ETV Bharat / science-and-technology

Name change Offer: ୱିକିପିଡିଆ ପରେ ଫେସବୁକକୁ ଅଫର ଦେଲେ ମସ୍କ

author img

By ETV Bharat Odisha Team

Published : Nov 2, 2023, 4:54 PM IST

ଓ୍ବିକିପିଡିଆ ପରେ ଫେସବୁକକୁ ଅଫର ଦେଲେ ମସ୍କ । ଫେସବୁକର ନାମ ପରିବର୍ତ୍ତନ କରିଲେ 1 ଆରବ ଡଲାର ପ୍ରଦାନ କରିବେ କହିଲେ ମସ୍କ । ଅଧିକ ପଢନ୍ତୁ

Elon Musk offers Mark Zuckerberg
Elon Musk offers Mark Zuckerberg

ହାଇଦ୍ରାବାଦ: ଜାରି ରହିଛି ବିଲେନିୟର ଏଲନ ମସ୍କଙ୍କ ନେମ ଚେଞ୍ଜିଂ ଅଫର । କମ୍ପାନୀର ନାମ ପରିବର୍ତ୍ତନ ପାଇଁ ମୋଟା ଅଙ୍କର ଟଙ୍କା ଅଫର କରୁଛନ୍ତି ମସ୍କ । ଓ୍ବିକିପିଡିଆ ପରେ ନାମ ବଦଳାଇବା ପାଇଁ ଫେସବୁକକୁ ଅଫର ଦେଲେ ମସ୍କ । ନାମ ପରିବର୍ତ୍ତନ କଲେ 1 ଆରବ ଡଲାର ପ୍ରଦାନ କରିବେ କହିଲେ ମସ୍କ ।

ନିକଟରେ ମସ୍କ ଓ୍ବିକିପିଡିଆର ନାମ ପରିବର୍ତ୍ତନ କରିବା ପାଇଁ ଅଫର ଦେଇଥିଲେ । ମସ୍କ କହିଥିଲେ ଯଦି ଓ୍ବିକିପିଡିଆର ନାମ ପରିବର୍ତ୍ତନ କରି ଡିକିପିଡିଆ କରିବେ ତାହାଲେ ଏକ ଆରବ ଡଲାର ପ୍ରଦାନ କରିବେ ବୋଲି ଅଫର ଦେଇଥିଲେ ମସ୍କ। ତେବେ ଏହାରି ଭିତରେ ଖୋଦ ପ୍ରତିଦ୍ବନ୍ଦୀ କୁହାଯାଉଥିବା ମାର୍କ ଜୁକରବର୍ଗକୁ ଅଫର ଦେଇଛନ୍ତି ମସ୍କ । ମସ୍କ ଜୁକରବର୍ଗଙ୍କୁ ଫେସବୁକର ନାମ ପରିବର୍ତ୍ତନ କରି ଫେସବୁବ କରିବା ପାଇଁ ଅଫର ପ୍ରଦାନ କରିଛନ୍ତି । ଯଦି ଜୁକରବର୍ଗ ନାମ ପରିବର୍ତ୍ତନ କରିବେ ତାହେଲେ ମସ୍କ 1 ବିଲିୟନ ଡଲାର ପ୍ରଦାନ କରିବେ ।

ରିପୋର୍ଟ ଅନୁସାରେ, ଫେସବୁକର ନାମ ପରିବର୍ତ୍ତନ କରି ଫେସବୁବ କରିଲେ ଭଲ ହେବ ବୋଲି ମୁଁ ଭାବୁଛି ବୋଲି କହିଛନ୍ତି ମସ୍କଲ । ଏହା ପରେ ଲୋଗରେ ମଧ୍ୟ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି କହିଛନ୍ତି । ମାନବତା ଦୃଷ୍ଟିରୁ କମ୍ପାନୀର ଲୋଗରେ କିଛି ପରିବର୍ତ୍ତନ କରିବା ଉଚିତ ବୋଲି କହିଛନ୍ତି ବିଲେନିୟର । ତେବେ ଏଲନ ମସ୍କଙ୍କ ଏହି ଅଫର ପରେ ଅନେକ ମେମ୍ସ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏଲନ ମସ୍କ ଏକ ପୋଷ୍ଟରେ ରିପ୍ଲାଇ ଦେଇ କହିଛନ୍ତି, ଫେସବୁକ ନାମ ଆହୁରି ଭଲ ହୋଇପାରିବ ।

ଏହା ମଧ୍ୟ ପଢନ୍ତୁ: Wikipediaକୁ ଅଫର ଦେଲେ ମସ୍କ, ଏଭଳି କହିଲେ ମାଲିକ

ମସ୍କ ଏବଂ ଜୁକରବର୍ଗଙ୍କ ମଧ୍ୟରେ ବାକ୍ ଯୁଦ୍ଧ: ଯଦି ବାସ୍ତବ କଥା କହିବା ଏଲନ ମସ୍କ ଏବଂ ମାର୍କ ଜୁକରବର୍ଗ ମଧ୍ୟରେ ବାକଯୁଦ୍ଧ ଜାରି ରହିଛି । କିଛି ଦିନ ପୂର୍ବରୁ ଦୁଇ ଆରବପତି କେଜ ଫାଇଟକୁ ନେଇ ଚର୍ଚ୍ଚାରେ ରହିଥିଲେ । ଏହାସହ ଦୁଇଜଣ ସୋସିଆଲ ମିଡିଆରେ ମଧ୍ୟ ଆରୋପ ପ୍ରତ୍ୟାରୋପ କରିଥାଆନ୍ତି । କେଜ ଫାଇଟରେ ମସ୍କ ଫାଇଟିଂ ପାଇଁ ଟ୍ରେନିଂ ନେଇଥିବା ବେଳେ ମାର୍କ ଜୁକରବର୍ଗଙ୍କୁ ଟ୍ରାଏଲ ମ୍ୟାଚ ଖେଳିବା ପାଇଁ ଅଫର ଦେଇଥିଲେ । ସେତେବେଳେ ଅନେକ ମେମ୍ସ ଭାଇରାଲ ହୋଇଥିଲା । ଏହାରି ଭିତରେ ମସ୍କ ପୁଣିଥିରେ ପ୍ରତିଦ୍ବନ୍ଦୀ ଜୁକରବର୍ଗଙ୍କୁ ଅଫର ଦେଇଛନ୍ତି ।

ପ୍ରକାଶଥାଉକି, ଓ୍ବିକିପିଡିଆକୁ ନାମ ପରିବର୍ତ୍ତନ ପାଇଁ ମସ୍କ ଅଫର ଦେଇଥିଲେ ହେଁ ଓ୍ବିକିପିଡିଆର ମାଲିକ ଜିମି ଓ୍ବେଲ୍ସ ଏଲନ ମସ୍କଙ୍କ ଅଫରକୁ ମନା କରିଦେଇଥିଲେ। ଓ୍ବିକିପିଡିଆ ବିକ୍ରୟ ପାଇଁ ନୁହେଁ ବୋଲି କହିଥିଲେ ଜିମି ଓ୍ବେଲ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.