ETV Bharat / science-and-technology

Nobel Prize In Chemistry 2023: ୩ ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର

author img

By ETV Bharat Odisha Team

Published : Oct 4, 2023, 3:52 PM IST

Updated : Oct 4, 2023, 4:21 PM IST

ରସାୟନ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର । ୩ ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର । ଅଧିକ ପଢନ୍ତୁ

Nobel Prize In Chemistry 2023
Nobel Prize In Chemistry 2023

ହାଇଦ୍ରାବାଦ: ଚଳିତ ବର୍ଷର ନୋବେଲ ବିଜେତା ରସାୟନ ବିଜ୍ଞାନୀଙ୍କ ନାମ ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନରେ 3ଜଣଙ୍କୁ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଥିବା ବେଳେ ରସାୟନ ବିଜ୍ଞାନରେ ମଧ୍ୟ 3 ଜଣଙ୍କୁ ନୋବେଲ ପୁରସ୍କାର ମିଳିବ । ମାଉଙ୍ଗି ଜି. ବାୱେଣ୍ଡି, ଲୋଇସ୍ ଇ.ବ୍ରୁସ୍‌ ଏବଂ ଆଲେକ୍ସି ଏଲ୍. ଏକିମୋଭ୍‌ ପାଇବେ ନୋବେଲ ପୁରସ୍କାର । ରେୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି ।

  • BREAKING NEWS
    The Royal Swedish Academy of Sciences has decided to award the 2023 #NobelPrize in Chemistry to Moungi G. Bawendi, Louis E. Brus and Alexei I. Ekimov “for the discovery and synthesis of quantum dots.” pic.twitter.com/qJCXc72Dj8

    — The Nobel Prize (@NobelPrize) October 4, 2023 " class="align-text-top noRightClick twitterSection" data=" ">

କ୍ବାଣ୍ଟମଡଟ୍ସ ଏବଂ ମନୋ ପାର୍ଟିକଲ୍ସର ଉଦ୍ଭାବନ ତଥା ବିକାଶ ପାଇଁ ଆଜି ଏହି 3 ରସାୟନ ବିଜ୍ଞାନୀଙ୍କୁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । 2023 ପାଇଁ କମେଷ୍ଟ୍ରିରେ ଉଲ୍ଲେଖନୀୟ ଅବଦାନ ଯେପରିକି ଅତି କ୍ଷୁଦ୍ର କଣିକା ବିକଶିତ କରିଥିଲେ । ଏହି କ୍ଷୁଦ୍ର କଣିକାକୁ କ୍ବାଣ୍ଚମ ଡଟ୍ସ ବୋଲି କୁହାଯାଉଥିବା ବେଳେ ଏହା ନାନୋ ଟେକ୍ନୋଲୋଜି କ୍ଷେତ୍ରରେ ବୈପ୍ଲବାତ୍ମକ ପରିବର୍ତ୍ତନ ଆଣିପାରେ ବୋଲି ଆଶା କରାଯାଉଛି ।

କ୍ୱାଣ୍ଟମ୍ ଡଟ୍ସ ହେଉଛି ନାନୋ-ପାର୍ଟିକଲ୍ ଯାହାର ଆକାର ଅତ୍ୟନ୍ତ କ୍ଷୁଦ୍ର ହୋଇଥାଏ । କମ୍ପ୍ୟୁଟର ମନିଟର ଏବଂ ଟେଲିଭିଜନ ସ୍କ୍ରିନକୁ ଆଲୋକିତ କରିବା ପାଇଁ ଆଜିକା ସମୟରେ କ୍ୱାଣ୍ଟମ୍ ଡଟ୍ସ ବ୍ୟବହାର କରାଯାଏ । ଏଥିରେ QLED ଟେକ୍ନୋଲୋଜି ବ୍ୟବହୃତ ହୋଇଥାଏ। କ୍ୱାଣ୍ଟମ୍ ଡଟ୍ସ ଗୁଡିକର ଆଲୋକ ଏତେ ଉଜ୍ଜ୍ୱଳ ଯେ ଯେତେବେଳେ ଏହା ଟ୍ୟୁମର ଉପରେ ପକାଇଲେ ଏହାର କୋଷକୁ ଦେଖିବା ପାଇଁ ସର୍ଜନମାନଙ୍କୁ କୌଣସି ଅସୁବିଧା ହୁଏ ନାହିଁ । କ୍ୱାଣ୍ଟମ୍ ଡଟ୍ସ ଅନେକ ଏଲଇଡି ଲ୍ୟାମ୍ପର ଲାଇଟରେ କଣିକା ଯୋଗ କରିଥାଏ, ଯାହା ଦ୍ବାରା ସଠିକ୍ କାର୍ଯ୍ୟ କରିବାରେ ସହଜ ହୋଇଥାଏ ।

ଅନୁସନ୍ଧାନକାରୀମାନେ ରଙ୍ଗୀନ ଆଲୋକ ସୃଷ୍ଟି କରିବା ପାଇଁ କ୍ୱାଣ୍ଟମ୍ ଡଟ୍ସର ବ୍ୟବହାର କରିଥାଆନ୍ତି । ନୋବେଲ ପୁରସ୍କାର ପ୍ରାପ୍ତ ରସାୟନ ବିଜ୍ଞାନୀମାନେ ବିଶ୍ବାସ କରନ୍ତି ଯେ ଭବିଷ୍ୟତରେ କ୍ୱାଣ୍ଟମ୍ ଡଟ୍ସଗୁଡିକ ନମନୀୟ ଇଲେକ୍ଟ୍ରୋନିକ୍ସ, କ୍ଷୁଦ୍ର ସେନ୍ସର, ପତଳା ସୋଲାର ସେଲ ଏନକ୍ରିପ୍ଟ୍ କ୍ୱାଣ୍ଟମ୍ ଯୋଗାଯୋଗରେ ସହାୟକ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: Nobel Prize 2023: ପଦାର୍ଥ ବିଜ୍ଞାନରେ ୩ ବୈଜ୍ଞାନିକ ପାଇବେ ନୋବେଲ ପୁରସ୍କାର

ମାଉଙ୍ଗି ଜି. ବାୱେଣ୍ଡି: ଫ୍ରାନ୍ସର ପ୍ୟାରିସରେ 1961 ମସିହାରେ ଜନ୍ମ ଗ୍ରହଣ କରିଥିଲେ ମାଉଙ୍ଗି ଜି.ବାୱେଣ୍ଡି । ଆମେରିକାର ଚିକାଗୋ ବିଶ୍ବବିଦ୍ୟାଳୟରୁ 1988 ମସିହାରେ PhD ହାସଲ କରିଥିଲ । ବର୍ତ୍ତମାନ କେମ୍ବ୍ରିଜର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(MIT)ରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି ମାଉଙ୍ଗି ଜି.ବାୱେଣ୍ଡି ।

ଲୋଇସ୍ ଇ.ବ୍ରୁସ୍‌: ଆମେରିକାର କ୍ଲୋଭେଲାଣ୍ଡରେ 1943 ମସିହାରେ ଜନ୍ମ ଗ୍ରହଣ କରିଥିଲେ ଲୋଇସ୍ ଇ.ବ୍ରୁସ୍‌ । ନ୍ୟୁୟର୍କର କୋଲମ୍ବିଆ ୟୁନିଭରସିଟିକୁ 1969 ମସିହାରେ ପିଏଚଡି ହାସଲ କରିବା ସହିତ ରସାୟନ ବିଜ୍ଞାନ କ୍ଷେତ୍ରରେ ରିସର୍ଚ୍ଚ ଜାରି ରଖିଥିଲେ । ବର୍ତ୍ତମାନ ନ୍ୟୁୟର୍କ କୋଲମ୍ବିଆ ୟୁନିଭରସିଟିରେ ପ୍ରଫେସର ଭାବେ କାର୍ଯ୍ୟରତ ଲୋଇସ୍ ଇ.ବ୍ରୁସ୍‌ ।

ଆଲେକ୍ସି ଏଲ୍. ଏକିମୋଭ୍‌: ସେ 1945 ମସିହାରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ତାଙ୍କର ପାଠପଢାରେ ରୁଚି ରହିଥିବା ବେଳେ 1974 ମସିହାରେ ଋଷର ଲୋଫି ଫିଜିକାଲ ଟେକ୍ନିକାଲ ଇନଷ୍ଟିଚ୍ୟୁଟରୁ ପିଏଚଡି ହାସଲ କରିଥିଲେ । ସେ ନ୍ୟୁୟର୍କର ନାନାକ୍ରିଷ୍ଟଲ ଟେକ୍ନୋଲୋଜିରେ ପୂର୍ବରୁ ବୈଜ୍ଞାନିକ ଭାବେ ମଧ୍ୟ ନିଜର କାର୍ଯ୍ୟ ତୁଲାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 4, 2023, 4:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.