ETV Bharat / science-and-technology

ଟେଲିକମ୍ୟୁନିକେସନ ବିଲରେ ଜିଓକୁ ଝଟକା! ଷ୍ଟାରଲିଙ୍କକୁ ଫାଇଦା

author img

By ETV Bharat Odisha Team

Published : Dec 19, 2023, 11:02 AM IST

Satellite Internet: ଭାରତୀୟ ଟେଲିଗ୍ରାଫ୍ ଆକ୍ଟକୁ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ସୋମବାର ଲୋକସଭାରେ ଟେଲିକମ୍ୟୁନିକେସନ ବିଲ 2023 ଆଗତ କରିଛନ୍ତି। ଜାଣନ୍ତୁ ଏହି ବିଲରେ କେଉଁ କମ୍ପାନୀକୁ ଲାଭ ହେବ

Satellite Internet
Satellite Internet

ହାଇଦ୍ରାବାଦ: ବଦଳିବ ଇଣ୍ଡିଆନ ଟେଲିଗ୍ରାଫ ଆକ୍ଟ ! 138 ବର୍ଷ ପୁରୁଣା ଟେଲିଗ୍ରାଫ ଆକ୍ଟକୁ ପରବର୍ତ୍ତନ କରିବା ପାଇଁ ସୋମବାର ଅର୍ଥାତ ଡିସେମ୍ବର 18 ତାରିଖରେ କେନ୍ଦ୍ରସରକାର ଲୋକସଭାରେ ଟେଲିକମ୍ୟୁନିକେସନ ବିଲ 2023(The Telecommunications Bill 2023) ଉପସ୍ଥାପନ କରିଥିଲେ । ବିଲ୍ ପାରିତ ହେବା ପରେ ଟେଲିକମ କ୍ଷେତ୍ର ପାଇଁ ନୂଆ ନିୟମ ଲାଗୁ ହେବ ବୋଲି ଜଣାପଡିଛି । ଏହି ବିଲ୍‌ରେ ସରକାର ସାଟେଲାଇଟ ଇଣ୍ଟରନେଟ ସେବାର ସ୍ପେକ୍ଟ୍ରମ ନିଲାମୀ ପରିବର୍ତ୍ତେ ଲାଇସେନ୍ସ ପଦ୍ଧତି ବିଷୟରେ ଆଲୋଚନା କରିଥିଲେ । ଅର୍ଥାତ ଏଣିକି ଟେଲିକମ୍‌ ସେକ୍ଟରରେ ନିଲାମୀ ପରିବର୍ତ୍ତେ ଲାଇସେନ୍ସ ପ୍ରଦାନ କରାଯିବ । ତେବେ ଏହା ଦ୍ବାରା ବିଲେନିୟର ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍‌ ଉପକୃତ ହେବ ବୋଲି ଚର୍ଚ୍ଚା ହେଉଛି ।

ମସ୍କଙ୍କୁ ମିଳିବ ଫାଇଦା: ସାଟେଲାଇଟ୍‌ ଇଣ୍ଟରନେଟ ସର୍ଭିସ ସ୍ପେକ୍ଟ୍ରମ ପାଇଁ ନିଲାମୀ ପରିବର୍ତ୍ତେ ଲାଇଲେନ୍ସ ଉପରେ ଜୋର କରିଥିଲା ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ୍ । ଲାଇସେନ୍ସ ପଦ୍ଧତି ସଠିକ ଅଟେ ଏହଂ ଏହା ସେମାନଙ୍କର ଖର୍ଚ୍ଚ ଏବଂ ବିନିଯୋଗ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ସମସ୍ତ ବିଦେଶୀ କମ୍ପାନୀ ମଧ୍ୟ ଏହା ଉପରେ ଗୁରୁତ୍ବାରୋପ କରିଥିଲେ । ଏଲନ ମସ୍କଙ୍କ ବ୍ୟତୀତ ଆମାଜନର ପ୍ରୋଜେକ୍ଟ କୁଇପର ଏବଂ ବ୍ରିଟିଶ ସରକାରଙ୍କ ସମର୍ଥିତ ୱାନ୍‌ୱେବ୍‌ ମଧ୍ୟ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଖୁସୀ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: AI Safety Summit: ଭବିଷ୍ୟତରେ AI ସବୁଠୁ ବିପଦଜ୍ଜନକ ହେବ କହିଲେ ମସ୍କ

ଜିଓକୁ ଝଟକା: ରିଲାଏନ୍ସ ଜିଓ 5ଜି ସ୍ପେକ୍ଟ୍ରମର ନିଲାମୀ ଉପରେ ଜୋର ଦେଇଥିଲା । କାରଣ ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଥିଲା,'ଯଦି ବିଦେଶୀ କମ୍ପାନୀ ଡାଟା ଏବଂ ଭଏସ ସର୍ଭିସ ପ୍ରଦାନ କରିବା ଆରମ୍ଭ କରିବେ, ତାହେଲେ ଟ୍ରାଡିସନାଲ ପ୍ଲେୟାରଙ୍କୁ କ୍ଷତି ପହଞ୍ଚାଇବ, ତେଣୁ ସମସ୍ତ ପ୍ରକାର କ୍ଷେତ୍ରକୁ ବିଚାର କରି ନିଲାମୀ କରିବା ଜରୁରୀ ଅଟେ ।' ତେବେ ଏହି ବିଲ୍‌ରେ କେନ୍ଦ୍ର ସରକାର ନିଲାମୀ ପରିବର୍ତ୍ତେ ସାଟେଲାଇଟ ସ୍ପେକ୍ଟ୍ରମ ପାଇଁ ନିଲାମୀ ପରିବର୍ତ୍ତେ ଲାଇସେନ୍ସର କଥା କହିଛନ୍ତି । ଯାହା କି ଜିଓ ପାଇଁ ଏକ ବଡ଼ ଝଟକା କହିଲେ ଅତ୍ୟୁକ୍ତି ହେବ ନାହିଁ ।

2030 ଯୁଦ୍ଧା 1.9 ବିଲିୟନ ଡଲାରରେ ପହଞ୍ଚିବ ବ୍ରଡବ୍ୟାଣ୍ଡ ସର୍ଭିସ୍‌ ମାର୍କେଟ: ତଥ୍ୟ ଅନୁସାରେ, ଆଗାମୀ ବର୍ଷରେ ସାଟେଲାଇଟ୍‌ ବ୍ରଡବ୍ୟାଣ୍ଡ୍‌ ସର୍ଭିସ୍‌ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । 2030 ଯୁଦ୍ଧା 36 ପ୍ରତିଶତ ବୃଦ୍ଧି ପାଇ ସାଟେଲାଇଟ୍‌ ବ୍ରଡବ୍ୟାଣ୍ଡ୍‌ ସର୍ଭିସ 1.9 ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି । ପ୍ରତିବର୍ଷ ଏହି ବଜାରରେ ଅହେତୁକ ଅଭିବୃଦ୍ଧି ଘଟୁଛି ଏବଂ ନୂଆ ନୂଆ ପ୍ଲେୟର୍ସ ମଧ୍ୟ ସାମିଲ ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.