ETV Bharat / science-and-technology

Nobel Prize In Literature 2023: ନରୱେ ସାହିତ୍ୟିକ ଜନ ଫୋସେ ପାଇବେ ନୋବେଲ

author img

By ETV Bharat Odisha Team

Published : Oct 5, 2023, 4:45 PM IST

Updated : Oct 5, 2023, 5:28 PM IST

ସାହିତ୍ୟ ପାଇଁ ଘୋଷଣା ହେଲା ନୋବେଲ । ନରୱେ ସାହିତ୍ୟିକ ଜନ ଫୋସେ ପାଇବେ ନୋବେଲ । ଅଧିକ ପଢନ୍ତୁ

Nobel Prize In Literature 2023
Nobel Prize In Literature 2023

ହାଇଦ୍ରାବାଦ: ସାହିତ୍ୟ ପାଇଁ ଘୋଷଣା କରାଯାଇଛି ବିଶ୍ବର ସର୍ବୋଚ୍ଚ ସମ୍ମାନଜନକ ନୋବେଲ ପୁରସ୍କାର । ସାହିତ୍ୟରେ ଉତ୍କୃଷ୍ଟତା ପାଇଁ ନରୱେ ସାହିତ୍ୟିକ ଜନ୍‌ ଫୋସେ ପାଇବେ ନୋବେଲଙ୍କୁ ମିଳିବ ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ । ସାହିତ୍ୟ କ୍ଷେତ୍ରରେ ଅଭିନବ ନାଟକ ଏବଂ କାହାଣୀ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ତେବେ ଷ୍ଟକହୋମ ଠାରେ ନୋବେଲ କମିଟି ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି ।

  • BREAKING NEWS
    The 2023 #NobelPrize in Literature is awarded to the Norwegian author Jon Fosse “for his innovative plays and prose which give voice to the unsayable.” pic.twitter.com/dhJgGUawMl

    — The Nobel Prize (@NobelPrize) October 5, 2023 " class="align-text-top noRightClick twitterSection" data=" ">

ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ, ନରୱେ ସାହିତ୍ୟିକ ଜନ୍‌ ଫୋସେଙ୍କ କାହାଣୀ ଦୁର୍ବଳ ଏବଂ ଅବହେଳିତ ବର୍ଗଙ୍କ ପାଇଁ ସ୍ବର ଉତ୍ତୋଳନ କରିଛି । ଏହି ବର୍ଗରେ 120 ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ତେବେ କହିରଖୁଛୁ କି, ସାହିତ୍ୟରେ ଉତ୍କୃଷ୍ଟତା ପାଇଁ 2022 ମସିହାରେ ଫ୍ରାନ୍ସର ସାହିତ୍ୟିକା ଆନ୍ନି ଏର୍ନକ୍ସଙ୍କୁ ମିଳିଥିଲା ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ ।

ଜନ୍‌ ଫୋସେ: 1959 ମସିହା ସେପ୍ଟେମ୍ବର 29 ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ତେବେ 7 ବର୍ଷ ବୟସରେ ତାଙ୍କର ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ତେବେ ଏହି ଦୁର୍ଘଟଣାର ଗଭୀର ପ୍ରଭାବ ତାଙ୍କ ହସ୍ତଲିଖନରେ ଦୃଶ୍ୟମାନ ହେଉଛି । ତାଙ୍କର ପ୍ରଥମ ଉପନ୍ୟାସ ରେଡ୍-ବ୍ଲାକ୍ 1983ରେ ପ୍ରକାଶିତ ହୋଇଥିଲା । ତାଙ୍କର ପୁସ୍ତକ ଗୁଡିକ 40ରୁ ଅଧିକ ଭାଷାରେ ଅନୁବାଦ କରାଯାଇଛି । ସାହିତ୍ୟିକ ଭାବରେ ଜଣାଶୁଣା ଜନ ଫୋସେଙ୍କୁ ପ୍ରଥମେ ସଙ୍ଗୀତରେ ରୁଚି ରହିଥିଲା । ସେ ନିଜେ ଗୀତ ଗୁଡ଼ିକର ସ୍ୱର ପ୍ରସ୍ତୁତ କରୁଥିଲେ । ଜନ୍ ଫୋସେ ତାଙ୍କ କାହାଣୀ ଏବଂ ନାଟକ ମାଧ୍ୟମରେ ମାନବ ଅସ୍ତିତ୍ୱ ବିଷୟରେ ଅନେକ ପ୍ରଶ୍ନ ଉଠାଇଛନ୍ତି ।

  • 1901 ମସିହାରୁ ବର୍ତ୍ତମାନ ସୁଦ୍ଧା 115 ଜଣଙ୍କୁ ନୋବେଲ ପୁରସ୍କାର ଦିଆଯାଇଛି ।
  • 4ଟି ସାହିତ୍ୟିକ ପୁରସ୍କାରକୁ 2ଜଣଙ୍କ ଭିତରେ ବଣ୍ଟା ଯାଇଛି
  • 17ଜଣ ମହିଳାଙ୍କୁ ସାହିତ୍ୟ ପାଇଁ ଖୁବ ଶୀଘ୍ର ସମ୍ମାନିତ କରାଯିବ
  • 41 ବର୍ଷୀୟ କନିଷ୍ଠ ସାହିତ୍ୟିକ ହେଉଛନ୍ତି ରଡୟାର୍ଡ କିପଲିଙ୍ଗ। ଜଙ୍ଗଲ ବୁକ ପାଇଁ ସେ ପରିଚିତ ।

ଏହା ମଧ୍ୟ ପଢନ୍ତୁ: Nobel Prize In Chemistry 2023: ୩ ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର

କହିରଖୁଛି କି, ଗତ 3 ଦିନ ଧରି ନୋବେଲ ପ୍ରାଇଜ ଘୋଷଣା ଜାରି ରହିଛି । ପ୍ରଥମେ ଦିନରେ ମେଡିସିନ ପରେ ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନରେ ନୋବେଲ ଘୋଷଣା କରାଯାଇଥିଲା । ଏହା ପରେ ଆଜି ସାହିତ୍ୟରେ ନୋବେଲ ଘୋଷଣା କରାଯାଇଛି । ଫିଜିଓଲୋଜି ଓ ମେଡିସିନ ପାଇଁ ନୋବେଲ ପାଇବେ କାଟାଲିନ୍ କାରିକୋ ଓ ଡ୍ର୍ୟୁ ୱିସମ୍ୟାନ । ଅନ୍ୟପଟେ ପଦାର୍ଥ ବିଜ୍ଞାନରେ ୩ ବୈଜ୍ଞାନିକ ପାଇବେ ନୋବେଲ ପୁରସ୍କାର । ପେରିର୍ ଅଗସ୍ତିନୀ, ଫେରେନ୍ସ କ୍ରାଉଜ୍‌ ଏବଂ ଆନି ଏଲ ହୁଇଲିୟରଙ୍କୁ ମିଳିବ ନୋବେଲ ପୁରସ୍କାର । ରସାୟନ ବିଜ୍ଞାନ ବିଷୟରେ କହିବାକୁ ଗଲେ ଏଥିରେ ମଧ୍ୟ 3ଜଣଙ୍କୁ ନୋବେଲ ମିଳିବ । ମାଉଙ୍ଗି ଜି. ବାୱେଣ୍ଡି, ଲୋଇସ୍ ଇ.ବ୍ରୁସ୍‌ ଏବଂ ଆଲେକ୍ସି ଏଲ୍. ଏକିମୋଭ୍‌ଙ୍କ ନାମ ଘୋଷଣା କରାଯାଇଛି । ବର୍ତ୍ତମାନ ଶାନ୍ତି ଏବଂ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଆଗାମୀ ଦିନରେ ଘୋଷଣା କରାଯିବ ।

Last Updated :Oct 5, 2023, 5:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.