ETV Bharat / science-and-technology

Apple Event 2023: ପ୍ରଥମ ଥର ସର୍ବଭାରତୀୟ ସ୍ତରରେ ଲଞ୍ଚ ହେବ ମେଡ୍ ଇନ ଇଣ୍ଡିଆ iPhone 15

author img

By ETV Bharat Odisha Team

Published : Sep 12, 2023, 5:32 PM IST

Apple Event 2023
Apple Event 2023

ଆଉ କିଛି ସମୟ ପରେ ଆରମ୍ଭ ହେବକୁ ଯାଉଛି ଆପଲ ଇଭେଣ୍ଟ 2023 । ତେବେ ଆଜି ଲଞ୍ଚ ହେବାକୁ ଯାଉଛି iPhone 15 । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆପଲ୍ ଇଭେଣ୍ଟ ଉପରେ ସମଗ୍ର ବିଶ୍ବବାସୀଙ୍କ ନଜର ରହିଥାଏ। ବିଶେଷ କରି ଯେଉଁମାନେ ଆଇଫୋନ ପ୍ରେମୀ ଥାଆନ୍ତି ସେମାନଙ୍କ ନଜର ଏହି ଆପଲ ଇଭେଣ୍ଟ 2023 ଉପରେ ରହିଥାଏ। ତେବେ ଆଜି ଆରମ୍ଭ ହେବାକୁ ଯାଉଛି ଆପଲ ଇଭେଣ୍ଟ 2023। ତେବେ ମେଡ ଇନ ଇଣ୍ଡିଆ (ଭାରତରେ ନିର୍ମିତ) ଆଇଫୋନ 15 ଆଜି ଲଞ୍ଚ ହେବାକୁ ଯାଉଛି। ଏହାସହିତ ଆପଲ ଓ୍ବାଚ ସିରିଡ 9 ମଧ୍ୟ ଲଞ୍ଚ ହେବା ନେଇ ସୂଚନା ରହିଛି। ରିପୋର୍ଟ ଅନୁସାରେ, ଚଳିତ ଥର ଗ୍ଲୋବାଲ ଲଞ୍ଚ ସହିତ ଆଇଫୋନ 15 ଭାରତରେ ଅତିଶୀଘ୍ର ଉପଲବ୍ଧ ହେବ ବୋଲି ସୂଚନା ରହିଛି।

ତେବେ ଆଇଫୋନ 15 ସିରିଜ ସାରା ବିଶ୍ବରେ ଲଞ୍ଚ ହେବା ପରେ ଶୀଘ୍ର ଭାରତରେ ବିକ୍ରି ଆରମ୍ଭ ହେବ ବୋଲି କୁହାଯାଇଛି। ତେବେ ଏହା ଲଞ୍ଚ ସହିତ ଭାରତରେ ଆଇଫୋନ୍ 15, ଆଇଫୋନ୍ 15 ପ୍ରୋ, ଆଇଫୋନ୍ 15 ପ୍ଲସ୍ ଏବଂ ଆଇଫୋନ୍ ପ୍ରୋ ମ୍ୟାକ୍ସ ଉପଲବ୍ଧ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଆପଲ୍ ଇଭେଣ୍ଟ 2023 ଭାରତୀୟ ସମୟ ରାତି 10ଟା 30 ରେ ଆରମ୍ଭ ହେବ। ଏହି ଇଭେଣ୍ଟକୁ ଆପଲ ଓ୍ବେସାଇଟ ସହିତ ୟୁଟ୍ୟୁବରେ ଲାଇଭ ଦେଖିହେବ ବୋଲି ସୂଚନା ମିଳିଛି।

ସାନ ଫ୍ରାନ୍ସିସ୍କୋରେ ମାକୱାର୍ଲ୍ଡ 2007 ସମ୍ମିଳନୀରେ ଷ୍ଟିଭ୍ ଜବ୍ସ 16 ବର୍ଷ ପୂର୍ବେ 2007 ମସିହା ଜାନୁୟାରୀ 9 ତାରିଖରେ ଆଇଫୋନକୁ ଲଞ୍ଚ କରିଥିଲେ। ଆଇଫୋନ୍ ପୂର୍ବରୁ ସାମସଙ୍ଗ ବ୍ଲାକଜ୍ୟାକ୍ ଏବଂ ବ୍ଲାକବେରୀ 8800ର ଫ୍ରଣ୍ଟ ସାଇଡରେ ଏକ କିବୋର୍ଡ୍ ଏବଂ ଆଗ ପାର୍ଶ୍ୱରେ ଏକ ସ୍କ୍ରିନ୍ ଥିଲା। ପ୍ରଥମ ଜେନ ଆଇଫୋନରେ 3.5 ଇଞ୍ଚ ଟଚ୍ ସ୍କ୍ରିନ୍ ଥିଲା। ଆଇଫୋନରେ ବ୍ଲାକ୍ ଥିମ୍ ୱାଲପେପର ବ୍ୟବହାର କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ: Smartwatch Saving Life: ସଞ୍ଜିବନୀ ସାଜିଲା ଆପଲ ଘଣ୍ଟା, ହୃଦ ସ୍ପନ୍ଦନ ବଢିଲେ ବାଜୁଛି ଆଲାରାମ

ତେବେ ଆଜି ଲଞ୍ଚ ହେବା ପରେ କେବେ ଠାରୁ ଏହାର ବିକ୍ରି ଆରମ୍ଭ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସେପ୍ଟେମ୍ବର 22 ତାରିଖରୁ ଭାରତରେ ବିକ୍ରି ଆରମ୍ଭ ହେବ ବୋଲି କୁହାଯାଇଛି। ଆମାଜନ୍, ଆପଲ୍ ର ଅଫିସିଆଲ୍ ୱେବସାଇଟ୍ ଏବଂ ଆପଲ୍ ଷ୍ଟୋରରୁ ଆଇଫୋନ୍ 15 ସିରିଜ୍ କିଣିବାକୁ ସକ୍ଷମ ହେବେ। ଚଳିତ ବର୍ଷ କମ୍ପାନୀ ଦିଲ୍ଲୀ ଏବଂ ମୁମ୍ବାଇରେ 2 ଟି ନୂଆ ଅଫିସିଆଲ୍ ଷ୍ଟୋର ଖୋଲିଛି। ଭାରତରେ ଆଇଫୋନ୍ 15 ସିରିଜ 79,900 ରୁ ଆରମ୍ଭ ହୋଇପାରେ ବୋଲି ଅନୁମାନ କରାଯାଉଛି। ଆଇଫୋନ୍ 15 ପ୍ରୋ ଏବଂ ପ୍ରୋ ମ୍ୟାକ୍ସରେ 2TB ପର୍ଯ୍ୟନ୍ତ ଷ୍ଟୋରେଜ୍ ଅପ୍ସନ୍ ପାଇବେ। ଏହାସହ ଟପଆଣ୍ଡ ମଡେଲରେ 6x ଜୁମିଙ୍ଗ୍ ସୁବିଧା ଉପଲବ୍ଧ ହେବ। ଏହି ଫୋନ କଳା, ଧଳା ଏବଂ ଧୂସର ରଙ୍ଗରେ ମିଳିପାରିବ। ତେବେ ଆଉ କିଛି ସମୟ ପରେ ଆଇଫୋନ 15କୁ ନେଇ ସମସ୍ତ ସୂଚନା ସାମ୍ନାକୁ ଆସିବ।

କହିରଖୁଛୁ କି ଆପଲ 15 ସିରିଜ ସହିତ ଆପଲ ଓ୍ବାଚ ଅଲଟ୍ରା 2କୁ ନେଇ ମଧ୍ୟ କିଛି ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ତେବେ ଆଇଫୋନ ସିରିଜ ସହିତ ଆପଲ ଓ୍ବାଚ ସିରିଜ 9 ଏବଂ ସେକେଣ୍ଡ ଜେନେରେସନ ଓ୍ବାଚ ଅଲଟ୍ରା ମଡେଲକୁ ମଧ୍ୟ ଲଞ୍ଚ କରାଯିବ ବୋଲି ସଚନା ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.