ETV Bharat / bharat

BR Ambedkar Death Anniversary: ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

author img

By

Published : Dec 6, 2022, 10:39 AM IST

ଆଜି ଭାରତୀୟ ସମ୍ବିଧାନର ପ୍ରେଣେତା ଡ. ବିଆର ଆମ୍ବେଦକରଙ୍କ ୬୬ତମ ଶ୍ରାଦ୍ଧବାର୍ଷିକ । ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

BR Ambedkar Death Anniversary
BR Ambedkar Death Anniversary

ନୂଆଦିଲ୍ଲୀ: ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଦେଶର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକର । 1891 ମସିହା ଏପ୍ରିଲ ୧୪ରେ ମଧ୍ୟପ୍ରଦେଶର ମହାର ପରିବାରରେ ଜନ୍ମଗ୍ରହଣ କରିଥିଲେ ଆଧୁନିକ ଭାରତର ମୁଖ୍ୟ ବିନ୍ଧାଣୀ ଡ. ବିଆର ଆମ୍ବେଦକର । ଆଜି ତାଙ୍କ ୬୬ତମ ଶ୍ରାଦ୍ଧବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ(BR Ambedkar Death Anniversary) । ଏହି ଅବସରରେ ସଂସଦ ଭବନ ପରିସରରେ ଡ. ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ମନ୍ତ୍ରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି କଂଗ୍ରେସର ସାଂସଦ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ସୋନିଆ ଗାନ୍ଧୀ ସଂସଦ ଭବନ ପରିସରରେ ଭାରତୀୟ ସମ୍ବିଧାନର ପ୍ରେଣେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

  • Delhi | President Droupadi Murmu, Prime Minister Narendra Modi and other ministers and dignitaries pay tribute to Dr BR Ambedkar at the Parliament, on his death anniversary today. pic.twitter.com/gZAryQZhg9

    — ANI (@ANI) December 6, 2022 " class="align-text-top noRightClick twitterSection" data=" ">

ଅଛୁଆଁ କୁହାଯାଉଥିବା ମହାର ପରିବାରରେ ଜନ୍ମ ଗ୍ରହଣ କରିଥିବା ଆମ୍ବେଦକର ଛୁଆଁଅଛୁଆଁ, ଜାତିଭେଦ, ଗରିବ, ଦଳିତ ଓ ଶୋଷିତଙ୍କ ଅଧିକାର ସଂର୍ଘଷ କରିଥିଲେ । ଆଉ ରଚିଥିଲେ ଭାରତୀୟ ସମ୍ବିଧାନ । ବାବା ସାହେବଙ୍କ ନାମରେ ପ୍ରସିଦ୍ଧ ଆମ୍ବେଦକର ଜୀବନ ଥିଲା ବହୁ ସଂଘର୍ଷପୂର୍ଣ୍ଣ । ଅଛୁଆ ବର୍ଗରେ ଜନ୍ମ ହେଉଥିବାରୁ ସ୍କୁଲରେ ତାଙ୍କୁ ଅଲଗା ବସିବାକୁ ପଡିଥିଲା । ଏପରିକି ପାଣି ମଧ୍ୟ ଆଞ୍ଜୁଳାରେ ପିଇବାକୁ ପଡିଥିଲା । ହେଲେ ତାଙ୍କ ନିକଟରେ ଧୈର୍ଯ୍ୟର ସୀମା ଥିଲା ଅଶେଷ । ସବୁ ଅପମାନକୁ ସହ୍ୟ କରି ସେ ପଢିଥିଲେ ଏବଂ ଉତ୍ତୋରତର ଉନ୍ନତି ମଧ୍ୟ କରିଥିଲେ । ଅଛୁଆଁ ଜାତିର ପ୍ରଥମ ଛାତ୍ର ଭାବେ ସେ ବମ୍ବେର ପ୍ରସିଦ୍ଧ ଏଲଫିନଷ୍ଟୋନ କଲେଜ ବମ୍ବେ ବିଶ୍ବବିଦ୍ୟାଳୟରେ ପଢିଥିଲେ । ପରେ କଲମ୍ବିଆ ବିଶ୍ବବିଦ୍ୟାଳୟ ଓ ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର, ଆଇନଶାସ୍ତ୍ରରେ ତାଙ୍କର ଗଭୀର ଜ୍ଞାନ ଥିଲା । ଏପରିକି ସେ ରିଜର୍ଭ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲେ।

ଏହା ମଧ୍ୟ ପଢନ୍ତୁ-ନୌସେନାର ନୂଆ ଧ୍ବଜାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଦଳିତ ଅତ୍ୟାଚାର ବିରୋଦ୍ଧରେ ସ୍ବର ଉତ୍ତୋଳନ ପାଇଁ ସେ ବହିଷ୍କୃତ ଭାରତ, ମୁକ ନାୟକ, ଜନତା ନାମରେ ପାକ୍ଷିକ ତଥା ସାପ୍ତାହିକ ପତ୍ର ବାହାର କରିବା ଆରମ୍ଭ କରିଦେଲେ । 1927 ରେ ଛୁଆଁଅଛୁଆଁକୁ ନେଇ ଜାତିବାଦ ଆନ୍ଦୋଳନ ବଢାଇଥିଲେ । 1936ରେ ଗଠନ କରିଥିଲେ ଲେବର ପାର୍ଟି । ଶେଷରେ 1956 ମସିହା ଆଜିର ଦିନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଭୀମରାଓ ରାମଜୀ ଆମ୍ବେଦକର । ମୃତ୍ୟୁ ପରେ ଭାରତର ସର୍ବୋଚ୍ଚ ସମ୍ମାନ ମରଣୋତ୍ତୋର ଭାରତ ରତ୍ନରେ ତାଙ୍କୁ ସମ୍ମାନିତ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.