ETV Bharat / international

ସିଙ୍ଗାପୁରର ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଭବ ଥର୍ମନ ଶନମୁଗରତ୍ନମ

author img

By ETV Bharat Odisha Team

Published : Sep 2, 2023, 7:50 AM IST

Tharman Shanmugaratnam
Tharman Shanmugaratnam

ଭାରତୀୟ ବଂଶୋଭବ ଥର୍ମନ ଶନମୁଗରତ୍ନମ ହେଲେ ସିଙ୍ଗାପୁରର ନବମ ରାଷ୍ଟ୍ରପତି । ଅଧିକ ପଢନ୍ତୁ

ସିଙ୍ଗାପୁର: ସିଙ୍ଗାପୁରର ନବମ ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଭବ ଥର୍ମନ ଶନମୁଗରତ୍ନମ । ବିଶିଷ୍ଟ ଅର୍ଥନୀତିଜ୍ଞ ଥର୍ମନ ଶନମୁଗରତ୍ନମ ସିଙ୍ଗାପୁରର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇ ଆସନ୍ତା 6 ବର୍ଷ ପାଇଁ ରାଷ୍ଟ୍ରପତି ଦାୟିତ୍ବ ତୁଲାଇବେ । ସିଙ୍ଗାପୁରର ରାଷ୍ଟ୍ରପତି ପଦରେ ବିଜୟୀ ହେବାରେ ଥର୍ମନ ଶନମୁଗରତ୍ନମ ତୃତୀୟ ଭାରତୀୟ । ଶୁକ୍ରବାର ଏଠାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 27 ଲକ୍ଷରୁ ଊର୍ଦ୍ଧ୍ବ ଭୋଟର ନିଜର ମତ ସାବ୍ୟସ୍ତ କରିଥିଲେ । ରାତି 8ଟା ପରେ ମତଦାନ ଶେଷ ହେବା ପରେ ଭୋଟ ଗଣତି ହୋଇଥିଲା । ଏହାପରେ 70 ପ୍ରତିଶତରୁ ଅଧିକ ଭୋଟରେ ଶନମୁଗରତ୍ନମ ବିଜୟୀ ହୋଇଥିବା ସିଙ୍ଗାପୁର ନିର୍ବାଚନ ଆୟୋଗକଙ୍କ ପକ୍ଷରୁ ଘୋଷଣା ହୋଇଥିଲା ।

ରାଷ୍ଟ୍ରପତି ନିର୍ବାଚନ ଦୌଡରେ 3 ଜଣ ପ୍ରାର୍ଥୀ ରହିଥିଲେ । ଥର୍ମନ ଶନମୁଗରତ୍ନମଙ୍କ ବ୍ୟତିତ ଅନ୍ୟ ଦୁଇ ଜଣ ହେଉଛନ୍ତି ଏନଜି କୋକ ସଙ୍ଗ ଓ ଟ୍ୟାନ କିନ ଲିୟାମ । ଏନଜି କୋକ ସଙ୍ଗ ଏକ ସରକାରୀ କମ୍ପାନୀର ପୂର୍ବତନ ପୁଞ୍ଜିନିବେଶକାରୀଙ୍କ ମୁଖ୍ୟ ଥିଲେ ଓ ଟ୍ୟାନ କିନ ଲିୟାମ ସରକାରୀ ବିମା କମ୍ପାନୀର ମୁଖ୍ୟ ଥିଲେ । ଏହି ଦୁଇ ପ୍ରତିଦ୍ବନ୍ଦି ପ୍ରାର୍ଥୀଙ୍କୁ ପଛରେ ପକାଇ ସିଙ୍ଗାପୁରର ନବମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଥର୍ମନ ଶନମୁଗରତ୍ନମ। ସେ ପିପପଲ୍ସ ଆକ୍ସନ ପାର୍ଟିରୁ ନିର୍ବାଚନ ଲଢିଥିଲେ ।

ଏହା ମଧ୍ୟ ପଢନ୍ତୁ-ବୈଭବ ତନେଜା ଟେସଲାର ନୂଆ ସିଏଫଓ

2002ରେ ରାଜନୀତିରେ ପ୍ରବେଶ କରିଥଲେ ଥର୍ମନ ଶନମୁଗରତ୍ନମ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ପିପୁଲ୍ସ ଆକ୍ସନ ପାର୍ଟି ସହ ସରକାରୀ କ୍ଷେତ୍ରରେ ଓ ମନ୍ତ୍ରୀ ପଦରେ କାର୍ଯ୍ୟ କରିଛନ୍ତି । ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ ମଧ୍ୟ ରହିଛନ୍ତି ଥର୍ମନ ଶନମୁଗରତ୍ନମ । ଶିକ୍ଷା ଓ ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଆସନ୍ତା ସେପ୍ଟେମ୍ବର 13 ତାରିଖରେ ସିଙ୍ଗାପୁରର ବିଦାୟୀ ରାଷ୍ଟ୍ରପତି ହଲିମା ୟାକୋବଙ୍କ କାର୍ଯ୍ୟକାଳ ଶେଷ ହେବ । ସେ ଦେଶର ଅଷ୍ଟମ ଏବଂ ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ ।

ବର୍ଷ ବର୍ଷ ଧରି ଥର୍ମନ ଶନମୁଗରତ୍ନମଙ୍କ ପରିବାର ସିଙ୍ଗାପୁରରେ ରହିଆସୁଛନ୍ତି । ସେ 1957 ଫେବୃଆରୀ 25ରେ ସିଙ୍ଗାପୁରରେ ଜନ୍ମ ଗ୍ରହଣ କରିଥିଲେ । ଶନମୁଗରତ୍ନମଙ୍କ ପିତା ହେଉଛନ୍ତି ଏମିରିଟସ୍ ପ୍ରଫେସର କେ ଶନମୁଗରତ୍ନମ । ସିଙ୍ଗାପୁରରେ ତାଙ୍କୁ ଫାଦର ଅଫ ପାଥୋଲୋଜି ବୋଲି କୁହାଯାଏ । ସେ ସିଙ୍ଗାପୁରରେ କର୍କଟ ରେଜିଷ୍ଟ୍ରି ପ୍ରତିଷ୍ଠା କରିଥିଲେ ଏବଂ କର୍କଟ ଅନୁସନ୍ଧାନ ଏବଂ ପାଥୋଲୋଜି ସହ ଜଡିତ ଅନେକ ଆନ୍ତର୍ଜାତୀୟ ସଂଗଠନର ନେତୃତ୍ୱ ମଧ୍ୟ ନେଇଥିଲେ।

2011 ରୁ 2019 ମଧ୍ୟରେ ସିଙ୍ଗାପୁରର ଉପ-ପ୍ରଧାନମନ୍ତ୍ରୀ ଥର୍ମନ ଶନମୁଗରତ୍ନମ । ଏହାପରେ 2019 ରୁ 2023 ପର୍ଯ୍ୟନ୍ତ ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଜୁଲାଇ 2023 ରେ ସିଙ୍ଗାପୁରର ଶାସକ ପିପୁଲ୍ସ ଆକ୍ସନ୍ ପାର୍ଟି (PAP) ତରଫରୁ ତାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.