ETV Bharat / science-and-technology

ଏଣିକି ହ୍ବାଟ୍ସଆପରେ ହୋଇପାରିବ ଚାଟ୍ ପିନ୍‌, ରୋଲଆଉଟ୍‌ ହେଲା ନୂଆ ଫିଚର

author img

By ETV Bharat Odisha Team

Published : Dec 13, 2023, 12:42 PM IST

Pin message in WhatsApp: ହ୍ବାଟ୍ସଆପ ଏକ ନୂଆ ଫିଚର ରୋଲଆଉଟ କରିଛି । ଏଣିକି ଚାଟ୍‌କୁ ପିନ୍ କରିପାରିବେ ୟୁଜର୍ସ । ଅଧିକ ପଢ଼ନ୍ତୁ

pin message in WhatsApp
pin message in WhatsApp

ହାଇଦ୍ରାବାଦ: ଏଣିକି ଆଉ ଭୁଲ ହେବନି ଜନ୍ମ ତାରିଖ, ମିଟିଂ ସମୟ କିମ୍ବା ଅନାନ୍ୟ ଜରୁରୀ ବୈଠକ। କାରଣ ହ୍ବାଟ୍ସଆପ ଖୋଲିବା ମାତ୍ରେ ଦେଖାଯିବ ମେସେଜ। ସୋସିଆଲ ମିଡିଆ ଦିଗଗଜ କମ୍ପାନୀ ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ ଏକ ନୂଆ ଫିଚର ରୋଲଆଉଟ କରିଛି। ଯାହା ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କୁ ଚାଟ୍ ଏବଂ ଗ୍ରୁପରେ ମେସେଜ୍ ପିନ୍ କରିବାକୁ ଅନୁମତି ଦେଇଥାଏ। ଯେତେବେଳେ ଜଣେ ୟୁଜର୍ସ ଏକ ମେସେଜ୍ ପିନ୍ କରନ୍ତି, ତେବେ ଏହା ଚାଟ୍ ୱିଣ୍ଡୋର ଶୀର୍ଷରେ ଦେଖାଯିବ। କହିରଖୁଛୁ ପୂର୍ବରୁ ଏହି ଫିଚର କେବଳେ ଆଇଫୋନ ୟୁଜର୍ସଙ୍କ ପାଇଁ ରହିଥିଲା ।

ବର୍ତ୍ତମାନ କମ୍ପାନୀ ଏକ ସମୟରେ କେବଳ ଗୋଟିଏ ଚାଟ ପିନ କରିବାର ସୁବିଧା ଯୋଗାଉଥିଲା। ଯେତେବେଳେ ଆପଣ ଜଣେ ନିର୍ଦ୍ଦିଷ୍ଟ ସ୍ଥାନରେ ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଉଛନ୍ତି କିମ୍ବା ଆପଣ ଆଲୋଚନା ପାଇଁ ବୈଠକ ସ୍ଥିର ହୋଇଛି ଏଭଳି ସ୍ଥଳେ ଏହି ଫିଚର ଦ୍ବାରା ଉପକୃତ ହେବେ ୟୁଜର୍ସ। ପିନ ଫିଚରର ସାହାଯ୍ୟରେ ଆପଣଙ୍କୁ କୌଣସି କାମର ସୂଚନା ଓ୍ବିଣ୍ଡେୋର ଶୀର୍ଷରେ ଅର୍ଥାତ ହ୍ବାଟ୍ସଆପ ଚାଟର ଉପରେ ଦେଖାଯିବ। ଏହା ଏକ ପ୍ରକାର ସତର୍କ ଘଣ୍ଟି ଭାବେ କାର୍ଯ୍ୟ କରିବ। କୌଣସି ମେସେଜ ଖୋଜିବା ପାଇଁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ତେବେ କହିରଖୁଛୁ କି, କମ୍ପାନୀ ଆଗାମୀ ସମୟରେ ଏକାଧିକ ବାର୍ତ୍ତା ପିନ୍ କରିବାକୁ ସୁବିଧା ଯୋଗାଇବାକୁ ଯାଉଛି। ବର୍ତ୍ତମାନ ଏହି ଫିଚର କେବଳେ କେତେକ ବିଟା ଟେଷ୍ଟରଙ୍କ ପାଇଁ ଉପଲବ୍ଧ ରହିଛି ।

ମେସେଜକୁ କରିପାରିବେ ପିନ୍: ଆଣ୍ଡ୍ରୋଏଡରେ କୌଣସି ମେସେଜକୁ ପିନ କରିବାକୁ ହେଲେ ପ୍ରଥମେ ଏହାକୁ କିଛି ସମୟ ପ୍ରେସ କରି ଧରିବାକୁ ହେବ। ଏହାପରେ ପିନ ମେସେଜର ଅପ୍ସନ ମିଳିବ। ଏହା ଉପରେ କ୍ଲିକ କରିଲେ ମେସେଜ ଟପରେ ପିନ ହୋଇଯିବ। ତେବେ କହିରଖୁଛୁ କି, ଏହି ଫିଚର ଦ୍ବାରା କେବଳ ମେସେଜକୁ ପିନ କରିବାରେ ସମ୍ଭବ ହେବେ ନାହିଁ ବରଂ କୌଣସି ଫଟୋକୁ ମଧ୍ୟ ପିନ୍ କରିବାରେ ସକ୍ଷମ ହେବେ । ଆଇଓଏସରେ ମେସେଜ୍‌କୁ ପିନ୍‌ କରିବାକୁ ହେଲେ ଟାଇଟ୍‌ ସ୍ବାଇପ୍‌ କରିବାକୁ ହେବ ।

ଏହା ମଧ୍ୟ ପଢନ୍ତୁ: ଥରେ ଭଏସ ନୋଟ୍ ଶୁଣିବା ପରେ ହୋଇଯିବ ଗାଏବ, ହ୍ବାଟ୍ସଆପରେ ଆସିଲା ଦମଦାର ଫିଚର

ଟାଇମ ମଧ୍ୟ ସେଟ କରିପାରିବେ ୟୁଜର୍ସ: ଯେତେବେଳେ ଜଣେ ୟୁଜର୍ସ କୌଣସି ମେସେଜକୁ ପିନ କରିବାକୁ ଯାଉଛନ୍ତି, ତାହାର ସମୟସୀମା ମଧ୍ୟ ଠିକ କରିପାରିବେ। ଏହି ଫିଚରରେ 24 ଘଣ୍ଟା, 7ଦିନ ଏବଂ 30 ଦିନ ଏଭଳି 3ଟି ଅପ୍ସନ ମିଳିବ। ୟୁଜର୍ସ କେବଳ ଗୋଟିଏ ଅପ୍ସନରେ କ୍ଲିକ କରିପାରିବେ। ଯେତେବେଳେ ମେସେନରୁ ଅନପିନ କରିବାକୁ ଚାହିଁଲେ ତାହାଲେ ସମାନ ପ୍ରୋସେସ ଆପାଣାଇବାକୁ ହେବ। ଏଭଳି ସ୍ଥଳେ ଆପଣଙ୍କୁ ଅନପିନର ଅପ୍ସନ ମିଳିବ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେତେବେଳେ ଗ୍ରୁପରେ ମେସେଜକୁ ପିନ କରିବାକୁ ଚାହିଁବେ ତାହାଲେ ଆଡମିନର ସହମତି ମିଳିବା ଉଚିତ। ବିନା ଅନୁମତିରେ ମେସେଜ ପିନ କରିବାକୁ ସକ୍ଷମ ହେବେ ନାହିଁ। ଫେଜଓ୍ବାଇଜ ଏହି ଅପ୍ସନକୁ ରୋଲଆଉଟ କରୁଛି ହ୍ବାଟ୍ସଆପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.