ETV Bharat / international

ବିଦେଶରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ସୂଦୁର ଟାମ୍ପା ସହରରେ ଗଡିଲା ରଥ, ଜଗନ୍ନାଥମୟ ହେଲା ପରିବେଶ

author img

By

Published : Jul 4, 2022, 8:57 PM IST

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆମେରିକାର ଫ୍ଲୋରିଡା ରାଜ୍ୟ ଟାମ୍ପା ସହରରେ ପ୍ରବାସୀ ଓଡିଆ ବେଶ ଧୁମଧାମରେ ପାଳିଲେ ରଥଯାତ୍ରା । ସ୍ଥାନୀୟ ଆମେରିକୀୟ ଭକ୍ତମାନେ ମଧ୍ୟ ରଥଯାତ୍ରାରେ ସାମିଲ ହୋଇଥିଲେ । ରଥଯାତ୍ରା ପୂର୍ବରୁ ସନାତମ ମନ୍ଦିରରେ ସ୍ନାନଯାତ୍ରା ଓ ନେତ୍ରୋତ୍ସୋବର ମଧ୍ୟ ଆୟୋଜନ କରାଯାଇଥିଲା । ଅଧିକ ପଢନ୍ତୁ

ବିଦେଶରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା:ସୂଦୁର ଟାମ୍ପା ସହରରେ ଗଡିଲା ରଥ,ଜଗନ୍ନାଥମୟ ହେଲା ପରିବେଶ
ବିଦେଶରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା:ସୂଦୁର ଟାମ୍ପା ସହରରେ ଗଡିଲା ରଥ,ଜଗନ୍ନାଥମୟ ହେଲା ପରିବେଶ

ହାଇଦ୍ରାବାଦ : କୋଟିକୋଟି ଓଡିଆଙ୍କ ଆରଧ୍ୟା ଦେବତା ମହାପ୍ରଭୁ ଜଗନ୍ନାଥ । ଭାବର ଠାକୁର ହେଉଛନ୍ତି ଭାବ ବିନୋଦିଆ କଳାଠାକୁର । ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁଠି ଉତ୍ସବ ମୁଖର ପରିବେଶ । ପୁରୀ ସମେତ ଦେଶ ଓ ବିଦେଶରେ ରହୁଥିବା ପ୍ରବାସୀ ଓଡିଆମାନେ ମଧ୍ୟ ଏହା ରଥଯାତ୍ରା ବେଶ ଧୁମଧାମରେ ପାଳନ କରିଛନ୍ତି ।

ବିଦେଶରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା:ସୂଦୁର ଟାମ୍ପା ସହରରେ ଗଡିଲା ରଥ,ଜଗନ୍ନାଥମୟ ହେଲା ପରିବେଶ

ଆମେରିକାର ଫ୍ଲୋରିଡା ରାଜ୍ୟରେ ରହୁଥିବା ପ୍ରବାସୀ ଓଡିଆବା କିପରି ବାଦ ପଡିଥାନ୍ତେ ଏଥିରୁ ? ଫ୍ଲୋରିଡାର ଟାମ୍ପା ସହରରେ ପ୍ରବାସୀ ଓଡିଆମାନେ ସ୍ଥାନୀୟ ସନାତନ ହିନ୍ଦୁ ମନ୍ଦିରରେ ଜୁଲାଇ ୨ରେ ରଥଯାତ୍ରାର ଆୟୋଜନ କରିଥିଲେ । ସେଠାରେ ବେଶ ଧୁମଧାମରେ ରଥଯାତ୍ରାକୁ ପାଳନ କରିଛନ୍ତି ପ୍ରତିଟି ଓଡିଆ । ଚଳିତ ବର୍ଷ ମନ୍ଦିର କର୍ତ୍ତୃପକ୍ଷ ଓ ଫ୍ଲୋରିଡାରେ ରହୁଥିବା ପ୍ରବାସୀ ଓଡିଆଙ୍କ ସହାୟତାରେ ନୂତନ ରଥ ଓ ବିଗ୍ରହମାନଙ୍କୁ ପ୍ରତିଷ୍ଠା କରାଯାଇଥିଲା । ଭକ୍ତମାନଙ୍କ ପାଇଁ ମହାପ୍ରସାଦର ଆୟୋଜନ ମଧ୍ୟ କରାଯାଇଥିଲା ।

ରଥଯାତ୍ରା ସମୟରେ ମହିଳା ଭକ୍ତମାନେ କଳସ ଯାତ୍ରାରେ ଭାଗନେଇଥିଲେ । ଓଡିଶୀ ନୃତ୍ୟର ଆୟୋଜନ ମଧ୍ୟ ହୋଇଥିଲା । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପୁରା ଟାମ୍ପା ସହର । ସ୍ଥାନୀୟ ଆମେରିକୀୟ ଭକ୍ତମାନେ ମଧ୍ୟ ରଥଯାତ୍ରାରେ ସାମିଲ ହୋଇଥିଲେ । ରଥଯାତ୍ରା ପୂର୍ବରୁ ସନାତମ ମନ୍ଦିରରେ ସ୍ନାନଯାତ୍ରା ଓ ନେତ୍ରୋତ୍ସୋବର ମଧ୍ୟ ଆୟୋଜନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.