ETV Bharat / jagte-raho

ଘରେ ପଶି ସଶସ୍ତ୍ର ଡକାୟତି; ଜଣେ କାବୁ, 4 ଫେରାର

author img

By

Published : Sep 11, 2020, 8:27 AM IST

ଘରେ ପଶି ସଶସ୍ତ୍ର ଡକାୟତି; ଜଣଙ୍କୁ କାବୁକଲେ ଗ୍ରାମବାସୀ, 4 ଫେରାର
ଘରେ ପଶି ସଶସ୍ତ୍ର ଡକାୟତି; ଜଣଙ୍କୁ କାବୁକଲେ ଗ୍ରାମବାସୀ, 4 ଫେରାର

ଘରେ ପଶି ସଶସ୍ତ୍ର ଡକାୟତି । 40 ହଜାର ଟଙ୍କା ସହ 8 ଭରିସୁନା ଅଳଙ୍କାର ଲୁଟିନେଲେ ଲୁଟେରା । ଢେଙ୍କାନାଳ ଜିଲ୍ଲା ସଦର ଥାନା ତାଳ ବରକୋଟର ଦେଓପଡାରେ ଡକାୟତି ବେଳେ ଜଣଙ୍କୁ କାବୁ କଲେ ଗ୍ରାମବାସୀ । ଅନ୍ୟ ଚାରିଜଣ ଫେରାର ।

ଢେଙ୍କାନାଳ: ସଦର ଥାନା ତାଳବରକୋଟର ଦେଓପଡାରେ ଜଣେ ବୃଦ୍ଧାଙ୍କ ଘରେ ଡକାୟତି । 40 ହଜାର ଟଙ୍କା ସହ 8 ଭରି ସୁନା ଅଳଙ୍କାର ଲୁଟିନେଲେ ଲୁଟେରା । ଡକାୟତି ସମୟରେ ଦୁର୍ବୃତ୍ତଙ୍କ ମାଡରେ ବୃଦ୍ଧା ଆହତ । ସେପଟେ ଡକାୟତି ପରେ ଜଣଙ୍କୁ ଗ୍ରାମବାସୀ କାବୁ କରିଥିବା ସୂଚନା । 4 ଜଣ ଫେରାର ।

ଘରେ ପଶି ସଶସ୍ତ୍ର ଡକାୟତି; ଜଣଙ୍କୁ କାବୁକଲେ ଗ୍ରାମବାସୀ, 4 ଫେରାର

ଗାଁର ଅଭିମନ୍ୟୁ ବିଶ୍ବାଳଙ୍କ ପତ୍ନୀ ଉର୍ମିଳା ବିଶ୍ବାଳ ଏକୁଟିଆ ରହିଥିବାର ସୁଯୋଗ ନେଇ ଗୁରୁବାର ରାତି ପ୍ରାୟ 9ଟା କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ଡକାୟତି କରିଛନ୍ତି । ସେମାନେ ପିସ୍ତଲ ଓ ଭୁଜାଲି ଦେଖାଇ 40 ହଜାର ଟଙ୍କା ସହ 8ଭରି ସୁନା ଅଳଙ୍କାର ଲୁଟି ନେଇଥିବାବେଳେ ଜଣଙ୍କୁ ଗ୍ରାମବାସୀ କାବୁ କରିଥିବା ଜଣାପଡିଛି ।

ତେବେ ଡକାୟତି ଦଳ ତାଙ୍କ ଘରେ ପଶି ଲୁଟ କରିବା ସହ ତାଙ୍କୁ ଗାଧୁଆ ଘରେ ମାଡ ମାରି ପୁରାଇ ଦେଇଥିଲେ । ଏହି ସମୟରେ ତାଙ୍କ ଜ୍ବାଇଁ ଫୋନ କରିବାରୁ କେହି ନଉଠାଇବାରୁ କିଛି ଗଡବଡ ଥିବା ସନ୍ଦେହ କରି ଗାଁ ଲୋକଙ୍କୁ ଜଣାଇଥିଲେ । ପରେ ଗାଁ ଲୋକ ଆସିବାରୁ ଡକାୟତମାନେ ବନ୍ଧୁକ ଦେଖାଇ ବାଇକରେ ଖସିଯାଇଥିବାବେଳେ ଜଣଙ୍କୁ ଗ୍ରାମବାସୀ କାବୁ କରିବାରେ ସଫଳ ହୋଇଛନ୍ତି ।

ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୋଲିସ ପହଞ୍ଚି ଲୁଟେରାକୁ ଗିରଫ କରିଛି । ଲୁଟେରା ଜଣଙ୍କ ଆଠଗଡ ଅଞ୍ଚଳର ହୋଇଥିବାବେଳେ ଅନ୍ୟ 4 ଡକାୟତ ମଧ୍ୟ ଆଠଗଡ ଓ କଟକ ଅଞ୍ଚଳର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.