ETV Bharat / international

‘୨୪ ଘଣ୍ଟାରେ ଆଫଗାନିସ୍ତାନରୁ ୭,୫୦୦ଜଣଙ୍କୁ ଉଦ୍ଧାର କରିଛି ଆମେରିକା ସେନା’

author img

By

Published : Aug 27, 2021, 1:38 PM IST

୨୪ଘଣ୍ଟାରେ ୭,୫୦୦ଜଣଙ୍କୁ ଉଦ୍ଧାର କରିଛି ଆମେରିକା ସେନା
୨୪ଘଣ୍ଟାରେ ୭,୫୦୦ଜଣଙ୍କୁ ଉଦ୍ଧାର କରିଛି ଆମେରିକା ସେନା

ଆଫଗାନିସ୍ତାନରେ ଜାରି ରହିଛି ତାଲିବାନ ତାଣ୍ଡବ । ପ୍ରତି ମୂହୁର୍ତ୍ତରେ ଜୀବନ ବଞ୍ଚାଇବାକୁ ଚାଲିଛି ସଂଗ୍ରାମ । ଗତ ୨୪ ଘଣ୍ଟା ଭିତରେ ଆଫଗାନିସ୍ତାନରୁ ଆମେରିକା ୭,୫୦୦ ଲୋକଙ୍କୁ ଉଦ୍ଧାର କରିଥିବା କହିଛି ହ୍ବାଇଟ ହାଉସ । ଅଧିକ ପଢନ୍ତୁ...

ୱାଶିଂଟନ: ଆଫଗାନିସ୍ତାନରେ ଜାରି ରହିଛି ତାଲିବାନ ତାଣ୍ଡବ । ପ୍ରତି ମୂହୁର୍ତ୍ତରେ ଜୀବନ ବଞ୍ଚାଇବାକୁ ଚାଲିଛି ସଂଗ୍ରାମ । ଅନେକ ଦେଶର ସେନା ସେମାନଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି । ଗତ ୨୪ ଘଣ୍ଟା ଭିତରେ ଆଫଗାନିସ୍ତାନରୁ ଆମେରିକା ୭,୫୦୦ ଲୋକଙ୍କୁ ଉଦ୍ଧାର କରିଥିବା କହିଛି ହ୍ବାଇଟ ହାଉସ ।

ଆଫଗାନିସ୍ତାନ ସଙ୍କଟ ଭିତରେ କାବୁଲରେ ଗତକାଲି(ଗୁରୁବାର) ଭୟଙ୍କର ବିସ୍ଫୋରଣ ହୋଇଛି । ବିମାନବନ୍ଦରରେ ସିରିଜ ବିସ୍ଫୋରଣ ଘଟିଛି । ଏଥିରେ ପାଖାପାଖି ୭୩ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ଜଣ ଆମେରିକା ସେନାଙ୍କ ପ୍ରାଣହାନୀ ହୋଇଛି । ଏହା ପରେ ବି ଆମେରିକା ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗତକାଲି(ଗୁରୁବାର) ଅପରାହ୍ନରୁ ପ୍ରାୟ 7,500 ଲୋକଙ୍କୁ କାବୁଲରୁ ସ୍ଥାନାନ୍ତର କରାଯାଇଛି । ଆମେରିକାର ସାମରିକ ବିମାନ (13 C-17s ଏବଂ 1 C-130)ରେ ଲୋକଙ୍କୁ ଉଦ୍ଧାର କରାଯାଇଛି । ହ୍ବାଇଟ ହାଉସର ଜଣେ ଅଧିକାରୀ କହିଛନ୍ତି ଯେ ପ୍ରାୟ 5,100 ସହିତ 39 ଟି ମିଳିତ ବିମାନରେ 2400 ଲୋକଙ୍କ ଉଦ୍ଧାର କରାଯାଇଛି ।

ଅଗଷ୍ଟ 14 ତାରିଖରୁ ଆମେରିକା ପ୍ରାୟ ଶହଶହ ଲୋକଙ୍କୁ ସ୍ଥାନାନ୍ତର କରି ସାରିଛି । ଜୁଲାଇ ଶେଷଠାରୁ ଆମେ ପ୍ରାୟ 105,700 ଲୋକଙ୍କୁ ସ୍ଥାନାନ୍ତର କରିଛୁ ବୋଲି କହିଛନ୍ତି ହ୍ବାଇଟ ହାଉସର ଜଣେ ଅଧିକାରୀ । କାବୁଲ ଆକ୍ରମଣକୁ ନେଇ ମୃତକଙ୍କ ସମ୍ମାନାର୍ଥେ ହ୍ବାଇଟ ହାଉସ ଉପରେ ଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି । ଯାହା ଆସନ୍ତା ୩୦ ପର୍ଯ୍ୟନ୍ତ ବଜାୟ ରହିବ ।

ବିମାନ ବନ୍ଦର ବାହାରେ ହୋଇଥିବା ବିସ୍ଫୋରଣକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ଖେଳି ଯାଇଛି । ଘଟଣାକୁ ନେଇ ଆମେରିକାର ପୁରା କ୍ରୋଧାନ୍ବିତ ହୋଇପଡିଛି । ରାଷ୍ଟ୍ରପତି ଜୋ ବାଇଡେନ ISISକୁ ପରିଣାମ ଭୋଗିବାକୁ ଚେତାବନୀ ଦେଇଛନ୍ତି । ଖୋଜି ଖୋଜି ଆତଙ୍କୀଙ୍କୁ ମାରିବା ସହିତ ବିସ୍ଫୋରଣରେ ସମ୍ପୃକ୍ତ କାହାକୁ ଛାଡାଯିବା ନାହିଁ ବୋଲି କହିଛନ୍ତି ବାଇଡେନ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.