ETV Bharat / international

Cylinder Blast in Pakistan: ଜିଅନ୍ତା ଜଳିଗଲେ ଗୋଟିଏ ପରିବାରର ୬ ସଦସ୍ୟ

author img

By

Published : Jan 15, 2023, 11:18 AM IST

cylinder blast in Pakistan
ଜିଅନ୍ତା ଜଳିଗଲା ଗୋଟିଏ ପରିବାରର ୬ ସଦସ୍ୟ

ପାକିସ୍ତାନର କ୍ବେଟାର ସାଟେଲାଇଟ୍ ଟାଉନ୍ ଅଞ୍ଚଳରେ ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟିଏ ପରିବାରର ୬ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

ଇସଲାମବାଗ: ପାକିସ୍ତାନରେ ସିଲିଣ୍ଡର ବିସ୍ଫୋରଣ । ଗୋଟିଏ ପରିବାରର ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ଜଣ ଶିଶୁ ରହିଛନ୍ତି । ପାକିସ୍ତାନର କ୍ବେଟାରେ ଏପରି ଅଘଟଣ ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ତରଫରୁ ସୂଚନା ମିଳିଛି । ସିଲିଣ୍ଡର ବିସ୍ଫୋରଣରେ କେତେ ଜଣ ଆହତ ହୋଇଛନ୍ତି ସେନେଇ କିଛି ସୂଚନା ହସ୍ତଗତ ହୋଇନାହିଁ ।

ଗତ ଶନିବାର ରାତିରେ କ୍ବେଟାର ସାଟେଲାଇଟ୍ ଟାଉନ୍ ଅଞ୍ଚଳରେ ଗୋଟିଏ ପରିବାରର ଜଣେ ସଦସ୍ୟ ଗ୍ୟାସ ଲଗାଉଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା । ଫଳରେ ଘରେ ନିଆଁ ଲାଗିଯିବାରୁ ଘରେ ଥିବା ଗୋଟିଏ ପରିବାରର ୬ଜଣ ସଦସ୍ୟ ଜିଅନ୍ତା ଜଳି ଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ମୃତକଙ୍କ ମଧ୍ୟରେ ଦମ୍ପତି ରହିଥିବା ବେଳେ ସେମାନଙ୍କ ୪ଜଣ ଶିଶୁ ରହିଛନ୍ତି । ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା ଜଣାପଡିଛି ।

ଏନେଇ ସ୍ଥାନୀୟ ପୋଲିସ ଗଣମାଧ୍ୟମକୁ କହିଛି ଯେ, ''ସିଲିଣ୍ଡରରୁ ଗ୍ୟାସ ଲିକ ହେବାରୁ ବିସ୍ଫୋରଣ ଘଟିଥିଲା । ଫଳରେ ଘରେ ନିଆଁ ଲାଗିବା ସହ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ନିୟୋଜିତ ହୋଇଛନ୍ତି । ଘରଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଥିବା ପୋଲିସ ଅଧିକାରୀ କହିଛନ୍ତି । ''

ଏହା ମଧ୍ୟ ପଢନ୍ତୁ-ଅଶାନ୍ତ ପେରୁ: ସରକାର ବିରୋଧି ପ୍ରତିବାଦରେ 42 ମୃତ, ଇସ୍ତଫା ଦେବେନି ରାଷ୍ଟ୍ରପତି

ଗତବର୍ଷ ପାକିସ୍ତାନର ବମ୍ବେ ବଜାରରେ ବିସ୍ଫୋରଣ ଘଟିଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଥିଲା । ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନଥିବା ବେଳେ କୌଣସି ବିସ୍ଫୋରକ ସାମଗ୍ରୀ ଏହାର କାରଣ ହୋଇଥିବା ସ୍ଥାନୀୟ ଲୋକେ ମତ ରଖିଥିଲେ । ସେହିପରି ପାକିସ୍ତାନର କରାଚି ବିଶ୍ବବ୍ୟାଳୟ ପରିସରରେ ବିସ୍ଫୋରଣ ଘଟିଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା । ଏଥିରେ ୩ ଜଣ ଚୀନ ନାଗରିକଙ୍କ ସମେତ ମୋଟ ୪ ଜଣ ପ୍ରାଣ ହରାଇଥିଲେ । ବିଶ୍ବବିଦ୍ୟାଳୟର ଚୀନ ଭାଷା ପଢାଯାଉଥିବା ଏକ କେନ୍ଦ୍ର ନିକଟରେ ଏହି ବିସ୍ଫୋରଣ ଘଟିଥିଲା ।

ସେହିପରି ମେ ମାସରେ ମଧ୍ୟ ପାକିସ୍ତାନର ବେଲୁଚିସ୍ତାନରେ ବିସ୍ଫୋରଣରେ ଘଟିି ୪ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇବା ସହ ୧୫ ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ । ବେଲୁଚିସ୍ତାନରେ ବାର୍ଷିକ ସିବି ମେଳା ଅନୁଷ୍ଠିତ ହେଉଥିବାବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଥିଲା। ପ୍ରାଣ ହରାଇଥିବା ୪ ଜଣଙ୍କ ମଧ୍ୟରୁ ସୁରକ୍ଷାକର୍ମୀ ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନୀୟ ସାଧାରଣ ନାଗରିକ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.