ETV Bharat / international

କାନାଡାରେ ଶିଖ୍ ଯୁବତୀଙ୍କୁ ଗୁଳି କରି ହତ୍ୟା

author img

By

Published : Dec 6, 2022, 12:59 PM IST

କାନାଡାର ଓଣ୍ଟେରିଓ ସହରରେ ପଞ୍ଜାବର ଶିଖ ସମ୍ପ୍ରଦାୟର ଯୁବତୀଙ୍କୁ ଗୁଳି କରି ହତ୍ୟା । ଅଧିକ ପଢନ୍ତୁ

କାନାଡାରେ ପଞ୍ଜାବର ଶିଖ ଯୁବତୀଙ୍କୁ ଗୁଳି କରି ହତ୍ୟା
କାନାଡାରେ ପଞ୍ଜାବର ଶିଖ ଯୁବତୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ: କାନାଡାରେ ୨୧ ବର୍ଷୀୟା ଶିଖ ଯୁବତୀଙ୍କୁ ହତ୍ୟା ( 21 year old sikh woman shot dead in Ontario canada)। କାନାଡାର ଓଣ୍ଟେରିଓ ସହରରେ ପଞ୍ଜାବର ଶିଖ ସମ୍ପ୍ରଦାୟର ଯୁବତୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତ ଯୁବତୀ ହେଉଛନ୍ତି ପୱନପ୍ରୀତ କୌର । ଶନିବାର ରାତିରେ ଜଣେ ଜଣେ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛି । ରବିବାର ପିଲ୍ସ ଆଞ୍ଚଳିକ ପୋଲିସ ଦ୍ବାରା ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ମୃତ ଯୁବତୀ ଜଣଙ୍କ ବ୍ରମ୍ପଟନର ବାସିନ୍ଦା ହୋଇଥିବା ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-BR Ambedkar Death Anniversary: ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

କାନାଡାର ଏକ ଖବରକାଗଜ ଅନୁଯାୟୀ, ପୱନପ୍ରୀତ କୌରଙ୍କୁ କାନାଡାର ଏକ ଗ୍ୟାସ ଷ୍ଟେସନ ବାହାରେ ଗୁଳି କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ଯୁବତୀ ଜଣଙ୍କ ଆହତ ହୋଇଥିଲେ । ଏନେଇ ଖବର ପାଇ ରାତି ପ୍ରାୟ ୧୦ଟା ୩୯ରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଯୁବତୀଙ୍କ ଜୀବନ ବଞ୍ଚାଇବାକୁ ପୋଲିସ ଉଦ୍ୟମ କରିଥିଲେ ମଧ୍ୟ ଆହତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ହତ୍ୟାକାରୀକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ । ତେବେ କିଏ ଓ କାହିଁକି ଯୁବତୀଙ୍କୁ ହତ୍ୟା କଲା ତାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତନାଘନା କରୁଛି । ହତ୍ୟାକାରୀ ଦୁର୍ବୃତ୍ତ ଜଣଙ୍କ କଳା ପୋଷାକ ପରିଧାନ କରିବା ସହ ହାତରେ ଗ୍ଲୋବ୍ସ ପିନ୍ଧି ଯୁବତୀଙ୍କୁ ଗୁଳି କରି ଚାଲିଯାଇଥିଲା । ତେବେ ଯୁବତୀଙ୍କୁ ଟାର୍ଗେଟ କରି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.