ETV Bharat / international

ଓବାମା କୋଭିଡ ପଜିଟିଭ, ଆରୋଗ୍ୟ କାମନା କଲୋ ମୋଦି

author img

By

Published : Mar 14, 2022, 10:03 AM IST

Barack Obama COVID Positive
Barack Obama COVID Positive

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କୋଭିଡ ପଜିଟିଭ । ଗତ ଦୁଇ ଦିନ ଧରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିଲା। ଜ୍ବର ହେବା ସହ ଗଳା ଖରାପ ହୋଇଯାଇଥିଲା । ଅଧିକ ପଢ଼ନ୍ତୁ

ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କୋଭିଡ ପଜିଟିଭ । ଗତ ଦୁଇ ଦିନ ଧରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିଲା। ଜ୍ବର ହେବାସହ ଗଳା ଖରାପ ଯୋଗୁଁ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ବାରାକ ଓବାମା । ଶନିବାର ଦିନ ରକ୍ତ ପରୀକ୍ଷା କରିବା ପରେ ସେ କୋଭିଡ୍-19 ପଜିଟିଭ ଥିବା ଜାଣିବାକୁ ପାଇଥିଲେ ।

ଟ୍ବିଟ କରି ଅସୁସ୍ଥତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଓବାମା । ସେ ଆହୁରି ସୂଚନା ଦେଇଛନ୍ତି ଯେ ତାଙ୍କ ପତ୍ନୀ ମିସେଲ ଓବାମା କିନ୍ତୁ ସୁସ୍ଥ ଅଛନ୍ତି । ସେ ମଧ୍ୟ ପରୀକ୍ଷା କରାଇଥିଲେ । ହେଲେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ଏହାସହ ଓବାମା ଆହୁରି ମଧ୍ୟ କହିଛନ୍ତି ଦୁହେଁ ଡବଲ ଡୋଜ ଟିକା ନେଇଥିବାରୁ ସାମାନ୍ୟ ଚିକିତ୍ସାରୁ ଶୀଘ୍ର ସୁସ୍ଥ ହୋଇପାରିଛୁ ।

  • I just tested positive for COVID. I’ve had a scratchy throat for a couple days, but am feeling fine otherwise. Michelle and I are grateful to be vaccinated and boosted, and she has tested negative.

    It’s a reminder to get vaccinated if you haven’t already, even as cases go down.

    — Barack Obama (@BarackObama) March 13, 2022 " class="align-text-top noRightClick twitterSection" data=" ">

ସେପଟେ ବାରାକ ଓବାମା କୋଭିଡ୍-19ରୁ ଶୀଘ୍ର ସୁସ୍ଥ ହେଇଯାଆନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ ଯୋଗେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.