ETV Bharat / international

ନେପାଳର ନୂଆ ରାଷ୍ଟ୍ରପତି ରାମ ଚନ୍ଦ୍ରର ପଉଡେଲ

author img

By

Published : Mar 9, 2023, 4:16 PM IST

Updated : Mar 9, 2023, 5:58 PM IST

ନେପାଳର ନୂଆ ରାଷ୍ଟ୍ରପତି ବାଜିମାରିଲେ ରାମ ଚନ୍ଦ୍ରର ପଉଡେଲ
ନେପାଳର ନୂଆ ରାଷ୍ଟ୍ରପତି ବାଜିମାରିଲେ ରାମ ଚନ୍ଦ୍ରର ପଉଡେଲ

ନେପାଳର ନୂଆ ରାଷ୍ଟ୍ରପତି ବାଜିମାରିଲେ ରାମ ଚନ୍ଦ୍ରର ପଉଡେଲ । ୫0% ଅଧିକ ଭୋଟରେ ହେଲେ ଜୟଯୁକ୍ତ । ଅଧିକ ପଢ଼ନ୍ତୁ

କାଠମାଣ୍ଡୁ: ରାମ ଚନ୍ଦ୍ରର ପଉଡେଲ ହେଲେ ନେପାଳର ନୂଆ ରାଷ୍ଟ୍ରପତି । ୩୩ ହଜାର ୮ ଶହ ୨ଟି ଭୋଟ ପାଇ ସେ ରାଷ୍ଟ୍ରପତି ପଦ ପାଇଁ ଜୟଯୁକ୍ତ ହୋଇଛନ୍ତି । ତେବେ ତାଙ୍କର ପ୍ରତିପକ୍ଷରେ ଲଢୁଥିବା ସୁଭାଷ ନେମ୍ବାଙ୍ଗଙ୍କୁ ୧୫ ହଜାର ୫ ଶହ ୧୮ ଟି ଭୋଟ ମିଳିଥିବା ନେପାଳ ଇଲେକ୍ସନ କମିଶନ ସୂଚନା ଦେଇଛନ୍ତି । ତେବେ ଆଜି ସକାଳ ୧୦ଟାରୁ ନିର୍ବଚନ ଆରମ୍ଭ ହୋଇଥିବା ବେଳେ ୩ଟାରେ ମତଦାନ ପ୍ରକିୟା ଶେଷ ହୋଇଥିଲା ।

ତେବେ ନେପାଳରେ ରାଷ୍ଟ୍ରପତି ନିର୍ବାଚନରେ ସେଠାକାର ଇଲେକ୍ଟୋରାଲ କଲେଜରେ ୮୮୪ ସଦସ୍ୟ ଅଛନ୍ତି । ତେବେ ସେଥିମଧ୍ୟରୁ ହାଉସ ଅଫ ରିପପ୍ରଜେଣ୍ଟେଟିଭର ୨୭୫ ସଦସ୍ୟ, ନେସନାଲ ଏସେ‌ମ୍ବ୍ଲିର ୫୯ ଓ ସାତଟି ପ୍ରଭିନସିଆଲ ଏସେମ୍ବ୍ଲିର ୫୫୦ ଜଣ ସଦସ୍ୟ ‌ଭୋଟ ଦେଇଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ମୋଟ ୮୮୨ ଜଣ ଭୋଟ ଦେବାକୁ ଥିବା ବେଳେ ପାର୍ଲମେଣ୍ଟରୁ ଏ ସଂକ୍ରାନ୍ତରେ ଭୋଟ ଦେବା ପାଇଁ ସଂସଦୀୟ କୋଠାର ଏକ ଗୃହରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଦୁଇଟି ପୃଥକ ପୋଲିଂ ଷ୍ଟେସନ ବି କରାଯାଇଥିଲା । ଫେଡେରାଲ ପାର୍ଲିଆମେଣ୍ଟେରିଆନସ ଓ ପ୍ରଭିନ୍ସ ଆସେମ୍ବ୍ଲି ମେମ୍ବର୍ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ । ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନିଜ ମତାମତ ସାବ୍ୟସ୍ତ କରିଥିଲେ । ତେବେ ୪ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ୫ଟା ୩୦ରେ ଭୋଟ ଗଣତି ଶେଷ ହୋଇଥିଲା ।

ଅଧିକ ପଢନ୍ତୁ: Delhi Excise policy scam: ବାସଭବନରେ ଜେରା ପାଇଁ କବିତାଙ୍କ ପ୍ରସ୍ତାବ, ୧୧ରେ ଦିଲ୍ଲୀ ଡାକିଲା ସଂସ୍ଥା

ତେବେ ଫଳାଫଳ ସ୍ପଷ୍ଟ ହୋଇଥିବା ବେଳେ ସନ୍ଧ୍ୟା ୭ଟାରେ ବିଧିବଦ୍ଧ ଭାବେ ଘୋଷଣା କରିଯିବ ବୋଲି ନିର୍ବାଚନ ଅଧିକାରୀ ମହେଶ ଶର୍ମା ପାଉଡେଲ କହିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ​​ଲୋକସଭାର ଦୁଇଜଣ ପୂର୍ବତନ ସ୍ପିକରଙ୍କ ମଧ୍ୟରେ ଲଢେଇ ହୋଇଥିଲା । ତେବେ ନେପାଳର ବର୍ତ୍ତମାନ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମାର୍ଚ୍ଚ ୧୨ରେ ଶେଷ ହେବ । ତେଣୁ ଏହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ କରାଯାଉଛି । ୭୮ ବର୍ଷିୟ ରାମ ଚନ୍ଦ୍ରର ପଉଡେଲ ଏବଂ ୬୯ ବର୍ଷିୟ ସୁବାଷ ଚନ୍ଦ୍ର ନେମ୍ବବାଙ୍ଗ ଫେବୃଆରୀ ମାସରେ ନିଜର ନୋମିନେସନ ଫାଇଲ କରିଥିଲେ । ତେବେ ରାମ ଚନ୍ଦ୍ରର ପଉଡେଲଙ୍କ ସପକ୍ଷରେ ୮ ଟି ପଲିଟିକାଲ ପାର୍ଟିଥିବା ବେଳେ ତାଙ୍କ ଜିତିବା ନେଇ ପୂର୍ବାନୁମାନ କରାଯାଉଛି ।

Last Updated :Mar 9, 2023, 5:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.