ETV Bharat / international

ଆସନ୍ତାବର୍ଷରୁ ନ୍ୟୁୟର୍କରେ ମିଳିବ ଦୀପାବଳି ଛୁଟି, ବନ୍ଦ ରହିବ ସ୍କୁଲ

author img

By

Published : Oct 21, 2022, 12:54 PM IST

ଆସନ୍ତାବର୍ଷରୁ ନ୍ୟୁୟର୍କରେ ମିଳିବ ଦୀପାବଳି ଛୁଟି, ବନ୍ଦ ରହିବ ସ୍କୁଲ
ଆସନ୍ତାବର୍ଷରୁ ନ୍ୟୁୟର୍କରେ ମିଳିବ ଦୀପାବଳି ଛୁଟି, ବନ୍ଦ ରହିବ ସ୍କୁଲ

ଆସନ୍ତା ବର୍ଷ ଠାରୁ ଦୀପାବଳି ଦିନ ନ୍ୟୁୟର୍କ ସହରରେ ସ୍କୁଲ ଛୁଟି ରହିବ । ଘୋଷଣା କଲେ ନ୍ୟୁୟର୍କ ମେୟର । ଅଧିକ ପଢନ୍ତୁ

ୱାଶିଂଟନ: ପରମ୍ପରା ଓ ସଂସ୍କୃତି ସମୃଦ୍ଧ ଭାରତର ଏକ ବିଶେଷ ପର୍ବ ଦୀପାବଳି । ଦେଶବ୍ୟାପୀ ଏହି ଦିନକୁ ସାଧାରଣ ଛୁଟି ଭାବେ ଘୋଷଣା କରାଯାଇଛି । ଆଲୋକର ଏହି ପର୍ବରେ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ବନ୍ଦ ରୁହେ । ତେବେ ଏଣିକି ସୂଦୁର ଆମେରିକାର ନ୍ୟୁୟର୍କ ସହରରେ ମଧ୍ୟ ଦୀପାବଳିକୁ ସାଧାରଣ ସ୍କୁଲ ଛୁଟି ଭାବେ ଗଣାଯିବ । ଆସନ୍ତା ବର୍ଷ ଠାରୁ ଏହି ଦିନରେ ନ୍ୟୁୟର୍କର ସମସ୍ତ ସ୍କୁଲ ଛୁଟି ରହିବ । ଏନେଇ ଗୁରୁବାର ସ୍ଥାନୀୟ ମେୟର ଏରିକ ଆଡମ୍ସ(Mayor Eric Adams) ଓ ନ୍ୟୁୟର୍କ ଷ୍ଟେଟ ପ୍ରତିନିଧି ଜେନଫର ରାଜକୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ଆସନ୍ତା ୨୪ ତାରିଖରେ ଦୀପାବଳୀ ଥିବାବେଳେ ଏହାପୂର୍ବରୁ ନ୍ୟୁୟର୍କ ମେୟର ବଡ ଘୋଷଣା କରିଛନ୍ତି । ଏହି ଅବସରରେ ଏରିକ କହିଛନ୍ତି, ''ଦୀପାବଳୀ ସମ୍ପର୍କରେ ପିଲାଙ୍କୁ ଜାଣିବା ପାଇଁ ଉତ୍ସାହିତ କରିବାକୁ ଆମେ ଏପରି ନିଷ୍ପତ୍ତି ନେଇଛୁ । କାହିଁକି ଏହି ଆଲୋକର ପର୍ବ ପାଳନ କରାଯାଏ ଏବଂ ନିଜ ଭିତରେ କିପରି ଏହି ଆଲୋକ ଆଣି ପାରିବା ତାହା ପିଲାମାନଙ୍କୁ ଜଣାଇବାକୁ ଚାହୁଁଛୁ ।

ସାରା ବିଶ୍ବରେ ଏକ ବିଲିୟନରୁ ଅଧିକ ଲୋକ ଦୀପାବଳୀ ପାଳନ କରନ୍ତି । ଏହା ଆଲୋକର ପର୍ବ । ଅନ୍ଧକାର ଉପରେ ଆଲୋକ ଏବଂ ଖରାପ ଉପରେ ଭଲର ବିଜୟର ପ୍ରତୀକ । ନ୍ୟୁୟର୍କରେ ଦୀପାବଳୀ ପାଳୁଥିବା ୨ ଲକ୍ଷରୁ ଅଧିକ ହିନ୍ଦୁ, ବୌଦ୍ଧ, ଶିଖ୍ ଓ ଜୈନଙ୍କ ଚିହ୍ନିବାର ସମୟ ଆସିଥିବା ଜେନିଫର ରାଜକୁମାର କହିଛନ୍ତି । ତେଣୁ ଏହି ଦିନ ନ୍ୟୁୟର୍କରେ ସ୍କୁଲ ଛୁଟି ରଖିବାକୁ ସ୍ଥାନୀୟ ପ୍ରଶାସନ ଏକ ଆଇନ ଆଣିଛନ୍ତି । ବର୍ତ୍ତମାନ ନ୍ୟୁୟର୍କରେ ୧୮୦ଟି ସ୍କୁଲ ଛୁଟି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.