ETV Bharat / international

କୃଷ୍ଣ ସାଗର ଉପରେ ଆମେରିକା ଡ୍ରୋନ ସହ ପିଟିହେଲା ଋଷ ଜେଟ

author img

By

Published : Mar 15, 2023, 7:42 AM IST

russian fighter jet collides with us drone
russian fighter jet collides with us drone

ଋଷ-ୟୁକ୍ରେନ ଯୁଦ୍ଧରୁ ନେଇ ଋଷ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଲାଗିରହିଥିବା ବେଳେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । କୃଷ୍ଣ ସାଗର ଉପରେ ଆମେରିକା ଡ୍ରୋନକୁ ଧକ୍କା ଦେଲା ଋଷ ଜେଟ । ଅଧିକ ପଢନ୍ତୁ

ମସ୍କୋ: କୃଷ୍ଣ ସାଗରରେ ଆମେରିକା ଡ୍ରୋନ ସହ ଧକ୍କା ହେଲା ଋଷ ବିମାନ । ମଙ୍ଗଳବାର ଏହି ଦୁର୍ଘଟଣା ଘଟିବା ଫଳରେ ଡ୍ରୋନଟି ସମ୍ପୂର୍ଣ୍ଣ ଧ୍ବସଂ ହୋଇଯାଇଥିବା ଜଣାପଡିଛି । ଆମେରିକା ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୂଚନାଅନୁସାରେ, ଗତକାଲି(ମଙ୍ଗଳବାର) କୃଷ୍ଣ ସାଗର ଉପରେ ଆମେରିକାର ଏକ ଏମକ୍ୟୁ-୯ ରିପୋର ଡ୍ରୋନ ସହ ଋଷର ସୁଖୋଇ-୨୭ ବିମାନ ଧକ୍କା ହୋଇଥିଲା । ଏଥିରେ ଡ୍ରୋନଟି ସମ୍ପୂର୍ଣ୍ଣ ଧ୍ବସଂ ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି ଆମେରିକା ବାୟୁସେନାର ଜେନେରାଲ ଜେମ୍ସ ହେକର । ଗୋଟିଏ ପଟେ ଋଷ- ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ମଧ୍ୟରେ ଆମେରିକାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଏହି ଘଟଣାକୁ ନେଇ ଆମେରିକା ଓ ଋଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆକଳନ କରାଯାଉଛି ।

ଏନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ, "କୃଷ୍ଣ ସାଗର ଉପରେ ଆମେରିକାର ଏକ ଏମକ୍ୟୁ-୯ ରାପର ଡ୍ରୋନ ଏବଂ ଋଷର ସୁଖୋଇ-୨୭ ବିମାନ ଉଡୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ଋଷର ଭୁଲ ପାଇଁ ଏହି ଦୁର୍ଘଟଣା ହୋଇଛି । ସୁଖୋଇ ବିମାନ ଦୁର୍ଘଟଣା ପୂର୍ବରୁ ଏମକ୍ୟୁ-୯ ରାପର ଡ୍ରୋନ ଉପରକୁ ଇନ୍ଧନ ଫୋପାଡି ଆଗରେ ଉଡିଥିଲା । ଫଳରେ ଡ୍ରୋନର ପ୍ରୋପୋଲର କ୍ଷତି ହୋଇଥିଲା । ଫଳରେ ଏମକ୍ୟୁ-୯ ରାପର ଡ୍ରୋନ କୃଷ୍ଣ ସାଗରରେ ବୁଡି ଯାଇଥିଲା । "

ପ୍ରକାଶଥାଉକି, ପ୍ରୋପେଲର ଡ୍ରୋନର ପଙ୍ଖା ଅଟେ । ଏହି ପ୍ରୋପେଲର ବ୍ଲେଡ ଘୂର୍ଣ୍ଣନ କରିବା ଦ୍ବାରା ଡ୍ରୋନ ଆକାଶରେ ଉଡିଥାଏ ।

ଋଷ ଏବଂ ୟୁକ୍ରେନକୁ ଘେରି ରହିଛି କୃଷ୍ଣ ସାଗର: ସୂଚନାଅନୁସାରେ, ଋଷ ଏବଂ ୟୁକ୍ରେନ ସୀମାକୁ ଘେରି ରହିଛି କୃଷ୍ଣ ସାଗର । ୟୁକ୍ରେନ ଯୁଦ୍ଧ ହେତୁ ଗତ କିଛି ମାସ ଧରି ଏହି ଅଞ୍ଚଳରେ ସାମରିକ ଉତ୍ତେଜନା ଦେଖାଦେଇଥିଲା । ଋଷ ୟୁକ୍ରେନ ଯୁଦ୍ଧ ପର ଠାରୁ ଋଷ ଏବଂ ଆମେରିକାର ବିମାନ କୃଷ୍ଣ ସାଗର ଉପରେ ଉଡାଣ ଜାରି ରଖିଥିଲା କିନ୍ତୁ ଗତକାଲି ପ୍ରଥମ ଥର ପାଇଁ ଉଭୟଙ୍କ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ହୋଇଛି । ଏହି ଘଟଣାକୁ ନେଇ ଆମେରିକା ବାୟୁସେନା ଦୃଢ ପ୍ରତିକ୍ରିୟା ଦେଇଛି । ଋଷର ଭୁଲ ପାଇଁ ଏହି ଦୁର୍ଘଟଣା ହୋଇଛି ବୋଲି କହିଛି ।

ଜେଟର ଧକ୍କାରେ ଡ୍ରୋନର ପ୍ରୋପେଲର କ୍ଷତିଗ୍ରସ୍ତ: ଆମେରିକା ସେନା ପକ୍ଷରୁ ଦିଆଯାଇଥିବା ସୂଚନାଅନୁସାରେ, "ୟୁରୋପୀୟ ସମୟ ସକାଳ ୭ଟା ୩ ମିନିଟ ସମୟରେ ଋଷ ଜେଟ ଆମେରିକାର ଡ୍ରୋନକୁ ଧକ୍କା ଦେଇଥିଲା ।" ଏହାସହ ଡ୍ରୋନ ଉପରକୁ ଇନ୍ଧନ ଫୋପାଡିଥିବା ନେଇ ଆମେରିକୀୟ ସେନା ପକ୍ଷରୁ ଦାବି କରି କୁହାଯାଇଛି ।

ଆମେରିକାର ବାୟୁସେନା ଅଧିକାରୀ ତଥା ଏୟାର ଆଫ୍ରିକାର କମାଣ୍ଡର ଜେମ୍ସ ହେକର କହିଛନ୍ତି, "କୃଷ୍ଣ ସାଗର ଉପରେ ଆମରିକାର ବିମାନ ନିୟମିତ ଉଡାଣ କରୁଥିଲା । କିନ୍ତୁ ମଙ୍ଗଳବାର ଦିନ ଏହାକୁ ଜାଣିଶୁଣି ଧକ୍କା ଦେଇ ନଷ୍ଟ କରାଯାଇଛି । ଫଳରେ ଡ୍ରୋନ କ୍ଷତିଗ୍ରସ୍ତ ହୋଇ ସମୁଦ୍ରରରେ ବୁଡି ଯାଇଥିଲା । ବୃତ୍ତିଗତ ଢଙ୍ଗରେ ବିମାନ ଉଡାଇବା ପାଇଁ ଆମେ ଋଷକୁ ନିବେଦନ କରୁଛୁ । ଏହି ଆକ୍ରମଣାତ୍ମକ ଘଟଣା ପରେ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇପାରେ । "

ପ୍ରକାଶଥାଉକି, ଏହି ଘଟଣା ସମ୍ପର୍କରେ ବାଇଡେନଙ୍କୁ ଜଣାଯାଇଛି ବୋଲି ହ୍ବାଇଟ ହାଉସ ମୁଖପାତ୍ର ଜନ କିର୍ବି କହିଛନ୍ତି । କୃଷ୍ଣ ସାଗର ୟୁରୋପ ଏବଂ ଏସିଆ ମଧ୍ୟରେ ରହିଛି । ଏହା ଅନ୍ୟଦେଶ ଋଷ ଏବଂ ୟୁକ୍ରେନକୁ ଘେରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.