ETV Bharat / science-and-technology

2035ରୁ ୟୁରୋପିୟାନ ୟୁନିଅନ୍‌ରେ ଆଉ ଗଡିବନି ଗ୍ୟାସ ଓ ଡିଜେଲ କାର

author img

By

Published : Feb 15, 2023, 3:43 PM IST

electric vehicle
electric vehicle

2035ରୁ ୟୁରୋପିୟାନ ୟୁନିଅନ୍‌ରେ ନୂତନ ଗ୍ୟାସ ଏବଂ ଡିଜେଲ କାର ବିକ୍ରି ଉପରେ ଲାଗିବ ପ୍ରତିବନ୍ଧକ । ନୂତନ ଆଇନକୁ ୟୁରୋପୀୟ ସଂସଦରେ ଅନୁମୋଦନ । ଅଧିକ ପଢନ୍ତୁ

ଲଣ୍ଡନ: ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ବୈଦ୍ୟୁତିକ ଯାନ(ଇଲେକ୍ଟ୍ରିକ୍ ଭେଇକିଲ୍) ବ୍ୟବହାର କ୍ଷେତ୍ରରେ ଅଧିକ ଗୁରୁତ୍ବ ଦେଲା ୟୁରୋପୀୟ ସଂସଦ । 2035ରୁ ୟୁରୋପିୟାନ ୟୁନିଅନ୍‌ରେ ନୂତନ ଗ୍ୟାସ ଏବଂ ଡିଜେଲ କାର ବିକ୍ରି ଉପରେ ଲାଗିବ ପ୍ରତିବନ୍ଧକ । ଏନେଇ ପ୍ରଣୟନ କରାଯାଇ ଥିବା ଆଇନକୁ ଆଜି(ଫେବ୍ରୁଆରୀ 15)ରେ ୟୁରୋପୀୟ ସଂସଦରେ ଅନୁମୋଦନ ମିଳିଛି । ଏହି ନୂତନ ନିୟମ 2035 ସୁଦ୍ଧା କାର୍ ଏବଂ ହାଲୁକା ବ୍ୟବସାୟିକ ଯାନ ପାଇଁ ଶୂନ୍ୟ CO2(କାର୍ବନ ଡାଇଅକ୍ସାଇଡ୍) ନିର୍ଗମନ ଉପରେ କାର୍ଯ୍ୟ କରିବ ।

ନୂତନ ନିୟମ ଅନୁସାରେ, 2025 ସୁଦ୍ଧା EU(ୟୁରୋପିୟାନ ୟୁନିଅନ୍‌) ବଜାରରେ ବିକ୍ରି ହେଉଥିବା କାର ଏବଂ ଭ୍ୟାନର ଜୀବନଚକ୍ରରେ CO2 ନିର୍ଗମନ ଉପରେ ତଥ୍ୟ ଆକଳନ ଏବଂ ରିପୋର୍ଟ କରିବା ପାଇଁ ଆୟୋଗ ଏକ ପଦ୍ଧତି ପ୍ରଣୟନ କରିବ । ୟୁରୋପୀୟ ସଂସଦର ସଦସ୍ୟଙ୍କ ଅନୁଯାୟୀ, "ଏହି ନିୟମ ଶୂନ ଏବଂ ନିମ୍ନ-ନିର୍ଗମନ ଯାନ ଉତ୍ପାଦନକୁ ଉତ୍ସାହିତ କରିବ । 2030 ସୁଧା ଯାନ ବ୍ଯବହାରରେ ସଂଶୋଧନ ଏବଂ 2035 ପାଇଁ ଶୂନ-ନିର୍ଗମନ ଲକ୍ଷ୍ୟ ରହିଛି, ଯାହା 2050 ସୁଦ୍ଧା ଜଳବାୟୁ ପରିବର୍ତ୍ତନକୁ ପ୍ରଭାବିତ କରିବ ।"

ଏହା ମଧ୍ୟ ପଢନ୍ତୁ:- Samsung Galaxy Watch5: ପ୍ରଜନନ ନିୟନ୍ତ୍ରଣ ହେବ ସହଜ, ଘଣ୍ଟା କରିବ ମାସିକ ଋତୁସ୍ରାବ ଟ୍ରାକ୍

ଶୂନ-ନିର୍ଗମନ କାର କିଣିବା ଏବଂ ଚଳାଇବା ଗ୍ରାହକଙ୍କ ପାଇଁ ଶସ୍ତା ହେବ ଏବଂ ସେକେଣ୍ଡ୍-ହ୍ୟାଣ୍ଡ ବଜାର ଅଧିକ ଲାଭ ପାଇବ ବୋଲି ସଂସଦର ସଦସ୍ୟ କହିଛନ୍ତି । ଏଥିସହ ଏହି ନୂତନ ନିୟମ ସମସ୍ତଙ୍କ ପାଇଁ ସ୍ଥାୟୀ ଡ୍ରାଇଭିଂ ଉପଲବ୍ଧ କରାଇବ ବୋଲି ଜଣାପଡିଛି । ଆୟୋଗ କହିଛି ଯେ, ଏକ କ୍ୟାଲେଣ୍ଡର ବର୍ଷରେ କ୍ଷୁଦ୍ର ଉତ୍ପାଦନ ପରିମାଣ (1000 ରୁ 10,000 ନୂତନ କାର କିମ୍ବା 1000 ରୁ 22 000 ନୂତନ ଭ୍ୟାନ୍) ଉତ୍ପାଦକମାନଙ୍କୁ 2035 ଶେଷ ପର୍ଯ୍ୟନ୍ତ ଛାଡ(ଡିସ୍‌କାଉଣ୍ଟ) ଦିଆଯିବ ବୋଲି ଆୟୋଗ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Tech Layoffs: ଅଧା ହୋଇନି ଫେବୃଆରୀ, ବିଶ୍ବସ୍ତରରେ ଚାକିରି ହରେଇଲେଣି ୧୭୪୦୦ Tech କର୍ମଚାରୀ

ପ୍ରତି ଦୁଇ ବର୍ଷରେ, 2025 ଶେଷରୁ ଶୂନ-ନିର୍ଗମନ ସଡ଼କ ଗତିଶୀଳତା ଦିଗରେ ଅଗ୍ରଗତିର ଆକଳନ କରିବାକୁ ଆୟୋଗ ଏକ ରିପୋର୍ଟ ପ୍ରକାଶ କରିବେ । ଗତ ବର୍ଷ ଅକ୍ଟୋବରରେ ୟୁଏଇ ଦେଶ, ୟୁରୋପୀୟ ସଂସଦ ଏବଂ ୟୁରୋପୀୟ ଆୟୋଗର ମୁଖପାତ୍ରଙ୍କ ଦ୍ବାରା ଏହି ଆଇନ ଗ୍ରହଣ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.