ETV Bharat / opinion

HIJAB PROTEST: ବିଚାର ବଦଳାଇବାକୁ ପ୍ରସ୍ତୁତ ନୁହଁନ୍ତି ଇରାନ ବିଦ୍ରୋହୀ, ସରକାରଙ୍କ ବଢିଲା ଚିନ୍ତା

author img

By

Published : Nov 12, 2022, 7:02 AM IST

Updated : Nov 12, 2022, 10:27 AM IST

HIJAB PROTEST: ବିଚାର ବଦଳାଇବାକୁ ଅପ୍ରସ୍ତୁତ ଇରାନ ବିଦ୍ରୋହୀ, ସରକାରଙ୍କ ବଢିଲା ଚିନ୍ତା
HIJAB PROTEST: ବିଚାର ବଦଳାଇବାକୁ ଅପ୍ରସ୍ତୁତ ଇରାନ ବିଦ୍ରୋହୀ, ସରକାରଙ୍କ ବଢିଲା ଚିନ୍ତା

ଇରାନର ଯୁବତୀମାନେ ଇରାନର ପଶ୍ଚିମରେ ଥିବା କୁର୍ଦ୍ଦିସ୍ତାନ ବିଦ୍ରୋହୀଙ୍କ ସହ ହାତ ମିଳାଇ ଅସ୍ତ୍ରଶସ୍ତ୍ର ଉଠାଇବା ପରେ ନୂଆ ମୋଡ଼ ନେଇଛି ହିଜାବ ବିବାଦ । ଇରାନ ସରକାରଙ୍କ ପ୍ରବଳ ବିଦ୍ରୋହୀ କୁହାଯାଉଥିବା କୁର୍ଦ୍ଦିସ୍ତାନଙ୍କଠୁ ଇରାନ ଯୁବତୀମାନେ ତାଲିମ ନେଇ ବୋମା ବିସ୍ଫୋରଣ କରିବା ପରେ ବଢିଛି ଇରାନ ସରକାରଙ୍କ ଚିନ୍ତା । ଇରାନର ଅଧିକାଂଶ ନାଗରିକ ସରକାରଙ୍କ ବିରୋଧରେ ବିଦ୍ରୋହୀ ପାଲଟିଥିବା ବେଳେ ଇରାନର ତଥାକଥିତ ବିଶ୍ବାସୀ ବର୍ତ୍ତମାନ ନିଜ ଦେଶରେ ହିଁ ସଂଖ୍ୟାଲଘୁରେ ପରିଣତ ହୋଇଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଇରାନରେ ଥମିବାର ନାଁ ନେଉନି ହିଜାବ ବିବାଦ (Hijab Protest)। ଇରାନର ଯୁବତୀମାନେ ଇରାନର ପଶ୍ଚିମରେ ଥିବା କୁର୍ଦ୍ଦିସ୍ତାନ (Kurdistan) ବିଦ୍ରୋହୀଙ୍କ ସହ ହାତ ମିଳାଇ ଅସ୍ତ୍ରଶସ୍ତ୍ର ଉଠାଇବା ପରେ ନୂଆ ମୋଡ଼ ନେଇଛି ଏହି ବିବାଦ । ଇରାନ ସରକାରଙ୍କ ପ୍ରବଳ ବିଦ୍ରୋହୀ କୁହାଯାଉଥିବା କୁର୍ଦ୍ଦିସ୍ତାନଙ୍କଠୁ ଇରାନ ଯୁବତୀମାନେ ତାଲିମ ନେଇ ବୋମା ବିସ୍ଫୋରଣ କରିବା ପରେ ବଢିଛି ଇରାନ ସରକାରଙ୍କ ଚିନ୍ତା । ଇରାନର ଅଧିକାଂଶ ନାଗରିକ ସରକାରଙ୍କ ବିରୋଧରେ ବିଦ୍ରୋହୀ ପାଲଟିଥିବାବେଳେ, ଇରାନର ତଥାକଥିତ ବିଶ୍ବାସୀ ବର୍ତ୍ତମାନ ନିଜ ଦେଶରେ ହିଁ ସଂଖ୍ୟାଲଘୁରେ ପରିଣତ ହୋଇଛନ୍ତି ।

ଅମିନି କୁର୍ଦ୍ଦ ହୋଇଥିବାରୁ ତାଙ୍କୁ ହତ୍ୟା ନେଇ ଅଭିଯୋଗ:-

ହିଜାବ ପିନ୍ଧିଥିବାବେଳେ ମୁଣ୍ଡର କେଶ ଦେଖାଯାଉଥିବାରୁ ଇରାନର ୨୨ ବର୍ଷୀୟ ଯୁବତୀ ମହସା ଅମିନିଙ୍କୁ ଗିରଫ କରିଥିଲା ପୋଲିସ । ଯୁବତୀ ଠିକଭାବେ ହିଜାବ ପିନ୍ଧିନଥିବାରୁ ମୋରାଲ ପୋଲିସ (ଧାର୍ମିକ ବ୍ୟାପାର ସଂପର୍କିତ ପୋଲିସ) ତାଙ୍କୁ ଗିରଫ କରିଥିଲା । ଗତ ସେପ୍ଟେମ୍ବର ୧୫ ତାରିଖରେ ପୋଲିସ ହେପାଜତରେ ଅମିନିଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ତେଜିଥିଲା ବିବାଦ । ଇରାନରୁ ଏହି ବିବାଦ ସାରା ଦେଶରେ ବ୍ୟାପିଥିବାବେଳେ ଇସଲାମ ଧର୍ମୀ ମହିଳା ହିଜାବ ଖୋଲି ଫିଙ୍ଗିଥିଲେ । ସମୟ ସହିତ ଏହି ବିବାଦ ଧୀରେ ଧୀରେ ତେଜିବାରେ ଲାଗିଛି । ଏପଟେ ଅମିନି ଜଣେ କୁର୍ଦ୍ଦ ଥିଲେ ବୋଲି ଜଣାପଡ଼ିଛି । କୁର୍ଦ୍ଦମାନେ ଇରାନ ସରକାରଙ୍କ ବିରୋଧୀ ଭାବେ ଜଣାଶୁଣା । ଏଣୁ ଅମିନିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଇରାନ ଓ କୁର୍ଦ୍ଦିସ୍ତାନ ମଧ୍ୟରେ ବିବାଦ:-

କୁର୍ଦ୍ଦିସ୍ତାନ ପ୍ରଦେଶର ଅଧିକାଂଶ କୁର୍ଦ୍ଦ ବାସ କରନ୍ତି । ଏଠାରେ ହିଁ ଅମିନିଙ୍କୁ କବର ଦିଆଯାଇଥିଲା । ଯେତେବେଳେ ଅମିନିଙ୍କ ମୃତ୍ୟୁ ୪୦ ଦିନରେ ଶୋକାଗ୍ରସ୍ତ ଲୋକେ ଏକତ୍ରିତ ହୋଇଥିଲେ ଏବଂ ଶୋକସନ୍ତପ୍ତ ପରିବାର ପାଇଁ ନ୍ୟାୟ ଦାବି କରିଥିଲେ । ସେତେବେଳେ ଏକ ହିଂସାତ୍ମକ ଘଟଣା ଘଟିଥିଲା ଯେଉଁଥିରେ ଉପସ୍ଥିତ ଅନେକ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ଅନେକ ଆହତ ମଧ୍ୟ ହୋଇଥିଲେ । ବୋଧହୁଏ ଏହା ଆତଙ୍କବାଦୀ ଗୋଷ୍ଠୀ ISISର ଦ୍ବାରା ହୋଇଥିଲା । କାରଣ ମୁଖ୍ୟତଃ ଆମେରିକାର ଆଦେଶ ଅନୁଯାୟୀ କୁର୍ଦ୍ଦମାନେ ସିରିଆରେ ଏହି ଆତଙ୍କବାଦୀ ସଂଗଠନ ବିରୋଧରେ ଲଢୁଛନ୍ତି ।

ଏହା ବି ପଢନ୍ତୁ- Hijab Protest: ଇରାନରୁ କର୍ଣ୍ଣାଟକ, ହିଜାବ ମହିଳାଙ୍କ ପାଇଁ ବାଧ୍ୟତାମୂଳକ ହେବା ଅନୁଚିତ

ଆଇଏସଆଇଏସ ଏ ନେଇ ନିଜକୁ ଦାୟୀ କରିଥିବାବେଳେ, ଏହାପରେ ବିରୋଧ କେବଳ ଜାରି ରହିଲା ନାହିଁ, ବରଂ ସାରା ସହରରେ ତୀବ୍ର ହେଲା । ହିଜାବ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଯୁବକମାନେ ସେମାନଙ୍କ ହିଜାବ କାଢି ଫିଙ୍ଗିଥିଲେ । ଖୋଲାଖୋଲି ଭାବେ ଦେଶର ନିୟମକୁ ଅବମାନନା କରିବାରେ ଇରାନ ପ୍ରଥମ ସହର ହୋଇଗଲା । ଏହି ବିକ୍ଷୋଭ ପରେ ଏମାନେ ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ଏହି ବିଦ୍ରୋହକୁ ରୋକିବା ପାଇଁ ଇରାନର କେନ୍ଦ୍ର ସରକାରଙ୍କୁ ବ୍ୟାପକ କଟକଣା ଆରମ୍ଭ କରିବାକୁ ପଡିଲା ।

ଇରାନ ଅନ୍ୟ ସହରରେ ତୀବ୍ର ହେଉଛି ଆନ୍ଦୋଳନ: -

ଇରାନ ସରକାରଙ୍କ ଏହି ମହିଳା ବିରୋଧୀ ଆଇନକୁ କୁର୍ଦ୍ଦିସ୍ତାନ ବ୍ୟତୀତ ଇସଫାହାନ, ଜାହଦାନ ଭଳି ସହର ମଧ୍ୟ ବିରୋଧ କରିବା ଆରମ୍ଭ କରିଛନ୍ତି । ଇସଫାହାନ ସହରରେ ପ୍ରାୟ ୨୦ ହଜାରରୁ ଅଧିକ ପର୍ସିଆନ ମାନେ ବସବାସ କରନ୍ତି । ଏଠାରେ ମଧ୍ୟ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହିତ ଇରାନର ମହିଳା ବିରୋଧୀ ଆଇନ ଯୋଗୁଁ ଅମିନି ଓ ହଜାର ହଜାର ଆନ୍ଦୋଳକାରୀଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି । ସେପଟେ ଇରାନର ମୁଖ୍ୟ ନେତା ଅୟତୋଲ୍ହା ଅଲି ଖାମିନେଇ ଜାରି ରହିଥିବା ଆନ୍ଦୋଳନ ପାଇଁ ଇରାନ ପଶ୍ଚିମାଞ୍ଚଳକୁ ଦାୟୀ କରିଛନ୍ତି । ଇରାନ ପାରମ୍ପରିକ ବିରୋଧୀ କୁର୍ଦ୍ଦକୁ ଆମେରିକା ସୁରକ୍ଷା ଯୋଗାଉଥିବାରୁ ସେ ଆମେରିକାକୁ ମଧ୍ୟ ଟାର୍ଗେଟ କରିଛନ୍ତି ।

ଆନ୍ଦୋଳନରେ ୩୦୦ ନାଗରିକଙ୍କ ମୃତ୍ୟୁ, ୧୪ ହଜାର ଅଟକ:-

ଏକ ମିଡିଆ ରିପୋର୍ଟ ଅନୁଯାୟୀ ଇରାନରେ ଚାଲିଥିବା ଏହି ଆନ୍ଦୋଳନ ଯୋଗୁଁ ପ୍ରାୟ ୩୦୦ ନାଗରିକଙ୍କ ମୃତ୍ୟୁ ଘଟିଛି । ଏହାସହବ ୧୪ ହଜାର ଲୋକ ଅଟକ ରହିଥିବା ବେଳେ ଅନେକ ଜେଲଦଣ୍ଡ ମଧ୍ୟ ଭୋଗିଛନ୍ତି । ଇରାନରେ ଏଭଳି ବିଶୃଙ୍ଖଳା ପରିସ୍ଥିତି ଗତ ସେପ୍ଟେମ୍ବରରୁ ଲାଗି ରହିଛି । ସେପଟେ ଯୁବପିଢିଙ୍କୁ ଆନ୍ଦୋଳନରୁ ଓହରିବାକୁ ସରକାରଙ୍କ ସମସ୍ତ ଉଦ୍ୟମ ଫେଲ୍‌ ମାରିଛି । ଇରାନର ନାଗରିକ ନିଜ ସରକାରଙ୍କ ବିରୋଧରେ ସଂପୂର୍ଣ୍ଣ ଖପ୍ପା ରହିଥିବା ଦେଖିବାକୁ ମିଳିଛି ।

ଜାତୀୟ ସଂଗୀତ ଗାଇବାକୁ ମନା କଲେ ଇରାନ ଆଥଲେଟ୍‌:-

ଅମିନିଙ୍କ ମୃତ୍ୟୁ ପରେ ଇରାନର ଅନେକ ସହର ପାଲଟିଛି ରଣଭୂମି । ଚାରିଆଡ଼େ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସରକାରଙ୍କ ବିରୋଧରେ ରାଜରାସ୍ତାରେ ଲୋକେ । ସେପଟେ ଇରାନର ୱାଟର ପୋଲୋ ଆଥଲେଟ ଏସିଆନ ଚମ୍ପିଆନସିପରେ ଅଂଶଗ୍ରହଣ କରିଥିବା ବେଳେ ଜାତୀୟ ସଂଗୀତ ଗାନ କରିବାକୁ ମନା କରିବା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏଥିରୁ ସ୍ପଷ୍ଟ ଯେ ଇରାନ ସରକାରଙ୍କ ଉପରେ ଏହାର ନାଗରିକ ମାନେ ଖପ୍ପା ରହିଛନ୍ତି ।

ଚିନ୍ତାଗ୍ରସ୍ତ ଇରାନ ସରକାର:-

ଗତ କିଛି ମାସ ଧରି ଏହି ଆନ୍ଦୋଳନ ବିରୋଧରେ ଇରାନ ପ୍ରଶାସନ ମୁକାବିଲା କରିଆସୁଛି । ସେପଟେ ଇରାନ ସରକାରଙ୍କ ବିଦ୍ରୋହୀ ଏବଂ ଇସଲାମ ଧର୍ମର ସଂରକ୍ଷଣବାଦୀଙ୍କ ମଧ୍ୟରେ ଏକ ବଡ଼ ବିଭେଦ ସୃଷ୍ଟି ହୋଇଛି । ଇରାନ ସରକାରଙ୍କ ବିଦ୍ରୋହୀ ବର୍ତ୍ତମାନ ଜାହଦାନ, ଇସଫାହାନ ଆଦି ସହରରେ ଥିବା ସଂଖ୍ୟାଲଘୁଙ୍କ ବିରୋଧୀ ପାଲଟିଛନ୍ତି, ଯାହାଦ୍ବାରା ରାଷ୍ଟ୍ରରେ ଆଇନ ଶୃଙ୍ଖଳା ବଜାୟ ରଖିବା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଫଳସ୍ବରୂପ ଇରାନର ତଥାକଥିତ ବିଶ୍ବାସୀ ବର୍ତ୍ତମାନ ନିଜ ଦେଶରେ ହିଁ ସଂଖ୍ୟାଲଘୁରେ ପରିଣତ ହୋଇଛନ୍ତି ।

ବିଲାଲ ଭଟ୍ଟ, ଇଟିଭି ଭାରତ

Last Updated :Nov 12, 2022, 10:27 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.