ETV Bharat / sitara

ଡେଲିଭରି ବୟଙ୍କ ସମର୍ଥନରେ ରାକ୍ଷୀ, କହିଲେ ଏମିତି କଥା

author img

By

Published : Mar 18, 2021, 11:54 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ଜୋମାଟୋ ଡେଲିଭରି ବୟଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ରାକ୍ଷୀ । କହିଲେ ସେମାନଙ୍କୁ ସମ୍ମାନ ଦିଅନ୍ତୁ । ଅଧିକ ପଢନ୍ତୁ...

ମୁମ୍ବାଇ: ଧିରେ ଧିରେ କରି ସେଲିବ୍ରିଟି ଜୋମାଟୋ ଡେଲିଭରି ବୟ କାମରାଜଙ୍କ ସମର୍ଥନରେ ସାମିଲ ହେଲେଣି । ନିକଟରେ ଜଣେ ମେକଅପ୍ ଆର୍ଟିଷ୍ଟ ଜୋମାଟୋ ଡେଲିଭରି ବୟ କାମରାଜଙ୍କ ଉପରେ ମାଡ ମାରିବା ଅଭିଯୋଗ କରିଥିଲେ । ଯାହାପରଠୁ ଏହି ମାମଲା ବଡ ପ୍ରସଙ୍ଗ ପାଲଟିଛି । କିଏ ମିଛ କହୁଛି କିଏ ସତ କହୁଛି କାହାରିକୁ ଜଣାନାହିଁ । ହେଲେ କାମରାଜଙ୍କୁ ସମର୍ଥନ କରୁଥିବାର ନଜର ଆସୁଛନ୍ତି ସେଲିବ୍ରିଟି । ଏବେ ଡ୍ରାମା କୁଇନ ରାକ୍ଷୀ ସାୱାନ୍ତଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

ଯେଉଁଥିରେ ସେ କହିଛନ୍ତି, ‘ଡେଲିଭରି ବଏଙ୍କ ସହ ବହୁତ ଅନ୍ୟାୟ ହୋଇଛି । ଯାହାକୁ ନେଇ ମୁଁ ଦୁଃଖି । ଜୋମାଟୋ ହେଉ କିମ୍ବା ସ୍ବିଗି ଆପଣଙ୍କ ଘରକୁ ଆସି ପେଟର ଭୋକ ମେଣ୍ଟାଇଛନ୍ତି । ସେମାନଙ୍କୁ ସମ୍ମାନ ଦିଅନ୍ତୁ । ପ୍ରେମ ବାଣ୍ଟନ୍ତୁ । କୋରୋନା ଭୟ ସତ୍ତ୍ବେ ସେମାନେ ନିଜ ଚାକିରିରେ ହେଳା କରୁନାହାଁନ୍ତି । ମୁଁ କହୁନାହିଁ ଯେ ଆପଣ ସେମାନଙ୍କୁ ଘରେ ବସାଇ ଖାଇବାକୁ ଦିଅନ୍ତୁ ହେଲେ ଗୋଟିଏ ଗ୍ଲାସ ପାଣି ତ ପିଇବାକୁ ଦେଇପାରିବେ। ମୁଁ ସବୁବେଳେ ସେମାନଙ୍କୁ ପାଣି ପିଇବାକୁ ଦିଏ ।’

ରାକ୍ଷୀଙ୍କ ପୂର୍ବରୁ ପରିଣୀତି ଚୋପ୍ରା ଓ କାମ୍ୟା ପଞ୍ଜାବୀ ଭଳି ଅଭିନେତ୍ରୀ କାମରାଜଙ୍କ ସମର୍ଥନରେ ସାମ୍ନାକୁ ଆସି ସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.