ETV Bharat / science-and-technology

ଲଞ୍ଚ ହେଲା ଟାଇଟେନିୟମ ଡିଜାଇନର iPhone 15 Pro ଓ 15 Pro MAX, ଏତିକି ରହିଛି ମୂଲ୍ୟ

author img

By ETV Bharat Odisha Team

Published : Sep 13, 2023, 10:05 AM IST

Apple announces iPhone
Apple announces iPhone

ଲଞ୍ଚ ହେଲା ଆପଲର ସବୁଠାରୁ ପତଳା ଏବଂ ହାଲୁକା ମଡେଲ iPhone 15 Pro ସହିତ 15 Pro MAX । ରହିଛି ଦମଦାର ଫିଚର ସାଙ୍ଗକୁ ଟାଇଟେନିୟମ ଡିଜାଇନ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆପଲପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଲା । ଲଞ୍ଚ ହେଲା ଟାଇଟେନିୟମ ଡିଜାଇନର iPhone 15 Pro ସହିତ 15 Pro MAX । ଗତକାଲି(ମଙ୍ଗଳବାର) ଆପଲ ଇଭେଣ୍ଟ 2023 ରହିଥିବା ବେଳେ ଏହି ସିରିଜକୁ ଲଞ୍ଚ କରାଯାଇଛି । ତେବେ ଏହି ଫୋନରେ ସର୍ବାଧିକ ପ୍ରିମିୟମ ସାମଗ୍ରୀ ବ୍ୟବହାର ହୋଇଥିବା ନେଇ ଆପଲ ପକ୍ଷରୁ ଦାବି କରାଯାଇଛି ।

ପ୍ରଥମ ଥର ପାଇଁ ଆପଲ୍ ଆଇଫୋନରେ USB ଟାଇପ୍-ସି ପୋର୍ଟ ବ୍ୟବହାର କରିଥିବା ସୂଚନା ରହିଛି । ଅର୍ଥାତ୍ ଉପଭୋକ୍ତା ବା ୟୁଜର୍ସମାନେ ଲାଟେଷ୍ଟ ଆଣ୍ଡ୍ରୋଏଡ ଫୋନର ଚାର୍ଜରରେ ମଧ୍ୟ ଚାର୍ଜ କରିପାରିବେ । ଆଇଫୋନ୍ 15 ପ୍ରୋ ସିରିଜରେ ଆକ୍ସନ୍ ବଟନ୍ ବ୍ୟବହୃତ ହୋଇଛି । ଯାହା ୟୁଜର୍ସଙ୍କ ଅନେକ ଆକ୍ସେସ ପ୍ରଦାନ କରିବ । ଏହି ଗୋଟିଏ ବଟନରେ ଅନେକ କମାଣ୍ଡ୍ ସେଟ୍ ହୋଇପାରିବ। ଏହା ୟୁଜର୍ସମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ପ୍ରମାଣିତ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

iPhone 15 Proର ଫିଚର: ଆଇଫୋନ୍ 15 ପ୍ରୋ ସିରିଜରେ ଦୁଇଟି ହ୍ୟାଣ୍ଡସେଟ ଲଞ୍ଚ ହୋଇଛି । କିନ୍ତୁ ଉଭୟ ଫୋନର ସ୍କ୍ରିନ ସାଇଜ ଭିନ୍ନ ରହିଛି । ଆଇଫୋନ୍ 15 ପ୍ରୋରେ 6.1 ଇଞ୍ଚ ଡିସପ୍ଲେ ଏବଂ ଆଇଫୋନ୍ 15 ପ୍ରୋ ମ୍ୟାକ୍ସରେ 6.7 ଇଞ୍ଚ ସ୍କ୍ରିନ ରହିଛି । ଉଭୟ ହ୍ୟାଣ୍ଡସେଟରେ 120Hz ର ରିଫ୍ରେସ ରେଟ ରହିଛି ଗେମିଂ ଏହଂ ସ୍କ୍ରୋଲିଂରେ ଏକ ଭଲ ଅଭିଜ୍ଞତା ରହିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Apple Event 2023: ପ୍ରଥମ ଥର ସର୍ବଭାରତୀୟ ସ୍ତରରେ ଲଞ୍ଚ ହେବ ମେଡ୍ ଇନ ଇଣ୍ଡିଆ iPhone 15

iPhone 15 Pro ସିରିଜରେ ଦମଦାର କ୍ୟାମେରା ସେଟଅପ: ଫୋନ୍ 15 ପ୍ରୋ ସିରିଜର ବ୍ୟାକ ପ୍ୟାନେଲରେ ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ଅଛି । ପ୍ରାଇମେରି ଲେନ୍ସ 48MPର ରହିଛି । ଏହାସହ 24 ମିମି Focal length ସହିତ f / 1.78 Apertureର ବ୍ୟବହାର କରାଯାଇଛି । ଏହି କ୍ୟାମେରା ସେଟଅପ ସହିତ 2nd Generation Sensor-Shift OIS ରହିଛି । ଅପ୍ଟିକାଲ୍ ଜୁମ୍ ସହିତ ଫୋକସ ପାଇଁ lidAr ସ୍କାନର୍ ମଧ୍ୟ ମିଳିବ। ଯାହା କମ ଆଲୁଅରେ ଉତ୍ତମ ଫଟୋଗ୍ରାଫି ଫିଚର ପ୍ରଦାନ କରିବ। ପଛ ପ୍ୟାନେଲରେ ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ କ୍ୟାମେରା ଲେନ୍ସ ସହିତ ଏକ ମାକ୍ରୋ କ୍ୟାମେରା ସେନ୍ସର ରହିଛି।

iPhone 15 Pro ସିରିଜର ଦାମ: ଆଇଫୋନ୍ 15 ପ୍ରୋ ସିରିଜରେ ଦୁଇଟି ମଡେଲ୍ ଅଛି । ଆଇଫୋନ୍ 15 ପ୍ରୋର ପ୍ରାରମ୍ଭିକ ମୂଲ୍ୟ 999 ଆମେରିକୀୟ ଡଲାର ରହିଛି । ଏଥି ସହିତ, ଆଇଫୋନ୍ 15 ପ୍ରୋ ମ୍ୟାକ୍ସର ମୂଲ୍ୟ 1199 ଆମେରିକୀୟ ଡଲାର ରଖାଯାଇଛି । ଏହି ସିରିଜର ଷ୍ଟୋରେଜ 256 ଜିବିରୁ ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ ମୂଲ୍ୟ ଘୋଷଣା କରାଯାଇ ନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.