ETV Bharat / science-and-technology

AI Safety Summit: ଭବିଷ୍ୟତରେ AI ସବୁଠୁ ବିପଦଜ୍ଜନକ ହେବ କହିଲେ ମସ୍କ

author img

By ETV Bharat Odisha Team

Published : Nov 3, 2023, 12:23 PM IST

ୟୁକେ ଏଆଇ ସମ୍ମିଳନୀରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନିୟନ୍ତ୍ରଣକୁ ନେଇ ଆଲୋଚନା କରାଯାଇଥିଲା । ତେବେ ଭବିଷ୍ୟତରେ AI ସବୁଠାରୁ ବିପଦଜ୍ଜନକ ହେବ କହିଲେ ମସ୍କ । ଅଧିକ ପଢନ୍ତୁ

AI Safety Summit
AI Safety Summit

ହାଇଦ୍ରାବାଦ: ଦୁଇ ଦିନିଆ ୟୁକେ ଏଆଇ ସମ୍ମିଳନୀ ଗତ 1 ଓ 2 ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)କୁ ନେଇ ଚିନ୍ତା ପ୍ରକଟ କରିଥିଲେ ଆରବପତି ଏଲନ ମସ୍କ । ଏଆଇ ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଆଲୋଚନା କରିଥିଲେ ମସ୍କ । ତେବେ ଆଲୋଚନା ସମୟରେ ଏଆଇକୁ କଣ୍ଟ୍ରୋଲ ବା ନିୟନ୍ତ୍ରଣ କରିବା ଆବଶ୍ୟକ ବୋଲି ମସ୍କ କହିଥିଲେ । ଯଦି ଏଥିପାଇଁ ନୂତନ ନିୟମ ତିଆରି କରିବାର ଆବଶ୍ୟକତା ଅଛି, ତେବେ ତାହା ମଧ୍ୟ କରାଯିବା ଉଚିତ ବୋଲି ସେ କହିଛନ୍ତି । AIକୁ ନିୟନ୍ତ୍ରଣ କରିବା ଟିକେ କଷ୍ଟସାଧ୍ୟ ହେବ ଏବଂ ଟେକ୍ କମ୍ପାନୀଗୁଡିକ ମଧ୍ୟ ଏଥିରେ ଆପତ୍ତି କରିପାରନ୍ତି କିନ୍ତୁ ଏଭଳି କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଏଲନ ମସ୍କ ।

ସୂଚନା ଅନୁସାରେ, ମସ୍କ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଆଲୋଚନା କରିଥିଲେ । ଭବିଷ୍ୟତରେ ଏଆଇର ପ୍ରଭାବ ନେଇ ଆଲୋଚନା ହୋଇଥିଲା । ଏଥିରେ ଏଆଇ ଜେନେରେଟେଡ ବିଭ୍ରାନ୍ତକାରୀ ତଥ୍ୟକୁ ନେଇ ମଧ୍ୟ ଚିନ୍ତାପ୍ରକଟ କରିଥିଲେ ମସ୍କ ।

ମସ୍କ ନିଜ ବୟାନରେ କହିଛନ୍ତି, "ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭବିଷ୍ୟତରେ ସବୁଠାରୁ ବିପଦଜ୍ଜନକ ପ୍ରମାଣିତ ହେବ । ଆଗାମୀ ଦିନରେ ଏଆଇ ରୂପରେ ଏଭଳି କିଛି ରହିବ ଯାହାକି ମନୁଷ୍ୟ ଠାରୁ ମଧ୍ୟ ଅଧିକ ସ୍ମାର୍ଟ ହେବ । ଏଭଳି ଏକ ସମୟ ଆସିବ ଯେତେବେଳେ ଚାକିରିର ଆବଶ୍ୟକତା ପଡିବ ନାହିଁ ।"

ଏହା ମଧ୍ୟ ପଢନ୍ତୁ: Name change Offer: ୱିକିପିଡିଆ ପରେ ଫେସବୁକକୁ ଅଫର ଦେଲେ ମସ୍କ

କହିରଖୁଛୁ କି, ଏଆଇ ସମ୍ମିଳନୀରେ ଭାରତ ଏବଂ ଚୀନ ସମେତ 28ଟି ଦେଶ ଏକ ଅନ୍ତର୍ଜାତୀୟ ଘୋଷଣାନାମା ସ୍ୱାକ୍ଷର କରିଛନ୍ତି । ଏହି ସମ୍ମିଳନୀରେ କେବଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଆଲୋଚନା କରାଯାଇଥିଲା । ତେବେ ଏଆଇ ଆଗାମୀ ଦିନରେ ମଣିଷର ଅସ୍ତିତ୍ବ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଚିନ୍ତା ପ୍ରକଟ କରିଛନ୍ତି ।

ସରକାରଙ୍କ ସହ ମିଶି କାମ କରିବେ ଏଆଇ ଡେଭଲପର: ଏଆଇ ସମ୍ମିଳନୀରେ ନାମୀଦାମୀ କମ୍ପାନୀଗୁଡିକ ଭାଗ ନେଇଥିଲେ । କମ୍ପାନୀ ବା ଏଆଇ ଡେଭଲପରମାନେ ସରକାରଙ୍କ ସହ ମିଶି ଏଆଇ ମଡେଲର ସୁରକ୍ଷା ପରୀକ୍ଷଣ କରିବା ପାଇଁ କାମ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି । ଏହାଦ୍ବାରା ଏଆଇ ଯୋଗୁଁ ୟୁଜର୍ସଙ୍କୁ ହେଉଥିବା କ୍ଷତିକୁ ରୋକିବାରେ ସାହାଯ୍ୟ କରିବ ।

ଟେକ କମ୍ପାନୀମାନଙ୍କୁ ଉତ୍ତରଦାୟୀ ହେବାକୁ ପଡିବ: କମଲା ହାରିସ

ବୈଠକରେ ଏଆଇ ଉପରେ ନିୟନ୍ତ୍ରଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଅନେକ ଦେଶ ଚିନ୍ତା ପ୍ରକଟ କରିଥିଲେ । ତେବେ ଏଥିପାଇଁ ଟେକ କମ୍ପାନୀମାନଙ୍କୁ ଉତ୍ତରଦାୟୀ ହେବାକୁ ପଡିବ ବୋଲି କହିଥିଲେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ । ଆମେରିକା, ଇୟୁ ଏବଂ ଚୀନ ଏଆଇର ବିପଦକୁ ମୁକାବିଲା କରିବା ପାଇଁ ସ୍ପଷ୍ଟୀକରଣ ଦେବା ପାଇଁ ସହମତି ପ୍ରକାଶ କରିଥିଲେ । ସେହିପରି ଏଆଇ କମ୍ପାନୀ ଉପରେ ସମ୍ପୂର୍ଣ୍ଣ ନିର୍ଭର ନକରିବାକୁ ଋଷି ସୁନକ କହିଥିଲେ । ଏଆଇର ଗଡଫାଦର କୁହାଯାଉଥିବା ୟୋସୁଆ ବୋଙ୍ଗିଆ କହିଛନ୍ତି ଯେ, ଷ୍ଟେଟ ଅଫ ଦ ସାଇନ୍ସ ରିପୋର୍ଟ ଯୋଗୁଁ ଭବିଷ୍ୟତରେ ଏଆଇ ଜନିତ ବିପଦର ମୁକାବିଲା ପାଇଁ ସହାୟତା ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.