ETV Bharat / sitara

‘ବିଗବସ 14’ ପ୍ରତିଯୋଗୀଙ୍କ ୱିକେଣ୍ଡ କା ୱାର ସାଜିବେ ସନ୍ନି

author img

By

Published : Jan 2, 2021, 12:30 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ

ଭାଇରାଲ ହେଲା ‘ବିଗବସ’ର ନୂଆ ପ୍ରୋମୋ ଭିଡିଓ । ଏଥର ଶନିବାର ଦେଖିବାକୁ ମିଳିବ ସନ୍ନିଙ୍କ ମଜାଦାର ଅନ୍ଦାଜ । ପୂର୍ବରୁ ପ୍ରତିଯୋଗୀ ରୂପେ ଆସିସାରିଛନ୍ତି ନଜର ।

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀଙ୍କୁ ନେଇ ନୂଆ ଚର୍ଚ୍ଚାରେ । ଟିଭିର ପପୁଲାର ରିୟାଲିଟି ଶୋ ‘ବିଗବସ 14’ ହାଉସରେ ଦେଖିବାକୁ ମିଳିବ ତାଙ୍କ ଜଲୱା । କାରଣ ଏଥର ‘ୱିକେଣ୍ଡ କା ୱାର’ରେ ବିଗବସ ପ୍ରତିଯୋଗୀଙ୍କ ସାହସ ବଢାଇବାକୁ ସାମିଲ ହେ ସେ । ବର୍ତ୍ତମାନ ଏହି ଏପିସୋଡର ଏକ ନୂଆ ପ୍ରୋମୋ ଭିଡିଓ ଜାରି କରାଯାଇଛି । ଆଜି ରାତିରେ ପ୍ରସାରଣ ହେବ ‘ୱିକେଣ୍ଡ କା ୱାର’ ।

ସେହିପରି ପ୍ରୋମୋ ଭିଡିଓରେ ପ୍ରଥମେ ବିଗବସର ସବୁ ପ୍ରସଙ୍ଗ ଦେଖିବାକୁ ମିଳୁଛି । ଆଉ ଶେଷରେ ବିଗବସରେ ସାମିଲ ହେବା ଅନୁଭୂତି କହୁଥିବାର ନଜର ଆସୁଛନ୍ତି ସେ । ସେ ପ୍ରଥମଥର ବିଗବସରେ ସାମିଲ ହୋଇନାହାଁନ୍ତି । ଏହାପୂର୍ବରୁ ମଧ୍ୟ ସେ ପ୍ରତିଯୋଗୀ ରୂପେ ବିଗବସରେ ଖେଳିସାରିଛନ୍ତି ।

ମଜାଦାର କଥା ହେଲା ଯେ ‘ୱିକେଣ୍ଡ କା ୱାର’ରେ ସେ ଡାକ୍ତର ସନ୍ନି ହୋଇ ସାମିଲ ହେବେ । ଏହାପରେ ସେ ବିଗବସଙ୍କ ହାଲଚାଲ୍ ମଧ୍ୟ ବୁଝିବେ । ଯଦି ଆପଣ ଏହି ମଜାଦାର ଏପିସୋଡ ମିସ୍ ନକରିବାକୁ ଚାହୁଁଛନ୍ତି ତେବେ ଆଜି ରାତି 9ଟାରେ ଦେଖନ୍ତୁ ଶୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.