ETV Bharat / bharat

Delhi Excise policy scam: ବାସଭବନରେ ଜେରା ପାଇଁ କବିତାଙ୍କ ପ୍ରସ୍ତାବ, ୧୧ରେ ଦିଲ୍ଲୀ ଡାକିଲା ସଂସ୍ଥା

author img

By

Published : Mar 9, 2023, 3:47 PM IST

ହାଇଦ୍ରାବାଦ ବାସଭବନରେ ଜେରା ପାଇଁ ଇଡିକୁ ପ୍ରସ୍ତାବ ଦେଲେ କବିତା । ୧୧ ରେ ସଂସ୍ଥାର ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସାନି ନୋଟିସ୍‌ । ଅଧିକ ପଢନ୍ତୁ

ହାଇଦ୍ରାବାଦ ବାସଭବନରେ ଜେରା ପାଇଁ କବିତାଙ୍କ ପ୍ରସ୍ତାବ, ୧୧ ରେ ଦିଲ୍ଲୀରେ ହାଜର ପାଇଁ କହିଲା ସଂସ୍ଥା
ହାଇଦ୍ରାବାଦ ବାସଭବନରେ ଜେରା ପାଇଁ କବିତାଙ୍କ ପ୍ରସ୍ତାବ, ୧୧ ରେ ଦିଲ୍ଲୀରେ ହାଜର ପାଇଁ କହିଲା ସଂସ୍ଥା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଠାରୁ ସମନ ପାଇଥିବା ବିଆରଏସ ଏମଏଲସି ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତା ତଦନ୍ତକାରୀ ସଂସ୍ଥା ତାଙ୍କୁ ହାଇଦ୍ରାବାଦ ସ୍ଥିତ ବାସଭବନରେ ଜେରା କରୁ ବୋଲି ପ୍ରସ୍ତାବ ଦେଇଛନ୍ତି । ସେ ଜଣେ ମହିଳା ହୋଇଥିବା କାରଣରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ ହାଇଦ୍ରାବାଦ ଆସି ତାଙ୍କ ବାସଭବନରେ ତାଙ୍କୁ ଜେରା କରୁ ବୋଲି ସଂସ୍ଥା ନିକଟରେ ପ୍ରସ୍ତାବ ରଖିଛନ୍ତି । ଯାହାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗ୍ରହଣ କରାଯାଇନାହିଁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ୧୧ ତାରିଖରେ ଦିଲ୍ଲୀ ସ୍ଥିତ ସଂସ୍ଥାର ମୁଖ୍ୟାଳୟରେ ହାଜର ହେବା ପାଇଁ ସାନି ନୋଟିସ ଜାରି କରିଛି ।

ତେବେ ପ୍ରଥମ ସମନ ଅନୁସାରେ ଆଜି (ଗୁରୁବାର) କବିତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବାର ଥିଲା । ଦିଲ୍ଲୀରେ ତାଙ୍କର ଆମରଣ ଅନଶନ ଥିବାରୁ ସେ ସଂସ୍ଥାକୁ ଅଧିକ ସମୟ ମାଗିଥିଲେ । ଧାରଣା ଆରମ୍ଭ ହେବା ପୂର୍ବରୁ ସେ ଏହି ପ୍ରସଙ୍ଗରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କବିତା କହିଛନ୍ତି, ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଏପରି କରି ବିରୋଧୀ ଦଳମାନଙ୍କୁ ସମସ୍ୟାରେ ପକାଇବା ପ୍ରୟାସ କରୁଛି । ମହିଳା ସଂରକ୍ଷଣ ବିଲ୍‌ ଦାବିରେ ତାଙ୍କର ପ୍ରସ୍ତାବିତ ଧାରଣା ଥିବାରୁ ସେ କିଛି ଦିନ ପାଇଁ ସଂସ୍ଥା ଠାରୁ ଆଶ୍ବସ୍ତି ଚାହିଁଥିଲେ । ପରେ ସେ ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବା ନେଇ ମଧ୍ୟ ସଂସ୍ଥାକୁ ଅବଗତ କରିଥିଲେ ।

କବିତା ଆହୁରି ମଧ୍ୟ କହିଛନ୍ତି ‘‘ ଯେତେବେଳେ କେନ୍ଦ୍ରୀୟ ସଂସ୍ଥା କୌଣସି ମହିଳାଙ୍କୁ ଜେରା କରିବାକୁ ଚାହୁଁଛି, ଉକ୍ତ ମହିଳାଙ୍କର ମଧ୍ୟ କିଛି ମୌଳିକ ଅଧିକାର ରହିଛି । ଏହି ଜେରା ତାଙ୍କ ବାସଭବନରେ ମଧ୍ୟ କରାଯାଇପାରିବ । ସେମାନେ ୧୧ ତାରିଖରେ ହାଇଦ୍ରାବାଦ ଆସି ମତେ ବାସଭବନରେ ଜେରା କରିବା ପାଇଁ ସଂସ୍ଥା ନିକଟରେ ପ୍ରସ୍ତାବ ରଖିଥିଲି । ହେଲେ ସେମାନେ ଏହାକୁ ଗ୍ରହଣ ନକରିବା ସହ ୧୧ ରେ ଦିଲ୍ଲୀ ସ୍ଥିତ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟରେ ହାଜର ହେବା ପାଇଁ କହିଛନ୍ତି । ଆମେ ସଂସ୍ଥାର ସାମ୍ନା କରିବୁ, ଆମେ କୌଣସି ଭୁଲ କରିନାହୁଁ ।’’

କବିତା କହିଛନ୍ତି, ତାଙ୍କୁ ସମନ ଜାରି କରାଯିବା ମଧ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ସେ ମହିଳା ସଂରକ୍ଷଣ ବିଲ ଦାବିରେ ଧାରଣାରେ ବସିବା ପାଇଁ ମାର୍ଚ୍ଚ ୨ ତାରିଖରେ ପୋଷ୍ଟର ରିଲିଜ୍‌ କରି ଘୋଷଣା କରିଥିଲେ । ଅନ୍ୟ ୧୮ଟି ଦଳ ମଧ୍ୟ ଏହାକୁ ସମର୍ଥନ କରିବା ସହ ଧାରଣାରେ ଅଂଶଗ୍ରହଣ କରିବା ନେଇ ସୂଚନା ଦେଇଥିଲେ । ହେଲେ ୯ ତାରିଖରେ ହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କଲା । ପ୍ରସ୍ତାବିତ ଧାରଣା କାରଣରୁ ସେ ଜେରା ତାରିଖ ୧୬କୁ ପରିବର୍ତ୍ତନ କରିବା ପାଇଁ ସଂସ୍ଥାକୁ ନିବେଦନ କରିଥିଲେ । ହେଲେ ସେଥିରେ ସଂସ୍ଥା ସହମତି ପ୍ରକାଶ କରିନଥିଲା । ପରେ ୧୧ ତାରିଖରେ ହାଜର ହେବା ପାଇଁ ତାଙ୍କୁ ଡକାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.