ETV Bharat / international

US Presidential Elections: ପୁଣି ଥରେ ନିର୍ବାଚନ ଲଢିବେ ବାଇଡେନ-କମଲା ହାରିସ୍

author img

By

Published : Apr 26, 2023, 9:54 AM IST

US Presidential Elections
US Presidential Elections

୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ ବାଇଡେନ ଓ କମଲା ହାରିସ୍ । ଆନୁଷ୍ଠାନିକ ଭାବେ କଲେ ଘୋଷଣା । ଅଧିକ ପଢନ୍ତୁ

ୱାଶିଂଟନ: ପୁଣିଥରେ ନିର୍ବାଚନ ଲଢିବେ ବାଇଡେନ । ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ପୁନର୍ବାର ପ୍ରତିଦ୍ବନ୍ଦିତା କରିବେ । ଏନେଇ ସେ ଗତକାଲି(ମଙ୍ଗଳବାର) ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ସେହିପରି ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ମଧ୍ୟ ଦ୍ବିତୀୟ ଥର ଉପରାଷ୍ଟ୍ରପତି ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିବେ । ୮୦ ବର୍ଷୀୟ ଡେମୋକ୍ରାଟିକ ପାର୍ଟି ନେତା ବାଇଡେନ ହ୍ବାଇଟ୍ ହାଉସ୍ ବାହାରେ ହିଂସା ପ୍ରଦର୍ଶନର ଏକ ଭିଡିଓ ଟ୍ବିଟ୍ କରି ନିଜ ନିର୍ବାଚନ ଲଢିବା ସମ୍ପର୍କରେ ଘୋଷଣା କରିଛନ୍ତି ।

  • Every generation has a moment where they have had to stand up for democracy. To stand up for their fundamental freedoms. I believe this is ours.

    That’s why I’m running for reelection as President of the United States. Join us. Let’s finish the job. https://t.co/V9Mzpw8Sqy pic.twitter.com/Y4NXR6B8ly

    — Joe Biden (@JoeBiden) April 25, 2023 " class="align-text-top noRightClick twitterSection" data=" ">

ବାଇଡେନ ଟ୍ବିଟ୍ କରିଛନ୍ତି, ''ପ୍ରତ୍ୟେକ ପିଢି ପାଖରେ ଏପରି ସମୟ ଆସେ ଯେତେବେଳେ ତାଙ୍କୁ ଗଣତନ୍ତ୍ରର ସୁରକ୍ଷା ପାଇଁ ଛିଡା ହେବାକୁ ପଡିଥାଏ । ଏହା ସେମାନଙ୍କର ମୌଳିକ ସ୍ବତନ୍ତ୍ରତା ପାଇଁ ହୋଇଥାଏ । ମୋର ବିଶ୍ବାସ ଏହା ଆମର ସମୟ । ତେଣୁ କରି ଆମେରିକାର ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚନ ଲଢିବାକୁ ମୁଁ ଆଶାୟୀ ହେଉଛି । ଏଥିରେ ଆମ ସହ ଯୋଡି ହୁଅନ୍ତୁ ।'' କହିରଖୁଛୁ କି, ବାଇଡେନ ଗତ ନଭେମ୍ବରରେ ୮୦ ବର୍ଷରେ ପଦାର୍ପଣ କରିଛନ୍ତି । ଯଦି ସେ ୨୦୨୪ ନିର୍ବାଚନ ଜିତନ୍ତି ତାହାହେଲେ ଆମେରିକା ଇତିହାସରେ ସେ ସବୁଠୁ ବୟସ୍କ ରାଷ୍ଟ୍ରପତି ହେବେ ।

ଉପରାଷ୍ଟ୍ରପତି କମଲା ହାରିସ୍ ମଧ୍ୟ ପୁନର୍ବାର ନିର୍ବାଚନ ଲଢିବା ସମ୍ପର୍କରେ ଘୋଷଣା କରି ଏକ ବିବୃତ୍ତି ଜାରି କରିଛନ୍ତି । ଏଥିରେ ସେ ୨୦୨୪ ନିର୍ବାଚନକୁ ଇତିହାସର ଏକ ନିର୍ଣ୍ଣାୟକ କ୍ଷଣ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଦୁଇ ବର୍ଷ ଧରି ଆମେ ଏପରି ଏକ ରାଷ୍ଟ୍ର ନିର୍ମାଣ ପାଇଁ ପୁଞ୍ଜି ବିନିଯୋଗ କରିଛୁ ଯେଉଁଥିରେ ସମସ୍ତେ ସୁସ୍ଥ, ସୁରକ୍ଷିତ ରହିପାରିବେ ଏବଂ ଭଲ ଚାକିରି ପାଇପାରିବେ ଓ ସମ୍ମାନର ସହ ସେବା ନିବୃତ୍ତ ହୋଇପାରିବେ ।

ଏହାମଧ୍ୟ ପଢନ୍ତୁ: Quad Summit: ମଇ 24ରେ କ୍ବାଡ ସମ୍ମିଳନୀ, ପ୍ରଥମ ଥର ଆୟୋଜକ ହେବ ଅଷ୍ଟ୍ରେଲିଆ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ୨୦୨୪ ନିର୍ବାଚନ ଲଢିବାକୁ ଘୋଷଣା କରିସାରିଛନ୍ତି । ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ସେ ରିପବ୍ଲିକାନ ପାର୍ଟିରୁ ପ୍ରାର୍ଥୀ ହେବାକୁ ଯାଉଥିବା କହିଛନ୍ତି । ଏହାକୁ ମିଶାଇ ଟ୍ରମ୍ପ ତୃତୀୟ ଥର ନିର୍ବାଚନ ଲଢିବାକୁ ଯାଉଛନ୍ତି । ତେଣୁ ଏଥର ମଧ୍ୟ ବାଇଡେନ ଓ ଟ୍ରମ୍ପ ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା କରାଯାଉଛି । ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାଜିତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.