ETV Bharat / sitara

କଙ୍ଗନାଙ୍କୁ ଆଶ୍ବସ୍ତି, ବିଏମସି ଉଚ୍ଛେଦ ପ୍ରକ୍ରିୟାରେ ରୋକ ଲଗାଇଲେ ହାଇକୋର୍ଟ

author img

By

Published : Sep 9, 2020, 2:13 PM IST

Updated : Sep 9, 2020, 4:24 PM IST

କଙ୍ଗନାଙ୍କ ପିଟିସନ ଉପରେ ହାଇକୋର୍ଟର ନିଷ୍ପତ୍ତି ସାମ୍ନାକୁ ଆସିଛି । ଯେଉଁଥିରେ ବିଏମସିର ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରିବାକୁ ଆଦେଶ ଦିଆଯାଇଛି । ବୁଧବାର ଅଭିନେତ୍ରୀ ମଣିକର୍ଣ୍ଣିକା ଅଫିସ୍ ଭାଙ୍ଗି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ବିଏମସି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଉ କିଛି ସମୟ ମଧ୍ୟରେ ମୁମ୍ବାଇରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ହେଲେ ସେ ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏସମି ତାଙ୍କ ବାନ୍ଦ୍ରାସ୍ଥିତ ଅଫିସ୍‌କୁ ଭାଙ୍ଗିବା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରିଛି । ଯାହା ବିରୋଧରେ କଙ୍ଗନା ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିବାବେଳେ ହାଇକୋର୍ଟ ବିଏମସିର ଉଚ୍ଛେଦ ପ୍ରକ୍ରିୟାକୁ ବର୍ତ୍ତମାନ ସ୍ଥଗିତ ରଖିଛନ୍ତି ।

ଏହି ମାମଲାରେ କଙ୍ଗନାଙ୍କ ଓକିଲ ତାଙ୍କ ସମ୍ପତ୍ତିରେ ବେଆଇନ ରୂପେ ବିଏମସି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିବା ଅଭିଯୋଗ ଆଣି ବୁଲଡୋଜର ଡ୍ରାଇଭର ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ । ଅପରାହ୍ନ 12.30ରେ ମାମଲାର ଶୁଣାଣି ହୋଇଥିଲା । ଶୁଣାଣିରେ ହାଇକୋର୍ଟ ବିଏମସିର ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉକି ତାଙ୍କ ପ୍ରଡକ୍ସନ ହାଉସ ମଣିକର୍ଣ୍ଣିକା ଅଫିସ ବେଆଇନ ଭାବେ ନିର୍ମାଣ ହୋଇଥିବା ଦର୍ଶାଇ ପ୍ରଥମେ ବିଏମସି ନୋଟିସ୍ ଜାରି କରିବା ପରେ ଅଫିସ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଥିଲା । ଶିବସେନା ସହ ମୁହାଁମୁହିଁ ହେବା ପରେ ଏପରି ନିଷ୍ପତ୍ତି ନେଇଥିଲା ବିଏମସି ।

Last Updated :Sep 9, 2020, 4:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.