ETV Bharat / sitara

ହଲିଉଡ ଆକ୍ଟର ରବର୍ଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁପମ

author img

By

Published : Aug 18, 2020, 6:48 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁପମ ଖେର

ଚର୍ଚ୍ଚାରେ ଅନୁପମ ଖେର । ସେ ହଲିଉଡ ଆକ୍ଟର ରବର୍ଟଙ୍କ ପାଇଁ ସୋସିଆଲ ମିଡିଆରେ ଏକ ଖାସ୍ ଭିଡିଓ ସେୟାର କରିଛନ୍ତି । ଯାହାଙ୍କ ସହ ସେ ହଲିଉଡ ଫିଲ୍ମରେ କାମ କରିସାରିଛନ୍ତି ।

ମୁମ୍ବାଇ: ଆଜି ହଲିଉଡର ଫେମସ ଆକ୍ଟର ରବର୍ଟ ଡି ନିରୋଙ୍କ ଜନ୍ମଦିନ । ଏହି ଖାସ୍ ଅବସରରେ ତାଙ୍କୁ ଶାନଦାର ଶୁଭେଚ୍ଛା ଜଣାଇଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଅନୁପମ ଖେର । ସେ ସୋସିଆଲ ମିଡିଆରେ ତାଙ୍କ ପାଇଁ ଏକ ଖାସ୍ ଭିଡିଓ ସେୟାର କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା। ସେହିପରି ଭିଡିଓଟି ଖୁବ୍ ଭାଇରାଲ ମଧ୍ୟ ହେଉଛି ।

ଇନଷ୍ଟାଗ୍ରାମରେ ସେୟାର କରିଥିବା ଏହି ଭିଡିଓରେ ଅନୁପମଙ୍କ ସହ ହଲିଉଡର ଫେମସ ନିର୍ଦ୍ଦେଶକ ମାର୍ଟିନ ସ୍କୋରସେସି, ରବର୍ଟ ନଜର ଆସୁଛନ୍ତି । ଅନୁପମ ଓ ରବର୍ଟ ହଲିଉଡ ଫିଲ୍ମ ‘ସିଲଭର ଲାଇନିଂଗ୍ସ ପ୍ଲେବୁକ’ରେ ଏକାଠି କାମ କରିଥିଲେ ।

ଭିଡିଓ ସେୟାର କରି ଅନୁପମ କ୍ୟାପସନରେ ଲେଖିଛନ୍ତି, ‘ମୋ ବନ୍ଧୁ ଓ ଦୁନିଆର ବେଷ୍ଟ ଆକ୍ଟର ରବର୍ଟ ଡି ନିରୋଙ୍କୁ ହାପି ବର୍ଥଡେ । ଭଗବାନ ତାଙ୍କୁ ଦୁନିଆର ସବୁ ଖୁସି ଓ ଶାନ୍ତି ଦିଅନ୍ତୁ । ମୋ ପାଇଁ ଏହା ଗର୍ବର ଏବଂ ସମ୍ମାନର କଥା ଥିଲା ଯେ ଦୁଇ ବର୍ଷ ପୂର୍ବେ ମୁଁ ଆପଣଙ୍କ ବର୍ଥଡେ ସେଲିବ୍ରେଶନର ଅଂଶ ହେବାକୁ ସୁଯୋଗ ପାଇଥିଲି। ଜୟ ହୋ ।’

ପ୍ରକାଶ ଥାଉକି ‘ସିଲଭର ଲାଇନିଂଗ୍ସ ପ୍ଲେବୁକ’ 2012ରେ ରିଲିଜ ହୋଇଥିଲା । ଫିଲ୍ମର କାହାଣୀ ଜଣେ ଶିକ୍ଷକଙ୍କ ବିଷୟରେ ଥିଲା । ଯିଏ ମେଣ୍ଟାଲ ସଂସ୍ଥାରୁ ନିଜ ପ୍ୟାରେଣ୍ଟସଙ୍କୁ ଘରକୁ ଫେରାଇ ଆଣିଥିବେ । ଏହି ଫିଲ୍ମରେ ଅନୁପମ, ବ୍ରେଣ୍ଡଲୀ କୂପରଙ୍କ ଥେରେପିଷ୍ଟ ଭୂମିକାରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.