ETV Bharat / sitara

ଅତୀତକୁ ମନେ ପକାଇଲେ କଙ୍ଗନା, ସେୟାର କଲେ ସ୍କୁଲ ସମୟର ଫଟୋ

author img

By

Published : Sep 26, 2021, 4:33 PM IST

ସ୍କୁଲ ଦିନକୁ ମନେ ପକାଇଲେ ୧୯୯୮ ମସିହାର ଲିଟଲ ଗାର୍ଲ କଙ୍ଗନା । ଅଧିକ ପଢନ୍ତୁ...

ଅତୀତକୁ ମନେ ପକାଇଲେ କଙ୍ଗନା, ସ୍କୁଲ ଯିବା ସମୟର ଫଟୋ କଲେ ସେୟାର
ଅତୀତକୁ ମନେ ପକାଇଲେ କଙ୍ଗନା, ସ୍କୁଲ ଯିବା ସମୟର ଫଟୋ କଲେ ସେୟାର

ମୁମ୍ବାଇ: ପିଲାଦିନର ସ୍ମୃତିକୁ ମନେ ପକାଇଛନ୍ତି ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ । ହିମାଚଳପ୍ରଦେଶରେ ଥିବା ନିଜ ସ୍କୁଲକୁ ଯିବା ସମୟର ଫଟୋକୁ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ଫଟୋ ତାଙ୍କର ମାଉଣ୍ଟେନ ଗର୍ଲଠୁ ବଲିଉଡ଼ର ସୁନାମଧନ୍ୟ ଅଭିନେତ୍ରୀର ଯାତ୍ରାକୁ ବଖାଣୁଛି ।

କଙ୍ଗନା ପିଲାଦିନର ଏହି ଫଟୋକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଫଟୋରେ ସେ ସ୍କୁଲ ୟୁନିଫର୍ମରେ ନିଜ ସାଙ୍ଗ ସହିତ ପୋଜ ଦେଇଛନ୍ତି । ଏହି ଫଟୋ ୧୯୯୮ ମସିହାର ହିମାଚଳପ୍ରଦେଶର ଏକ ଛୋଟ ବିଦ୍ୟାଳୟ ପରିସରର ଫଟୋ ବୋଲି କଙ୍ଗନା କ୍ୟାପସନରେ ଲେଖିଛନ୍ତି । ଅନ୍ୟ ଏକ ଫଟୋରେ ଲିଟଲ କଙ୍ଗନା ଗୋଲାପୀ ଓ ସବୁଜ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଛି । ତେବେ ସେ ସ୍କୁଲ ପିକନିକରେ ଏକ ମନ୍ଦିର ପରିସରରେ ଠିଆ ହୋଇଛନ୍ତି ବୋଲି କହି ଖୁସିବ୍ୟକ୍ତ କରିଛନ୍ତି ।

କଙ୍ଗନାଙ୍କ କାମ ସମ୍ପର୍କରେ ଆଲୋଚନା କଲେ ସେ ମଣିକର୍ଣ୍ଣିକା ରିଟର୍ଣ୍ଣସରେ ଆଗକୁ ନଜର ଆସିବେ । ଏହାସହିତ ଏମରଜେନ୍ସି, ଧାକ୍କଡ ଓ ତେଜସରେ ନଜର ଆସିବେ । ଏହାସହିତ କଙ୍ଗନା ଆଗାମୀ ଫିଲ୍ମ 'ସୀତା'ରେ ମାଆ ସୀତା ଚରିତ୍ରରେ ନଜର ଆସିବେ । ଏହି ପୌରାଣିକ କାହାଣୀ ଉପରେ ଆଧାରିତ ଫିଲ୍ମକୁ ଅଲୌକିକ ଦେଶାଇ ନିର୍ଦ୍ଦେଶନା ଦେଇଥିବା ବେଳେ ଏହାକୁ ୫ଟି ଭାଷା ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲାମ ଓ କନ୍ନଡ ଭାଷାରେ ରିଲିଜ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.