ETV Bharat / sitara

Aryan Khan Drugs Case: ଆର୍ୟାନଙ୍କୁ ମିଳିପାରେ କ୍ଲିନଚିଟ୍, ମିଳିଲାନି ପ୍ରମାଣ

author img

By

Published : Mar 2, 2022, 12:28 PM IST

ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନ୍ ଖୁବ୍ ଶୀଘ୍ର କ୍ଲିନଚିଟ୍ ପାଇପାରନ୍ତି। କାରଣ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସ୍ୱତନ୍ତ୍ର ଟିମ୍ ଏସଆଇଟି ଆର୍ୟାନ ଖାନଙ୍କ ବିରୋଧରେ କୌଣସି ସନ୍ଦେହଜନକ ପ୍ରମାଣ ପାଇନାହିଁ । ଅଧିକ ପଢନ୍ତୁ

ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍‌ଙ୍କ ବିରୋଧରେ SIT କୁ ମିଳିଲାନି କୌଣସି ପ୍ରମାଣ
ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍‌ଙ୍କ ବିରୋଧରେ SIT କୁ ମିଳିଲାନି କୌଣସି ପ୍ରମାଣ

ହାଇଦ୍ରାବାଦ: ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟାନ ଖାନ୍ ଖୁବଶୀଘ୍ର କ୍ଲିନଚିଟ୍ ପାଇପାରନ୍ତି। କାରଣ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସ୍ୱତନ୍ତ୍ର ଟିମ୍ ଏସଆଇଟି ଆର୍ୟାନ ଖାନଙ୍କ ବିରୋଧରେ କୌଣସି ସନ୍ଦେହଜନକ ପ୍ରମାଣ ପାଇନାହିଁ । ତାଙ୍କ ବିରୋଧରେ ଏମିତି କୌଣସି ପ୍ରମାଣ ମିଳିଲାନି ଯାହାଦ୍ବାରା ଏହା ପ୍ରମାଣ ହୋଇପାରିବ କି ସେ ଏକ ବଡ଼ ଷଡଯନ୍ତ୍ର କିମ୍ବା ଏକ ଆନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟର ଅଂଶ ଥିଲେ ।

  • Highly premature to say that there's no evidence against Aryan Khan. Probe still in progress; recorded multiple statements. Have not reached any conclusion yet: SIT chief & NCB DDG (operation) Sanjay Singh on reports of no evidence against Aryan Khan in Cordelia cruise ship drug pic.twitter.com/oCiixvLu5c

    — ANI (@ANI) March 2, 2022 " class="align-text-top noRightClick twitterSection" data=" ">

ବାସ୍ତବରେ, ଏନସିବି ମୁମ୍ବାଇ ୟୁନିଟ୍‌ର ଅଭିଯୋଗ ବିପରୀତ SIT (ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍) ଏହାର ଅନୁସନ୍ଧାନର କିଛି ଫଳାଫଳକୁ HT ସହିତ ସେୟାର କରିଛି ଯେଉଁଥିରେ ଦର୍ଶାଯାଇଛି ଯେ ଆର୍ଯ୍ୟନ୍ ଖାନଙ୍କ ପାଖରେ କୌଣସି ଡ୍ରଗ୍ସ ନଥିଲା।

ଅନୁସନ୍ଧାନକାରୀ ଟିମ କହିଛନ୍ତି ଯେ, ଆର୍ୟାନ ଖାନଙ୍କ ଚାଟ୍ରୁ ଏହା ଜଣାପଡୁନାହିଁ କି ସେ କୌଣସି ଆନ୍ତର୍ଜାତୀୟ ସିଣ୍ଡିକେଟ୍ ର ଅଂଶ ଥିଲେ ବୋଲି। ଏହା ବ୍ୟତୀତ କ୍ରୁଜରେ ରେଡ ସମୟରେ ଅନିୟମିତତା କରାଯାଇଥିଲା। ରେଡ ସମୟରେ କୌଣସି ଭିଡିଓ ରେକର୍ଡିଂ କରାଯାଇ ନଥିଲା ଯେମିତି କି ଏନସିବି ମାନୁଆଲ ଦ୍ବାରା ଅନିବାର୍ଯ୍ୟ କରାଯାଇଥିଲା। ଏହି ଘଟଣାର ଏସଆଇଟିର ଅନୁସନ୍ଧାନ ତଥା ଏଜେନ୍ସିର ମୁମ୍ବାଇ ଆଞ୍ଚଳିକ ୟୁନିଟର ପୂର୍ବତନ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠଥିଲା। ୱାଙ୍ଖଡେଙ୍କୁ ତାଙ୍କ ମୂଳ କ୍ୟାଡରକୁ ପଠାଇ ଦିଆଯିବା ସହ ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଉଭୟ SIT ଏବଂ ଏଜେନ୍ସିର ଭିଜିଲାନ୍ସ ଟିମ ତାଙ୍କୁ ଅନେକ ଥର ପଚରାଉଚରା କରିଛନ୍ତି।

ତଥାପି ସବୁ ଜିନିଷକୁ ସଂପୂର୍ଣ୍ଣ କରିବା ପାଇଁ SIT କରିଥିବା ଯାଞ୍ଚ ଏବଂ ଏନସିବିର ମହାନିର୍ଦେଶକ ଏସ.ଏନ୍ ପ୍ରଧାନଙ୍କୁ ତାଙ୍କର ଅନ୍ତିମ ରିପୋର୍ଟ ଦାଖଲ କରିବାକୁ କିଛି ମାସ ଲାଗିପାରେ । ଅନ୍ତିମ ନିଷ୍ପତ୍ତି ପୂର୍ବରୁ ଏକ ଆଇନଗତ ମତାମତ ନିଆଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଏସଆଇଟି ମୁଖ୍ୟ ତଥା ଏନସିବି ଡିଡିଜି ସଞ୍ଜୟ ସିଂ କହିଛନ୍ତି ଯେ ଆର୍ଯ୍ୟନ ଖାନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି କହିବା ଏତେ ଶୀଘ୍ର ଠିକହେବ ନାହିଁ। ତଦନ୍ତ ଜାରି ରହିଛି, ଏପର୍ଯ୍ୟନ୍ତ ଅନେକ ବୟାନ ରେକର୍ଡ କରାଯାଇ ନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.