ETV Bharat / science-and-technology

iPhone 15 Sale: ଆଇଫୋନ 15 ସିରିଜ ସେଲ ଆରମ୍ଭ, କିଣିବା ପୂର୍ବରୁ ଜାଣନ୍ତୁ ଫିଚର ଓ ଅଫର

author img

By ETV Bharat Odisha Team

Published : Sep 22, 2023, 12:25 PM IST

iPhone 15 Sale
iPhone 15 Sale

ଆଇଫୋନ୍ 15 ସିରିଜର ସେଲ ଆଜି ଠାରୁ ଆରମ୍ଭ ହେଉଛି । ଆପଣ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ ଏହି ସିରିଜ୍ କିଣିପାରିବେ । କିଣିବା ପୂର୍ବରୁ ଜାଣନ୍ତୁ ଫିଚର ଏବଂ ଅଫର ବିଷୟରେ ।

ହାଇଦ୍ରାବାଦ: ଅପେକ୍ଷାର ଅନ୍ତ ଘଟିଲା । 10 ଦିନ ପୂର୍ବରୁ ଆପଲ ଆଇଫୋନ ସିରିଜ ଲଞ୍ଚ ହୋଇଥିବା ବେଳେ ଆଜିକୁ ଆରମ୍ଭ ହୋଇଛି ସେଲ । ଆଜି ଠାରୁ ଭାରତୀୟ ଆଇଫୋନ 15 ସିରିଜ କିଣିପାରିବେ । ନୂଆ ସିରିଜର ପ୍ରଥମ ଅଫିସିଆଲ୍ ସେଲ ଆଜି ଆପଲର ଅଫିସିଆଲ୍ ୱେବସାଇଟ୍ ଏବଂ ଷ୍ଟୋର୍‌ ଗୁଡିକରେ ସକାଳ 8ଟାରୁ ଆରମ୍ଭ ହୋଇଛି । ତେବେ ଯେଉଁମାନେ ଆମାଜନରୁ ସ୍ମାର୍ଟଫୋନ୍ ପ୍ରି-ବୁକ୍ କରିଛନ୍ତି ସେମାନେ ଆସନ୍ତାକାଲି(ଶନିବାର) ଠାରୁ ଡେଲିଭରି ଗ୍ରହଣ କରିବା ଆରମ୍ଭ କରିବେ । ଆଇଫୋନ୍ 15 ଭାରତରେ 79,900 ଟଙ୍କାରୁ ଆରମ୍ଭ ହେଉଛି । କମ୍ପାନୀ ନୂଆ ସିରିଜରେ ଗ୍ରାହକଙ୍କୁ ରିହାତି ମଧ୍ୟ ଦେଉଛି । ଯଦି ଆପଣ ମଧ୍ୟ ଆଇଫୋନ 15 କିଣିବା ପାଇଁ ମନସ୍ଥ କରିଛନ୍ତି ତେବେ ପ୍ରଥମେ ଏହାର ରିହାତି ଏବଂ ଫିଚର ଉପରେ ନଜର ପକାନ୍ତୁ ।

ଆପଲର ଅଫିସିଆଲ ଓ୍ବେବସାଇଟରେ ବମ୍ପର ଅଫର: ଯଦି ଆପଣ ପୁରୁଣା ଫୋନ ବଦଳାଇ ଆଇଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଲର ଅଫିସିଆଲ ଓ୍ବେବସାଇଟ ପରେ ଅଫର ପାଇପାରିବେ । ଯଦି ଆପଣ ଆପଲର ଅଫିସିଆଲ୍ ୱେବସାଇଟରୁ ଆଇଫୋନ୍ 15 ଏବଂ 15 ପ୍ଲସ୍ କିଣୁଛନ୍ତି, ତେବେ କମ୍ପାନୀ ପକ୍ଷରୁ ଏକ ଟ୍ରେଡ୍-ଇନ୍ ଅଫର୍ ମିଳିବ। ଯେଉଁଥିରେ ଆପଣ ପୁରୁଣା ଫୋନ୍ ବଦଳରେ 2,000ରୁ 67,800 ଟଙ୍କା ରିହାତି ପାଇପାରିବେ । ଟ୍ରେଡ୍-ଇନ୍ ମୂଲ୍ୟ ଆପଣଙ୍କ ଫୋନର ଅବସ୍ଥା ବା କଣ୍ଡିସନ ଉପରେ ନିର୍ଭର କରେ ।

ଯଦି ଆପଣ ଆମାଜନରୁ ଫୋନ୍ କିଣୁଛନ୍ତି, ତେବେ ଆଇଫୋନ୍ 15ରେ HDFC ବ୍ୟାଙ୍କ କାର୍ଡରେ 5000 ଟଙ୍କା ରିହାତି ରହିଛି । ସେହିଭଳି କ୍ରୋମା ଉପରେ HDFC ବ୍ୟାଙ୍କ କାର୍ଡରେ ଆଧାର ମଡେଲ ଉପରେ 5000 ଟଙ୍କା ଏବଂ ପ୍ରୋ ମଡେଲ ଉପରେ 4,000 ଟଙ୍କା ରିହାତି ଦିଆଯାଉଛି । ଫ୍ଲିପକାର୍ଟରେ 5000 ଟଙ୍କା ପର୍ଯ୍ୟନ୍ତ ରିହାତି ରହିଛି । ବ୍ୟାଙ୍କ ଅଫର ବ୍ୟତୀତ ସବୁ ସ୍ଥାନରେ ଏକ୍ସଚେଞ୍ଜ ଅଫରର ଲାଭ ମଧ୍ୟ ଦିଆଯାଉଛି । ପୁରୁଣା ଫୋନ ଦେଇ ନୂଆ ମଡେଲରେ ଡିସକାଉଣ୍ଟ ପାଇପାରିବେ ।

ଫୋନର ଦାମ: ଆପଲ୍ ଆଇଫୋନ୍ 15 ସିରିଜ୍ ଅଧୀନରେ 4ଟି ମଡେଲ୍ ଲଞ୍ଚ କରିଛି ଯେଉଁଥିରେ ଆଇଫୋନ୍ 15, 15 ପ୍ଲସ୍, 15 ପ୍ରୋ ଏବଂ 15 ପ୍ରୋ ମ୍ୟାକ୍ସ ରହିଛି।

iPhone 15

  • 128GB: 79,900 ଟଙ୍କା
  • 256GB: 89,900 ଟଙ୍କା
  • 512GB: 1,09,900 ଟଙ୍କା

iPhone 15 Plus

  • 128GB: 89,900 ଟଙ୍କା
  • 256GB: 99,900 ଟଙ୍କା
  • 512GB: 1,19,900 ଟଙ୍କା

iPhone 15 Pro

  • 28GB: 1,34,900 ଟଙ୍କା
  • 256GB: 1,44,900 ଟଙ୍କା
  • 512GB: 1,64,900 ଟଙ୍କା

iPhone 15 Pro Max

  • 256GB: 1,59,900 ଟଙ୍କା
  • 512GB: 1,79,900 ଟଙ୍କା
  • 1TB: 1,99,900 ଟଙ୍କା

ଏହା ମଧ୍ୟ ପଢନ୍ତୁ: ଲଞ୍ଚ ହେଲା ଟାଇଟେନିୟମ ଡିଜାଇନର iPhone 15 Pro ଓ 15 Pro MAX, ଏତିକି ରହିଛି ମୂଲ୍ୟ

ଆଇଫୋନ୍ 15 ପ୍ରୋରେ 6.1 ଇଞ୍ଚ ଡିସପ୍ଲେ ଏବଂ ଆଇଫୋନ୍ 15 ପ୍ରୋ ମ୍ୟାକ୍ସରେ 6.7 ଇଞ୍ଚ ସ୍କ୍ରିନ ରହିଛି । ଉଭୟ ହ୍ୟାଣ୍ଡସେଟରେ 120Hz ର ରିଫ୍ରେସ ରେଟ ରହିଛି ଗେମିଂ ଏହଂ ସ୍କ୍ରୋଲିଂରେ ଏକ ଭଲ ଅଭିଜ୍ଞତା ରହିବ ବୋଲି ଆଶା କରାଯାଉଛି । ଫୋନ୍ 15 ପ୍ରୋ ସିରିଜର ବ୍ୟାକ ପ୍ୟାନେଲରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ଅଛି । ପ୍ରାଇମେରି ଲେନ୍ସ 48MPର ରହିଛି । ଏହି କ୍ୟାମେରା ସେଟଅପ ସହିତ 2nd Generation Sensor-Shift OIS ରହିଛି । ଅପ୍ଟିକାଲ୍ ଜୁମ୍ ସହିତ ଫୋକସ ପାଇଁ lidAr ସ୍କାନର୍ ମଧ୍ୟ ମିଳିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.