ETV Bharat / science-and-technology

Nobel Prize 2023: ପଦାର୍ଥ ବିଜ୍ଞାନରେ ୩ ବୈଜ୍ଞାନିକ ପାଇବେ ନୋବେଲ ପୁରସ୍କାର

author img

By ETV Bharat Odisha Team

Published : Oct 3, 2023, 3:44 PM IST

Updated : Oct 3, 2023, 4:49 PM IST

ପଦାର୍ଥ ବିଜ୍ଞାନ ପାଇଁ 3 ଜଣ ପାଇବେ ନୋବେଲ ପୁରସ୍କାର । ପେରିର୍ ଅଗସ୍ତିନୀ, ଫେରେନ୍ସ କ୍ରାଉଜ୍‌ ଏବଂ ଆନି ଏଲ ହୁଇଲିୟରଙ୍କୁ ମିଳିବ ନୋବେଲ ପୁରସ୍କାର । ଅଧିକ ପଢନ୍ତୁ

Nobel Prize 2023
Nobel Prize 2023

ହାଇଦ୍ରାବାଦ: ପଦାର୍ଥ ବିଜ୍ଞାନରେ ଘୋଷଣା ହେଲା ସମ୍ମାନଜନକ ନୋବେଲ ପୁରସ୍କାର । ପଦାର୍ଥ ବିଜ୍ଞାନ ପାଇଁ ମିଳିତ ଭାବେ 3 ଜଣ ବୈଜ୍ଞାନିକ ପାଇବେ ନୋବେଲ ପୁରସ୍କାର । ପେରିର୍ ଅଗସ୍ତିନୀ, ଫେରେନ୍ସ କ୍ରାଉଜ୍‌ ଏବଂ ଆନି ଏଲ ହୁଇଲିୟରଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ପରମାଣୁ ଇଲେକ୍ଟ୍ରୋନର ଅଧ୍ଯୟନ ଉପରେ ଲେଜରର ବ୍ୟବହାର ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ। ରୋୟାଲ ସ୍ବଦେଶ ଏକାଡେମୀ ପକ୍ଷରୁ ଆଜି(ମଙ୍ଗଳବାର) ଏହି ପଦାର୍ଥ ବିଜ୍ଞାନୀ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି।

ଗତକାଲି(ସୋମବାର) ଫିଜିଓଲୋଜି ଓ ମେଡିସିନରେ ନୋବେଲ ପୁରସ୍କାର ଘୋଷଣା ହୋଇଥିବା ବେଳେ ଆଜି ପଦାର୍ଥ ବିଜ୍ଞାନରେ ନୋବେଲ ଘୋଷଣା କରାଯାଇଛି। ଆସନ୍ତା 10 ତାରିଖରେ ଷ୍ଟକ୍‌ହୋମରେ ରୋୟାଲ ସୁଇସ ଏକାଡେମୀ ଅଫ ସାଇନ୍ସ,ର ଉତ୍ସବରେ ଏହି ବୈଜ୍ଞାନିକଙ୍କୁ ସମ୍ମାନିତ କରାଯିବ। ନୋବେଲ ପୁରସ୍କାର ପ୍ରତିଷ୍ଠାତା ଆଲଫ୍ରେଡ ନେବେଲଙ୍କ ଶ୍ରାଦ୍ଧ ବାର୍ଷିକୀରେ ଏହି ସମ୍ମାନ ପ୍ରଦାନ କରାଯିବା ନେଇ ସୂଚନା ରହିଛି । ଏହି 3 ଜଣ ବୈଜ୍ଞାନିକ ଏଭଳି ଟୁଲ୍ସ ବିକଶିତ କରିଛନ୍ତି, ଯାହାଦ୍ବାରା ଏଟୋସେକେଣ୍ଡର ସମୟ ମଧ୍ୟରେ ଇଲୋକ୍ଟ୍ରୋନ ବିଷୟର ଦୁନିଆ ଦେଖିହେବ । ଏଟୋସେକେଣ୍ଡ ହେଉଛି 1/1,000,000,000,000,000,000।

ଏହା ମଧ୍ୟ ପଢନ୍ତୁ: Nobel Prize 2023: ଫିଜିଓଲୋଜି ଓ ମେଡିସିନ ପାଇଁ ନୋବେଲ ପାଇବେ କାଟାଲିନ୍ କାରିକୋ ଓ ଡ୍ର୍ୟୁ ୱିସମ୍ୟାନ

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷିତ ବୈଜ୍ଞାନିକଙ୍କ ମଧ୍ୟରେ ପେରିର୍ ଅଗସ୍ତିନୀ ଆହିହୋ ଷ୍ଟେଟ୍‌ ୟୁନିଭରସିଟିର ବୈଜ୍ଞାନିକ ହୋଇଥିବା ବେଳେ ଜର୍ମାନୀର ମ୍ୟାକ୍ସ ପ୍ଲେକ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଣ୍ଟମ୍ ଅପ୍ଟିକ୍ସ ଏବଂ ମ୍ୟୁନିକର ଲୁଡୱିଗ୍ ମ୍ୟାକ୍ସିମିଲିୟାନ୍ ୟୁନିଭରସିଟିର ଫେରେନ୍ସ କ୍ରାଉଜ୍‌ ଏବଂ ସ୍ବିଡେନର ଲୁଣ୍ଡ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକ ହେଉଛନ୍ତି ଆନି ଏଲ ହୁଇଲିୟର । ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସର ସେକ୍ରେଟେରୀ ଜେନେରାଲ୍ ହାନ୍ସ ଏଲଗ୍ରେନ୍ ମଙ୍ଗଳବାର ଷ୍ଟକହୋମରେ ଏହି ପୁରସ୍କାର ଘୋଷଣା କରିଛନ୍ତି । ନୋବେଲ ପୁରସ୍କାରରେ 11 ମିଲିୟନ ସ୍ୱିଡେନ କ୍ରୋନର (1 ମିଲିୟନ ଡ଼ଲାର) ନଗଦ ପୁରସ୍କାର ରହିଛି ।

1987 ମସିହାରେ ଆନି ଏଲ ହୁଇଲିୟର ଯେତେବେଳେ ଏକ ନୋବଲ ଗ୍ୟାସ୍ ମାଧ୍ୟମରେ ଇନଫ୍ରାଡ୍ ଲେଜର ଆଲୋକ ବିସ୍ତାର କରିଥିଲେ ସେତେବେଳେ ଅନେକ ଭିନ୍ନ ଆଲୋକ ସୃଷ୍ଟି ହୋଇଥିଲା । ପ୍ରତ୍ୟେକ ଓଭରଟୋନ୍ ହେଉଛି ଲାଇଟ ଓ୍ବେଭ୍‌ । ସେଗୁଡ଼ିକ ଗ୍ୟାସର ପରମାଣୁ ସହିତ ପାରସ୍ପରିକ କ୍ରିୟା କରୁଥିବା ଲେଜର ଆଲୋକ ଦ୍ୱାରା ହୋଇଥାଏ । ଏହା କିଛି ଇଲେକ୍ଟ୍ରନ୍‌ ଯୁକ୍ତ ଅତିରିକ୍ତ ଶକ୍ତି ପ୍ରଦାନ କରେ ଯାହା ପରବର୍ତ୍ତr ଅବସ୍ଥାରେ ଆଲୋକ ଭାବରେ ନିର୍ଗତ ହୁଏ । ପରବର୍ତ୍ତୀ ସଫଳତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରି ଆନି ଏଲ ହୁଇଲିୟର ଏହାର ସନ୍ଧାନ ଜାରି ରଖିଛନ୍ତି ।

ପେରିର୍ ଅଗସ୍ତିନୀ: ଫ୍ରାନ୍ସର ଆକ୍ସ-ମାର୍ସେଲ ବିଶ୍ୱବିଦ୍ୟାଳୟରୁ 1968 ମସିହାରେ PhD ପାଇଥିବା ବେଳେ ବର୍ତ୍ତମାନ କଲୋମ୍ବୋସ ଓହିଓ ଷ୍ଟେଟ ୟୁନିଭରସିଟିରେ ପ୍ରଫେସର ରହିଛନ୍ତି।

ଫେରେନ୍ସ କ୍ରାଉଜ୍‌: ହଙ୍ଗେରୀର ମୋରରେ 1962 ମସିହାରେ ଜନ୍ମ ହୋଇଥିଲେ ଫେରେନ୍ସ କ୍ରାଉଜ୍‌। ସେ ଅଷ୍ଟ୍ରିଆର ଭେନା ୟୁନିଭରସିଟି ଅଫ୍‌ ଟେକ୍ନୋଲୋଡିରେ 1991 ମସିହାରେ PhD ଡିଗ୍ରୀ ହାସଲ କରିଥିବା ବେଳେ ବର୍ତ୍ତମାନ ଜର୍ମାନୀର ମ୍ୟାକ୍ସ ପ୍ଲେକ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଣ୍ଟମ୍ ଅପ୍ଟିକ୍ସର ନିର୍ଦ୍ଦେଶକ ରହିଛନ୍ତି ।

ଆନି ଏଲ ହୁଇଲିୟର: ଫ୍ରାନ୍ସର ପ୍ୟାରିସରେ 1958 ମସିହାରେ ଜନ୍ମଗ୍ରହଣ କରିଥିଲେ। ପିରେ ଏବଂ ମେରୀ କ୍ୟୁରି ୟୁନିଭରସିଟିରୁ 1986 ମସିହାରେ PhD ହାସଲ କରିଥିଲେ । ବର୍ତ୍ତମାନ ଲଣ୍ଡନ୍‌ ୟୁନିଭର୍ସିଟିରେ ପ୍ରଫେସର ଭାବେ କାର୍ଯ୍ୟ କାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 3, 2023, 4:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.