ETV Bharat / jagte-raho

ଭିଜିଲାନ୍ସ ଜାଲରେ ୱେସ୍କୋ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ

author img

By

Published : Dec 30, 2020, 10:24 AM IST

Updated : Dec 30, 2020, 10:31 AM IST

ୱେସ୍କୋ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ
ୱେସ୍କୋ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ

ଭିଜିଲାନ୍ସ ଜାଲରେ ୱେସ୍କୋ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀ । ଅଧିକ ପଢନ୍ତୁ...

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପୁଣି ଜଣେ ଅଧିକାରୀ। ବଲାଙ୍ଗୀର ୱେସ୍କୋ କାର୍ଯ୍ୟାଳୟର ଜୁନିୟର ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ।

ସହରର ସର୍କିଟ ହାଉସ ନିକଟସ୍ଥ ଘର ଓ ଅଫିସରେ ଚଢାଉ କରିଛି ଭିଜିଲାନ୍ସ । ସମ୍ବଲପୁର, ବରଗଡ, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ ମିଳିତ ଭାବେ ଚଢାଉ ଜାରି ରଖିଛନ୍ତି । ଏବେ ସୁଦ୍ଧା ନଗଦ 16 ଲକ୍ଷ 32 ହଜାର 250 ଟଙ୍କା ସହ ବିପୁଳ ପରିମାଣର ସୁନା ଗହଣା ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।

ଭିଜିଲାନ୍ସ ଜାଲରେ ୱେସ୍କୋ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ

ତେବେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ ପରେ ଅଦାଲତଙ୍କ ଠାରୁ ସର୍ଚ୍ଚ ୱାରେଣ୍ଟ ଆଣି ଭିଜିଲାନ୍ସ ଏହି ଚଢାଉ ଜାରି ରଖିଛି । ସେପଟେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗକୁ ଅସ୍ବୀକାର କରିଛନ୍ତି ବିଭୂତି ଶଙ୍କର ବିନ୍ଧାଣୀ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

Last Updated :Dec 30, 2020, 10:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.