର୍‌

କୋରୋନାର ତୃତୀୟ ଲହର ପରେ ଅନେକ ସହରର ପ୍ରେକ୍ଷାଳୟକୁ ବନ୍ଦ କରାଯାଇଛି | ଅନେକ ସହରରେ କର୍ଫ୍ୟୁ ଲାଗୁ ହୋଇଛି । ' ଦକ୍ଷିଣ ବ୍ୟତୀତ ଉତ୍ତର ଭାରତୀୟଙ୍କ ପାଇଁ ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ 'RRR' ଅତ୍ୟନ୍ତ ସ୍ବତନ୍ତ୍ର । କାରଣ ରାମ ଚରଣ ଏବଂ ଜୁନିୟର ଏନଟିଆର ବ୍ୟତୀତ ହିନ୍ଦୀ ଚଳଚ୍ଚିତ୍ରର ଅଭିନେତା ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହା ଏକ ପିରିୟଡ ଡ୍ରାମା ଚଳଚ୍ଚିତ୍ର । ଯାହାର କାହାଣୀ ଦେଶରେ ସ୍ବାଧୀନତା ପୂର୍ବରୁ 1920 ମସିହାରେ ନିର୍ମିତ ହୋଇଥିଲା । ଏହି ପିରିୟଡ୍ ଆକ୍ସନ୍ ଡ୍ରାମା ଚଳଚ୍ଚିତ୍ରଟି DVV Entertainments ଡିବିବି ଦାନଯ୍ୟା ଦ୍ବାରା ନିର୍ମିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.