ETV Bharat / international

ବୈଭବ ତନେଜା ଟେସଲାର ନୂଆ ସିଏଫଓ

author img

By

Published : Aug 8, 2023, 8:09 AM IST

ଏଲନ ମସ୍କଙ୍କ ଇଲେକ୍ଟ୍ରିକ କାର୍ ନିର୍ମାଣ ସଂସ୍ଥା ଟେସଲାର ସିଏଫଓ ହେଲେ ଭାରତୀୟ ବଂଶୋଦ୍ଭବ ବୈଭବ ତନେଜା । ଅଧିକ ପଢନ୍ତୁ

ବୈଭବ ତନେଜା ଟେସଲାର ନୂଆ ସିଏଫଓ
ବୈଭବ ତନେଜା ଟେସଲାର ନୂଆ ସିଏଫଓ

ନ୍ୟୁୟର୍କ: ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ବଡ ଦାୟିତ୍ବ । ଆମେରିକୀୟ କମ୍ପାନୀ ଟେସଲାର ସିଏଫଓ ହେଲେ ବୈଭବ ତନେଜା । ବିଶ୍ବର ନମ୍ବର-୧ ଧନୀ ଏଲନ ମସ୍କଙ୍କ ଇଲେକ୍ଟ୍ରିକ କାର୍ ନିର୍ମାଣ ସଂସ୍ଥା ଟେସଲାର ମୁଖ୍ୟ ଆର୍ଥିକ ଅଧିକାରୀ(CFO) ଭାବେ ଭାରତୀୟ ବଂଶୋଦ୍ଭବ ବୈଭବ ତନେଜାଙ୍କୁ ନିଯୁକ୍ତି ମିଳିଛି । ଜାଚେରୀ କିର୍କହୋର୍ଣ୍ଣ ସିଏଫଓ ପଦ ଛାଡିବା ପରେ ତନେଜାଙ୍କୁ ଏଥିରେ ନିଯୁକ୍ତ କରାଯାଇଛି । ୪୫ ବର୍ଷୀୟ ବୈଭବ ତନେଜା ସିଏଫଓ ସହିତ ମୁଖ୍ୟ ଆକାଉଣ୍ଟିଂ ଅଫିସର(CAO) ଦାୟିତ୍ବ ମଧ୍ୟ ସମ୍ଭାଳିବେ ।

ପୂର୍ବ ସିଏଫ୍‌ଓ ଜାଚେରୀ କିର୍କହୋର୍ଣ୍ଣ ୪ ବର୍ଷ ଧରି ଏହି ପଦରେ ରହିଥିଲେ ଏବଂ ୧୩ ବର୍ଷ ଧରି ଟେସଲା ସହ କାର୍ଯ୍ୟ କରିଥିଲେ । ନିକଟରେ କିର୍କହୋର୍ଣ୍ଣ ନିଜର ଇସ୍ତଫା ଘୋଷଣା କରିଛନ୍ତି । ଏନେଇ ସେ କହିଛନ୍ତି, "ଟେସଲାର ଅଂଶ ହେବା ଏକ ସ୍ବତନ୍ତ୍ର ଅନୁଭୂତି । ୧୩ ବର୍ଷ ପୂର୍ବେ କମ୍ପାନିରେ ଯୋଗ ଦେବା ପରଠୁ ଆମେ ମିଳିତ ଭାବେ ଯେଉଁ କାର୍ଯ୍ୟ କରିଛେ ସେଥିପାଇଁ ମୁଁ ଖୁବ୍ ଗର୍ବିତ । ଟେସଲାର ସମସ୍ତ ଦକ୍ଷ, ଉତ୍ସୁକ, ପରିଶ୍ରମୀ କର୍ମଚାରୀଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ଯେଉଁମାନେ ଏଭଳି କାର୍ଯ୍ୟକୁ ସମ୍ଭବ କରିଛନ୍ତି ଯାହା ଅନ୍ୟମାନେ ଚିନ୍ତା କରିନଥିବେ ।" ସେପଟେ ଟେସ୍‌ଲା ପକ୍ଷରୁ ମଧ୍ୟ କମ୍ପାନୀ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ କିର୍କହୋର୍ଣ୍ଣଙ୍କୁ କୃତଜ୍ଞତା ଜଣାଯାଇଛି । ତେବେ ଦାୟିତ୍ବ ହସ୍ତାନ୍ତରେ ପରେ କିର୍କହୋର୍ଣ୍ଣ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ଟେସଲାରେ କାର୍ଯ୍ୟ କରିବେ ।

ଏହାମଧ୍ୟ ପଢନ୍ତୁ: ଟୋୟୋଟାକୁ ପଛରେ ପକାଇଲା ଟେସଲା, ଏହି ମଡେଲ କଲା ରେକର୍ଡ

୨୦୧୬ରେ ଟେସଲା ସୋଲାର ସିଟିକୁ ଅଧିଗ୍ରହଣ କରିବା ପରେ ବୈଭବ ତନେଜା କମ୍ପାନୀରେ ଯୋଗ ଦେଇଥିଲେ । ୨୦୧୮ ମେ'ରେ ତନେଜା ଟେସଲାର କର୍ପୋରେଟ କଣ୍ଟ୍ରୋଲର ଏବଂ ଏହାପୂର୍ବରୁ ୨୦୧୭ରୁ ୨୦୧୮ ପର୍ଯ୍ୟନ୍ତ ଆସିଷ୍ଟାଣ୍ଟ କର୍ପୋରେଟ କଣ୍ଟ୍ରୋଲର ଭାବେ କାର୍ଯ୍ୟ କରୁଥିଲେ । ଏହା ପୂର୍ବରୁ ୧୯୯୯ରୁ ୨୦୧୬ ଯାଏଁ ସେ ଉଭୟ ଭାରତ ଓ ଆମେରିକାର ପ୍ରାଇସୱାଟରହାଉସ କପର୍ସରେ କାର୍ଯ୍ୟ କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏଲନ ମସ୍କଙ୍କ ଟେସଲା ଭାରତରେ ଇଲେକ୍ଟ୍ରିକ୍‌ କାର୍ କାରଖାନା ସ୍ଥାପନ କରିବେ । ଏଥିପାଇଁ କମ୍ପାନି ପୁଣେର ପଞ୍ଚସିଲ ବିଜେନେସ ପାର୍କରେ ଏକ ଅଫିସ ଲିଜ୍ ନେଇଛି । ଭାରତରେ ବ୍ୟବସାୟ ଆରମ୍ଭ କରିବାକୁ କମ୍ପାନୀ ଭାରତ ସରକାରଙ୍କ ସହ କଥାବର୍ତ୍ତା କରୁଛି । ଏଠାରେ ବର୍ଷକୁ ୫ ଲକ୍ଷ ଇଲେକ୍ଟ୍ରିକ କାର୍ ନିର୍ମାଣ କରିବାକୁ ଯୋଜନା ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.