ETV Bharat / international

ଇରାନରେ ସ୍କୁଲ ଛାତ୍ରୀଙ୍କୁ ବିଷ ଦେବା ଘଟଣା, ଦେଶର ଶତ୍ରୁମାନଙ୍କୁ ଦାୟୀ କଲେ ରାଷ୍ଟ୍ରପତି

author img

By

Published : Mar 6, 2023, 5:53 PM IST

ଇରାନର ୯୦୦ରୁ ଉର୍ଦ୍ଧ୍ବ ସ୍କୁଲଛାତ୍ରୀଙ୍କୁ ବିଷ ଦେବା ଘଟଣା
ଇରାନର ୯୦୦ରୁ ଉର୍ଦ୍ଧ୍ବ ସ୍କୁଲଛାତ୍ରୀଙ୍କୁ ବିଷ ଦେବା ଘଟଣା

ଇରାନର ୯୦୦ରୁ ଊର୍ଦ୍ଧ୍ବ ସ୍କୁଲଛାତ୍ରୀଙ୍କୁ ବିଷ ଦିଆଯିବା ଘଟଣା । ଜାତିସଂଘ ମାନବଅଧିକାର ଅଫିସରେ ଉଠିଲା ତଦନ୍ତ ଦାବି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ଅନ୍ତର୍ଜାତୀୟ ସ୍ତରରେ ବଢିବାରେ ଲାଗିଛି ଇରାନର ସମସ୍ୟା । ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଥମିନଥିବା ବେଳେ ନାରୀ ଶିକ୍ଷାକୁ ନେଇ ବିବାଦ ଘନେଇବାରେ ଲାଗିଛି । ଦେଶର ବିଭିନ୍ନ ସହରରେ ୯୦୦ରୁ ଊର୍ଦ୍ଧ୍ବ ସ୍କୁଲ୍‌ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଦେଖିବାକୁ ମିଳିଛି । ତେବେ ଛାତ୍ରୀଙ୍କୁ ସ୍କୁଲ ଯିବାରୁ ବଞ୍ଚିତ କରିବା ପାଇଁ ଏପରି କରାଯାଇଥିବା କୁହାଯାଉଛି । ତେବ ସ୍କୁଲ୍‌ଗୁଡ଼ିକରେ ଛାତ୍ରୀମାନଙ୍କୁ ବିଷ ଦିଆଯାଉଥିବା ଖବର ପ୍ରଘଟ ହେବା ପରେ ରୂଢ଼ିବାଦୀ ସରକାର ହରଡ଼ଘଣାରେ ପଡ଼ିଛନ୍ତି । ଏନେଇ ଅନ୍ତର୍ଜାତୀୟ ସ୍ତରରେ ତଦନ୍ତ ଦାବି ଜୋର୍‌ ଧରିଥିବାବେଳେ ଘଟଣା ପାଇଁ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ଦେଶର ଶତ୍ରୁମାନଙ୍କୁ ଦାୟୀ କରିଛନ୍ତି ।

ତେବେ ଦେଶର ୩୦ଟି ସ୍କୁଲରେ ପ୍ରାୟ ୯୦୦ରୁ ଊର୍ଦ୍ଧ୍ବ ସ୍କୁଲ ଛାତ୍ରୀ ବିଷ ଦ୍ବାରା ପିଡୀତ ହୋଇଥିବା ସୂଚନା ମିଳିଛି । ନଭେମ୍ବର ୩୦ରେ ଇରାନର କ୍ବମ୍‌ ସହରରେ ୫୦ରୁ ଊର୍ଦ୍ଧ୍ବ ସ୍କୁଲ ଛାତ୍ରୀ ଅସୁସ୍ଥତା କାରଣରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ଛାତ୍ରୀମାନଙ୍କର ଶରୀରରେ ବିଷର ପରିମାଣ ଦେଖିବାକୁ ମିଳିଥିଲା । ଯାହାଫଳରେ ତାଙ୍କର ଶରୀରରେ ମୁଣ୍ଡବିନ୍ଧା ଏବଂ ବାନ୍ତି ପରି ଲକ୍ଷଣ ଦେଖିବାକୁ ମିଶିଥିଲା । ତେବେ କିଛି ଦିନରେ ଝିଅମାନଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ସମାନ ଘଟଣା ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳିଥିଲା । ତେବେ ଏହାରି ମଧ୍ୟରେ ୧୧ ବର୍ଷୀୟ ସ୍କୁଲଛାତ୍ରୀ ଫତେମ ରେଜାଇଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ମିଡିଆ ରିପୋର୍ଟରୁ ପ୍ରକାଶ ପାଇଛି ।

ଏହି ଜଘନ୍ୟକାଣ୍ଡ ସାମ୍ନାକୁ ଆସିବା ପରେ ଛାତ୍ରୀଙ୍କ ମାତାପିତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଯାହାଫଳରେ ସେମାନ ନିଜ ଝିଅମାନଙ୍କୁ ସ୍କୁଲରେ ପାଠ ନପଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ନାରୀ ଶିକ୍ଷାକୁ ବିରୋଧ କରୁଥିବା ଧର୍ମାନ୍ଧ ଗୋଷ୍ଠୀ ଏପରି କରିଥିବା କେତେଜଣ ନେତା କହିଛନ୍ତି । ରାଷ୍ଟ୍ରପତି ରଇସି ଶୁକ୍ରବାର କହିଛନ୍ତି, ‘ଦେଶରେ ଅରାଜକତା ସୃଷ୍ଟି ଲାଗି ତେହରାନ୍‌ର ଶତ୍ରୁମାନେ ଏପରି କରିଛନ୍ତି ।’ ଛାତ୍ରୀ ଓ ଅଭିଭାବକଙ୍କ ମନରେ ଆତଙ୍କ ଭରିଦେବା ହେଉଛି ସେମାନଙ୍କ ଉଦ୍ଦେଶ୍ୟ । ଅନ୍ୟପକ୍ଷେ ଜେନେଭାସ୍ଥିତ ଜାତିସଂଘ ମାନବ ଅଧିକାର ଅଫିସରେ ଏହାର ତଦନ୍ତ ଦାବି ଉଠିଛି । ଜାତିସଂଘର ମାନବାଧିକାରି ରବିନା ଶମ୍‌ଦାସନୀ କହିଛନ୍ତି, ଛାତ୍ରୀମାନଙ୍କୁ ଟାର୍ଗେଟ କରି ବିଷ ଦିଆଯିବା ଚିନ୍ତାର ବିଷୟ । ଏହି ଆକ୍ରମଣର ନିରପେକ୍ଷ ତଦନ୍ତ କରାଯାଉ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.