ETV Bharat / sitara

କୋଭିଡ ନିୟମ ଭାଙ୍ଗିଲେ ଆଲିଆ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା BMC

author img

By

Published : Dec 17, 2021, 11:50 AM IST

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାମରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ(Bollywood Actress Alia Bhatt Break Covid Rule) । କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା BMC । ଅଧିକ ପଢନ୍ତୁ

କୋଭିଡ ନିୟମ ଭାଙ୍ଗିଲେ ଆଲିଆ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା BMC
କୋଭିଡ ନିୟମ ଭାଙ୍ଗିଲେ ଆଲିଆ, କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା BMC

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ନାମରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ(Bollywood Actress Alia Bhatt Break Covid Rule) । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମ୍ୟୁନିସିପାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ।

ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍(BMC) ସ୍ୱାସ୍ଥ୍ୟ କମିଟିର ଅଧ୍ୟକ୍ଷ ରାଜୁଲ ପଟେଲ କହିଛନ୍ତି ଯେ, ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଦ୍ବାରା ହୋଇଥିବା କ୍ବାରେଣ୍ଟାଇନ ନିୟମ ଉଲ୍ଲଂଘନର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସେ ସ୍ଥାନୀୟ ମ୍ୟୁନିସିପାଲିଟି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଡିସେମ୍ବର 8ରେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଘରେ ଏକ ପାର୍ଟିରେ ଯୋଗଦେବା ପରେ ଅଭିନେତ୍ରୀ କରୀନା କପୁର ଖାନ ଏବଂ ସନୟା କପୁର କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିରେ ଆଲିଆ ଭଟ୍ଟ ମଧ୍ୟ ଯୋଗ ଦେଇଥିଲେ ମଧ୍ୟ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'ର ପ୍ରଚାର ପାଇଁ ଦିଲ୍ଲୀ ଯିବାକୁ ବିଏମସିକୁ ଅନୁମତି ମାଗିଥିଲେ । ବିଏମସି ଆଲିଆଙ୍କୁ ଦିଲ୍ଲୀରେ 14 ଦିନ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ ।

କିନ୍ତୁ ଆଲିଆ ନିୟମ ଉଲ୍ଲଙ୍ଘନ କରି ମୁମ୍ବାଇ ଫେରିଆସିଛନ୍ତି । ଫଳରେ ବିଏମସି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । ଅନ୍ୟପଟେ ପ୍ରଚାର ସମୟରେ ଆଲିଆଙ୍କ ସହ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଏବଂ କୋ-ଷ୍ଟାର ତଥା ବୟଫ୍ରେଣ୍ଡ ରଣବୀର କପୁର ଥିବା ଜଣାପଡିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.